
ମୁମ୍ବାଇ ୧୯/୧୧: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ତାନାଜୀ’ର ଟ୍ରେଲର ରିଲିଜ ହୋଇସାରିଛି । ଏହି ଟ୍ରେଲର ପାଇଁ କେବେଠୁ ଅପେକ୍ଷା କରିଥିଲେ ଦର୍ଶକ । ଫିଲ୍ମର ଟ୍ରେଲର ବହୁତ ଦମଦାର ହୋଇଛି । ଦମଦାର ଡାଇଲଗ୍ ସହିତ ଅଜୟ ଦେବଗନଙ୍କ ଦମଦାର ଅବତାର ମଧ୍ୟ ଦେଖିବାକୁ ମିଳୁଛି । ଅନ୍ଯପଟେ ଭିନ୍ନ ଅବତାରରେ ନଜର ଆସିଛନ୍ତି ସୈଫ୍ ଅଲ୍ଲୀ ଖାନ୍ । ଅଜୟ ଦେବଗନଙ୍କ ଏହି ଫିଲ୍ମ ୧୦ ଜାନୁୟାରୀରେ ସିନେମାଘରେ ରିଲିଜ ହେବ ।
‘ତାନାଜୀ’ ଏକ ପିରିୟଡ ଡ୍ରାମା ଫିଲ୍ମ ଯେଉଁଥିରେ ଅଜୟଙ୍କ ସହ ତାଙ୍କ ପତ୍ନୀ ତଥା ଫେମସ୍ ଅଭିନେତ୍ରୀ କାଜୋଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ତାଙ୍କ ବ୍ୟତୀତ ସୈଫ ଅଲ୍ଲୀ ଖାନ୍, ଜଗପତି ବାବୁ, ପଙ୍କଜ ତ୍ରିପାଠୀ ଓ ଶରଦ କେଲକର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ସପ୍ତଦଶ ଶତାବ୍ଦୀର ପୃଷ୍ଠଭୂମି ଉପରେ ଆଧାରିତ ଓମ୍ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଭାରତୀୟ ଇତିହାସର ବିରାଟ ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ସେନାର ଲିଡର ତାନାଜୀ ମାଲୁସରେଙ୍କ ଜୀବନ ଉପରେ ଆଧାରିତ ।
ନିକଟରେ ଅଜୟ ଦେବଗନ୍ କହିଥିଲେ ଯେ ସେ ନିଜ ଆଗାମୀ ଫିଲ୍ମ ‘ତାନାଜୀ’ର ସୁଟିଂ ପ୍ରସ୍ତୁତି ସମୟରେ ମରାଠୀ ଇତିହାସ ସମ୍ପର୍କରେ ବହୁତ କିଛି ଜାଣିବାକୁ ପାଇଥିଲେ । ସେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ । ତେବେ ଟ୍ରେଲରରୁ ଜଣାପଡୁଛି ଯେ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବ । ଏହି ଫିଲ୍ମଟି ୧୦ ଜାନୁୟାରୀରେ ରିଲିଜ ହେବ ।