PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଟାଇଟ ଫିଟିଙ୍ଗ କପଡା ପିନ୍ଧିବା ମହିଳା ସାଂସଦଙ୍କୁ ଭାରି ପଡିଲା, ସଂସଦରୁ ବାହାର କଲେ ବାଚସ୍ପତି

ତାଞ୍ଜାନିଆ,୩।୬: କପଡା କାରଣରୁ ଜଣେ ମହିଳା ସାଂସଦଙ୍କୁ ନାସନାଲ ଆସେମ୍ବଲିରୁ ବାହାର କରିଦିଆଯାଇଛିl ଏଭଳି ଏକ ଘଟଣା ତାଞ୍ଜାନିଆର ସଂସଦରେ ଦେଖିବାକୁ ମିଳିଛିl ଯେଉଁଠାରେ ୩୧ ବର୍ଷର ଜଣେ ମହିଳା ସାଂସଦ କଣ୍ଡେଷ୍ଟର ମାଇକେଲ ସିଚଲୱେଙ୍କୁ ଟାଇଟ୍ ଫିଟ୍ ଟ୍ରାଉଜର ପିନ୍ଧି ସଂସଦକୁ ଆସିଥିବାରୁ ଗୃହରୁ ବହିସ୍କୃତ କରାଯାଇଥିଲାl ଏପରିକି ତାଙ୍କୁ କୁହାଯାଇଥିଲା ଯେ ତାଙ୍କର ଏଭଳି ପୋଷାକ ସଂସଦକୁ ପିନ୍ଧିକି ଆସିବା ଗ୍ରହଣୀୟ ନୁହେଁଳ

ମଙ୍ଗଳବାର ଦିନ ବାଚସ୍ପତି ଜବ ଦୁଗାଇ ତାଙ୍କ ପୋଷାକ ଉପରେ ଆପତ୍ତି ପ୍ରକାଶ କରି କହିଥିଲେ ଯାଆନ୍ତୁ ଠିକ୍ ପୋଷାକ ପିନ୍ଧନ୍ତୁ ଏବଂ ଏହାପରେ ସଂସଦକୁ ଆସନ୍ତୁ।ବାଚସ୍ପତି ଦୁଗାଇଙ୍କ ପୂର୍ବରୁ ଜଣେ ପୁରୁଷ ସାଂସଦ ହୁସେନ୍ ଅମର ମଧ୍ୟ ସମାନ କଥା କହିଥିଲେ। ସେ କହିଥିଲେ, ‘ଆମର କିଛି ଭଉଣୀ ଅଦ୍ଭୁତ ଧରଣର ପୋଷାକ ପିନ୍ଧିଛନ୍ତି। ଏମାନେ ସମାଜକୁ କ’ଣ ଦେଖାଇବାକୁ ଚାହୁଁଛନ୍ତି?

ସଂସଦରେ ସମାଜର ଚିନ୍ତାଧାରା ଏବଂ ଝଲକ ଦେଖିବାକୁ ମିଳେ ବୋଲି ହୁସେନ୍ ଯୁକ୍ତି କରିଛନ୍ତି। ସେ ସଂସଦର ନିୟମକୁ ଦର୍ଶାଇ ସେ ସ୍ପଷ୍ଟ କରିଥିଲେ ଯେ ମହିଳାମାନେ କାହିଁକି ଜିନ୍ସ ପିନ୍ଧି ସଂସଦକୁ ଆସିବେ ନାହିଁ। ପୋଷାକ ପାଇଁ ସଂସଦରୁ ବାହାର ହୋଇଥିବା ମହିଳା ସାଂସଦଙ୍କ ସମର୍ଥନରେ ଆସିଥିଲେ ଅନ୍ୟ ମହିଳା ସାଂସଦମାନେ, ସେମାନେ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେl