PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ତାଣ୍ଡବ ବିବାଦ, ଆମାଜନ ପ୍ରାଇମ୍ ଇଣ୍ଡିଆ ହେଡଙ୍କ ଜାମିନ ଆବେଦନ ଖାରଜ

https://www.youtube.com/

ନୂଆଦିଲ୍ଲୀ ୨୬/୨: ଗୁରୁବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଓ ରବିଶଙ୍କର ପ୍ରସାଦ ଓଟିଟି ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ଓଟିଟି କଣ୍ଟେଣ୍ଟ ଉପରେ ନିୟନ୍ତ୍ରଣ ପାଇଁ ଅନେକ ନିୟମ ଲାଗୁ କରାଯାଇଛି । ଅନ୍ୟପଟେ ଅଲ୍ଲୀ ଅବ୍ବାସ ଜଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ୱେବସିରିଜ ତାଣ୍ଡବକୁ ନେଇ କୋର୍ଟ କଡା ନିଷ୍ପତି ଶୁଣାଇଛନ୍ତି । କୋର୍ଟ ଆମାଜନ ପ୍ରାଇମ୍ ଇଣ୍ଡିଆ ହେଡଙ୍କ ଜାମିନ ଯାଚିକା ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ଅଭିବ୍ୟକ୍ତି ନାଁରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରାଯିବନି ।

ଆମାଜନ ପ୍ରାଇମର ଇଣ୍ଡିଆ ହେଡ୍ ଅପର୍ଣ୍ଣା ପୁରୋହିତଙ୍କ ତରଫରୁ ଆହ୍ଲାବାଦ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଲଗାଯାଇଥିଲା କିନ୍ତୁ କୋର୍ଟଙ୍କ ତରଫରୁ ତାଙ୍କୁ ଝଟକା ମିଳିଛି । କୋର୍ଟ ଆମାଜନ ୱେବସିରିଜ ତାଣ୍ଡବର କଣ୍ଟେଣ୍ଟ ଉପରେ ଖପ୍ପା ଅଛନ୍ତି । କୋର୍ଟ ୪ ଫେବୃୟାରୀରେ ଆଗୁଆ ଜାମିନ ଶୁଣାଣି ପରେ ନିଷ୍ପତି ସୁରକ୍ଷିତ ରଖିଥିଲେ । କୋର୍ଟ ନିଷ୍ପତି ସୁରକ୍ଷିତ ରଖି ଅପର୍ଣ୍ଣା ପୁରୋହିତଙ୍କ ଗିରଫଦାରୀ ଉପରେ ରୋକ ଲଗାଇଥିଲେ ।

କହିରଖୁଛୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ମଧ୍ୟ ୱେବ ସିରିଜ ‘ତାଣ୍ଡବ’ରେ ହିନ୍ଦୁ ଦେବାଦେବୀଙ୍କ ଉପହାସ ଉଡାଇବା ସମ୍ବନ୍ଧରେ ଅଭିଯୋଗ ପାଇଥିଲେ ଏବଂ ଆମାଜନ ପ୍ରାଇମ୍ ଭିଡିଓକୁ ଏନେଇ ସ୍ପଷ୍ଟୀକରଣ ମାଗିଥିଲେ । କୁହାଯାଇଛି କି ୱେବସିରିଜର ପ୍ରଥମ ଏପିସୋଡରେ ହିନ୍ଦୁ ଦେବାଦବୀଙ୍କୁ ଭୁଲ୍ ଚିତ୍ରଣ କରାଯାଇଛି ଯେଉଁଥିରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଛି ।

ଅଲ୍ଲୀ ଅବ୍ବାସ ଜଫରଙ୍କ ନିର୍ଦ୍ଦେଶିତରେ ନିର୍ମିତ ଏହି ୱେବସିରିଜକୁ ଲେଖିଛନ୍ତି ଗୌରବ ସୋଲଙ୍କି । ଏଥିରେ ସୈଫ ଅଲ୍ଲୀ ଖାନ୍, ଡିମ୍ପଲ କପାଡିଆ, ତିଗମାଂଶୁ ଧୁଲିଆ, ସୁନିଲ ଗ୍ରୋବର ଭଳି କଳାକାର ନଜର ଆସିଛନ୍ତି । ୱେବସିରିଜରେ ୟୁପି ପୋଲିସ, ୟୁପିର ଅଧିବକ୍ତାଙ୍କ ଛବିକୁ ଖରାପ ଚିତ୍ରଣ କରିବା, ସମାଜର ବିଭିନ୍ନ ବର୍ଗରେ ଦ୍ୱେଷ ଦର୍ଶାଇବା, ଜାତିବାଦ ଦେଖାଇବା, ଦେବାଦେବୀଙ୍କୁ ଅପମାନ କରିବା ଅଭିଯୋଗରେ ନିର୍ମାତା, ନିର୍ଦ୍ଦେଶକ, ଲେଖକ ଓ ଅନ୍ୟ ଲୋକଙ୍କ ବିରୁଦ୍ଧରେ ଏଫଆଇଆର୍ ରୁଜୁ ହୋଇଥିଲା ।