‘ତାଣ୍ଡବ’ର ଡାଇରେକ୍ଟର ମାଗିଲେ କ୍ଷମା , କହିଲେ – କାହାର ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ

https://www.aajtak.in/
ନୂଆଦିଲ୍ଲୀ – ୱେବ୍ ସିରିଜ୍ ତାଣ୍ଡବକୁ ନେଇ ହୋଇଥିବା ହଙ୍ଗାମା ଜୋର ଧରିଛି । ଏହା ଭିତରେ ଡାଇରେକ୍ଟର ଅଲୀ ଅବ୍ବାସ ଜଫରଙ୍କର କ୍ଷମା ମାଗିବାର ଚିଠି ସାମନାକୁ ଆସିଛି। ସେ ନିଜେ ସେହି କ୍ଷମା ଚିଠିକୁ ଟ୍ୱିଟ୍ କରିଛନ୍ତି।
ଟ୍ୱିଟ୍ କରାଯାଇଥିବା ଚିଠି ମୁତାବିକ୍ , ତାଣ୍ଡବ ଅଫିସିଆଲ କାଷ୍ଟ ଏଣ୍ଡ କ୍ରୁ ପକ୍ଷରୁ କୁହାଯାଇଛି କି ଆମେ କାହାର ଭାବନାକୁ ଆଘାତ ଦେବାକୁ ଚାହୁଁନଥିଲୁ। ୱେବ୍ସିରିଜରେ କାହାର ଧାର୍ମିକ ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନଥିଲା । ଯଦି କାହାର ଭାବନା ଆହତ ହୋଇଛି ତ ଆମେ ଏଥିପାଇଁ କ୍ଷମା ମାଗୁଛୁ ।
ସୂଚନା ଯେ, ୱେବ୍ ସିରିଜ୍ ତାଣ୍ଡବକୁ ନେଇ ବିଜେପି ମୋର୍ଚ୍ଚା ହଙ୍ଗାମା କରିଛି । ଏହାକୁ ନେଇ ଅନେକ ରାଜ୍ୟରେ ମାମଲା ବି ଦାଏର ହୋଇଛି। ଆପତ୍ତିଜନକ ବିଷୟ ବସ୍ତୁକୁ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ମଧ୍ୟ ଆଲର୍ଟ ହୋଇଯାଇଛି । ଆଉ ଏହି ସମୟରେ ୱେବ୍ ସିରିଜ୍ର ନିର୍ଦ୍ଦେଶକଙ୍କ ତରଫରୁ ଏମିତି ଲେଟର ସାମନାକୁ ଆସିଛି ।
ତାଣ୍ଡବ ୱେବ୍ ସିରିଜ୍କୁ ନେଇ ହେଉଥିବା ବିବାଦରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରେ ସୋମବାର ଦିନ ବୈଠକ ହୋଇଛି । ସରକାର ପ୍ରଥମରୁ ହିଁ ସ୍ପଷ୍ଟ କହି ସାରିଛନ୍ତି କି ଓଟିଟି ପ୍ଲାଟଫାର୍ମରେ ଦେଖାଯାଉଥିବା ଫିଲ୍ମ ବା କଣ୍ଟେଣ୍ଟକୁ ନେଇ ସେଲ୍ଫ ରେଗୁଲେସନ କୋଡ ତିଆରି କରିଛି। ଯଦି ଓଟିଟି ପ୍ଲାଟଫର୍ମ ନିଜ ପାଇଁ ସେଲ୍ଫ ରେଗୁଲେସନ କୋଡ ନକରନ୍ତି ତ ପୁଣି ସରକାର କୋଡ ତିଆରି କରିବା ଉପରେ ବିଚାର କରି ପାରନ୍ତି ।