PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଆତଙ୍କରାଜ, ବାପାର ଅପରାଧ ସାମ୍ରାଜ୍ୟ ସମ୍ଭାଳିଲା ପୁଅ, ନାବାଳକଙ୍କ ଛୁରୀ ମାଡ଼ରେ ଯୁବକ ଗୁରୁତର
  • ||
  • ଭୁବନେଶ୍ଵର : ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଖୋଲିବାକୁ ଅନୁମତି
  • ||
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଗତକାଲି ବିଳମ୍ବିତ ରାତିରେ ଛୁରାମାଡ, ଜଣେ ଗୁରୁତର, ପୁଲିସ କବ୍ଜାରେ ଅଭିଯୁକ୍ତ ନାବାଳକ
  • ||
  • ଛତ୍ରପୁର : ଆର୍ଜିପଲ୍ଲୀ ଗ୍ରାମରେ ସୈତାନ ସାଜିଲା ସ୍ୱାମୀ, କିରୋସିନ ଢାଳି ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ
  • ||
  • ବରଗଡ଼ : ଭିଜିଲାନ୍ସ ଜାଲରେ ବରଗଡ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ, ଏକକାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ବଲାଙ୍ଗୀର : ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5Tସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • Tokyo Olympics: ଜାଭେଲିନ୍‌ରେ ନୀରଜଙ୍କ ଦମଦାର ପ୍ରଦର୍ଶନ, ୮୬.୬୫ ମି. ଥ୍ରୋ କରି ଫାଇନାଲରେ କଲେ ଏଣ୍ଟ୍ରି
  • ||
  • ଅନୁଗୁଳ : ବ୍ରାହ୍ମଣୀ ନଦୀରେ ବଢୁଛି ଜଳସ୍ତର, ରେଙ୍ଗାଳି ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୩୧୫ ଜଣ କୋଭିଡ ପଜିଟିଭ୍
  • ||
  • ଭୁବନେଶ୍ଵର : ‘ପିଏମ୍‌ ଆବାସ’ରେ ପୁଳାପୁଳା ଦୁର୍ନୀତି, ସଂସଦରେ ମନ୍ତ୍ରୀଙ୍କ ଉତ୍ତର-ଓଡ଼ିଶାରେ ୮୫% ଅଯୋଗ୍ୟ ହିତାଧିକାରୀ
  • ||
  • ରାମପୁର : କଳାହାଣ୍ଡି ଜିଲ୍ଳା ଅନ୍ତର୍ଗମ ମ.ରାମପୁର ଥାନା ପାଜିବାହାଲି ଛକ ନିକଟରୁ ନିଖୋଜ ୨ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା : କୋଭିଡ୍ କଟକଣା ମଧ୍ୟରେ ଖୋଲିଲା ତୁଳସୀକ୍ଷେତ୍ର, ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିରେ ବେଆଇନ୍ ଗୁଟଖା ୟୁନିଟ୍ ଉପରେ ଚଢାଉ, ୨ ଗିରଫ
  • ||

ପୁଲିସ୍ ମାଡ଼ରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା, ୬ଘଣ୍ଟା ଧରି ପିଟିଥିଲେ–ସିବିଆଇ ଚାର୍ଜସିଟିରେ ଆଶ୍ଚର୍ଯ୍ୟକର ତଥ୍ୟ

https://khabar.ndtv.com/

ଚେନ୍ନାଇ– ଜୁନ୍‌ ମାସରେ ପୁଲିସ୍‌ ହେପାଜତରେ ଥିବା ପିତା-ପୁତ୍ରଙ୍କର ମୃତ୍ୟୁ ହୋଇଥିଲା । ଘଟଣାଟି ତାମିଲନାଡୁର ତୁତିକୋରିନ୍‌ରେ ଘଟିଥିଲା ଏବଂ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଥିଲା।

ସିବିଆଇ ନିଜର ଚାର୍ଜସିଟିରେ କହିଛି ଉଭୟଙ୍କୁ ପୁଲିସ୍‌କର୍ମୀ ୬ଘଣ୍ଟାରୁ ଅଧିକ ସମୟ ଯାଏ ଲାଠି ମାଡ଼ ଦେଇଥିଲେ। ଫୋରେନ୍ସିକ୍‌ ତଥ୍ୟ ସାମନାକୁ ଆସିଛି , ଏଥିରେ ଅଛି ତାଙ୍କୁ ଏପରି ଭୟଙ୍କର ଭାବେ ନିର୍ଯାତନା ଦିଆଯାଇଥିଲା କି ପୁଲିସ୍‌ ଷ୍ଟେସନର କାନ୍ଥରେ ରକ୍ତ ଛିଟା ଲାଗିଥିଲା।

ଉଲ୍ଲେଖନୀୟ ଯେ, ଜୟରାଜ ଓ ତାଙ୍କର ପୁଅ ବେନିକ୍ସଙ୍କୁ ୧୦ ଜୁନ୍‌ରେ ପୁଲିସ୍‌ ଗିରଫ କରିଥିଲା ।  ତାଙ୍କର ଦୋକାନ ଲକ୍‌ଡାଉନ୍‌ ଗାଇଡ୍‌ ଲାଇନ୍‌ ଅନୁସାରେ  ନିର୍ଦ୍ଦିଷ୍ଟ ସମୟ ଠାରୁ ୧୫ ମିନିଟ୍‌ ଅଧିକ ଖୋଲା ରଖିଥିଲା। ଏହି  କାରଣରୁ ଉଭୟଙ୍କୁ ଗିରଫ କରି ନେଇଥିଲା ପୁଲିସ୍‌ ।  ପ୍ରଥମେ ପୁଲିସ୍‌  ଜୟରାଜଙ୍କୁ ଗିରଫ କରିଥିଲା , ଏହାପରେ ବୋନିକ୍ସ ଯେତେବେଳେ ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ  ପୁଲିସ୍‌ ତାଙ୍କୁ ବି ଗିରଫ କରିଥିଲା ।  

ଏବେ ସିବିଆଇ ନିଜର ଚାର୍ଜସିଟ୍‌ରେ କହିଛି କି ପିତା-ପୁତ୍ରଙ୍କୁ ରାତି ୭ଟା୪୫ରୁ ନେଇ ତାପର ଦିନ ସକାଳ ୩ଟା ଯାଏ ନିଷ୍ଠୁର ଭାବେ ମାଡ଼ି ମାରିଥିଲା । ପୋଷ୍ଟମର୍ଟମ ରିପୋର୍ଟ ମୁତାବିକ୍‌ ବୋନିକ୍ସଙ୍କୁ ଗୁରୁତର ଆଘାତ ଲାଗିଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ୍‌ ବୋନିକ୍ସ ଦ୍ୱାରା ହିଁ ତାଙ୍କର କପଡ଼ାରେ ଷ୍ଟେସନରେ ଲାଗିଥିବା  ରକ୍ତକୁ ପୋଛିଥିଲା ।  ସିବିଆଇ ଏହି ବି କହିଛି କି ପୁଲିସକର୍ମୀ ନିଜର ଅପରାଧ ଲୁଚାଇବା ପାଇଁ ବୋନିକ୍ସ ଓ ଜୟରାଜଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା, ତଦନ୍ତରୁ ଏହା ସମନାକୁ ଆସିଥିଲା କି ପିତା-ପୁତ୍ର ଲକ୍‌ଡାଉନ୍‌ ଗାଇଡ୍‌ ଲାଇନ୍‌ର ନିୟମକୁ ଉଲଙ୍ଘନ କରିନଥିଲେ । ଚାର୍ଜସିଟ୍‌ରେ ଏହା କୁହାଯାଇଛି କି  ପୁଲିସ୍‌ ଏହି ଘଟଣାର ସବୁ ପ୍ରମାଣ ହଟେଇ ଦେଇଥିଲେ ଏବଂ ରକ୍ତ ଲାଗିଥିବା କପଡ଼ାକୁ ଏକ ସରକାରୀ ହସ୍ପିଟାଲର ଡଷ୍ଟବିନ୍‌ରେ ପକାଇ ଦିଆଯାଇଥିଲା । ଫୋରେନ୍ସିକ୍‌ ଟିମ୍‌ ମୁତାବିକ୍‌  , ପୁଲିସ୍‌ ଉଭୟଙ୍କୁ ଲାଠିରେ ପିଟି ଥିଲା ଏବଂ ତାଙ୍କର ରକ୍ତ ଶାଙ୍କୁତଳମ ପୁଲିସ୍‌ ଷ୍ଟେସନର କାନ୍ଥରେ ଲାଗିଥିଲା।

ଉଭୟଙ୍କର ମୃ୍ତ୍ୟୁ ୨୨ ଜୁନ୍‌ରେ କିଛି ଘଣ୍ଟାର ଅନ୍ତରରେ ମୃତ୍ୟୁ ହୋଇଯାଇଥିଲା । ଯେଉଁଦିନ ଉଭୟଙ୍କୁ  ମାଡ଼ ମରାଯାଇଥିଲା , ସେହି ଦିନ ପୁଲିସ୍‌ ଷ୍ଟେସନର ସିସିଟିଭି କ୍ୟାମେରାରେ କୌଣସି ଫୁଟେଜ୍‌ ନଥିଲା।

ପୁଲିସ୍‌ ହେପାଜତରେ ହୋଇଥିବା ଏହି ମୃତ୍ୟୁରେ ସାରା ଦେଶରେ କ୍ରୋଧର ନିଆଁ ଦେଖାଦେଇଥିଲା ଏବଂ ଅଭିଯୁକ୍ତ ପୁଲିସ୍‌ କର୍ମୀଙ୍କୁ ଦଣ୍ଡ ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର