ଟଙ୍କା ପାଇଁ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

ରାଜଗାଙ୍ଗପୁର- ଟଙ୍କା ପାଇଁ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା । ଏହି ଘଟଣା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଘଟିଛି । ରାଜଗାଙ୍ଗପୁର ବାହିୟାମ ଗାଁରେ ମାଆକୁ ଟଙ୍କା ପାଇଁ ପୁଅ ହାଣି ହତ୍ୟା କରିଛି ।
ହତ୍ୟା ଅଭିଯୁକ୍ତର ନାମ ରାଜୁ ଗୌଡ । ମୃତକଙ୍କ ନାମ ଲକ୍ଷ୍ମୀ ଗୌଡ । ହତ୍ୟା କାଣ୍ଡ କରି ରାଜୁ ଗୌଡ ଜଙ୍ଗଲରୁ ପଳାଇଛି । ସେଠାରେ ଅଭିଯୁକ୍ତ ଲୁଚିଥିବା ପୁଲିସ ସୂଚନା ପାଇବା ପରେ ଚଢଉ ଜାରି ରଖିଛି ।
ମୃତ ଦେହକୁ ପୁଲିସ ଜବତ କରିବା ସହ ବ୍ୟବଚ୍ଛେଦ ପାଇ ପଠଇଛି ।