PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଖଣିରେ କାମ କରୁଥିବା ଶ୍ରମିକ ରାତାରାତି ପାଲଟିଲେ କୋଟିପତି, ୨ ମାସରେ ପାଇଲେ ତୃତୀୟ ଦୁର୍ଲଭ ରତ୍ନ ପଥର

https://zeenews.india.com/

ନୂଆଦିଲ୍ଲୀ ୪/୮: ଦିନେ ନା ଦିନେ ସମସ୍ତଙ୍କ ଭାଗ୍ୟ ବଦଳିଥାଏ । ଯିଏ ଆଜି ରଙ୍କ ସିଏ କାଲି ରାଜା ବି ହୋଇପାରେ । ତାଞ୍ଜାନିଆର ଏମିତି ଏକ ସତ ଘଟଣା ଜାଣିଲେ ଆପଣ ମଧ୍ୟ ଭାଗ୍ୟ ଉପରେ ବିଶ୍ୱାସ କରିବାକୁ ଲାଗିବେ । କରୋନା ସଙ୍କଟମୟ ସମୟ ମଧ୍ୟ ଜଣେ ଶ୍ରମିକଙ୍କ ପାଇଁ ବହୁତ ଶୁଭ ପ୍ରମାଣିତ ହେଲା । ୨୪ ଜୁନ୍ ୨୦୨୦ରେ ତାଞ୍ଜାନିଆର ଖଣିରେ କାମ କରୁଥିବା ଶ୍ରମିକ Saniniu Laizerଙ୍କୁ ୨ଟି ଏମିତି ଦୁର୍ଲଭ ରତ୍ନ ପଥର ମିଳିଲା ଯାହା ପରେ ସେ ରାତାରାତି କୋଟିପତି ପାଲଟିଗଲେ ।

Saniniu Laizer ଙ୍କୁ ୨ଟି ରତ୍ନ ପଥର ମିଳିଥିଲା ଯାହାର ଓଜନ ୯.୨୭ କିଲୋ ଥିଲା ଏବଂ ଅନ୍ୟଟିର ଓଜନ ୫.୧୦୩ କିଲୋ । ୨ଟି ଯାକ ପଥର ବହୁତ ବାଇଗଣୀ ଓ ନୀଳ ରଙ୍ଗର ଥିଲା ଏବଂ ମାଇନର ମ୍ୟାନଙ୍କୁ ତାଞ୍ଜାନିଆର ଉତ୍ତରରେ ସ୍ଥିତ ଏକ ଖଣିରୁ ମିଳିଥିଲା । ଏହି ୨ଟି ପଥର ବଦଳରେ ସେଠାକାର ସରକାର ତାଙ୍କୁ ୭.୭୪ ବିଲିୟମ୍ ଅର୍ଥାତ୍ ପ୍ରାୟ ୨୫ କୋଟି ୩୬ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ । ଏହି ୨ ରତ୍ନ ପଥରକୁ ତାଞ୍ଜାନିଆର ବ୍ୟାଙ୍କରେ ରଖାଯାଇଛି ।

୨ଟି ରତ୍ନ ପଥର ମିଳିଥିବା ଘଟଣାକୁ ୨ ମାସ ବି ବିତିନଥିଲା ଏହା ମଧ୍ୟରେ ଭାଗ୍ୟବାନ ବ୍ୟକ୍ତିଜଣକ ଆଉଗୋଟେ ତୃତୀୟ ରତ୍ନ ପଥର ପାଇଛନତି । ଏହାର ଓଜନ ୬.୩ କିଲୋଗ୍ରାମ । ଏହି ଖଣିରେ କାମ କରୁଥିବା ଶ୍ରମିତ ତୃତୀୟ ବଡ ପଥର ଖୋଜିଛନ୍ତି । ଏହା ପୂର୍ବ ୨ଟି ଅପେକ୍ଷା ଅଧିକ ମୂଲ୍ୟବାନ । ଅର୍ଥାତ୍ ପୁଣି ସରକାର ତାଙ୍କୁ ଅର୍ଥରାଶି ପ୍ରଦାନ କରିବେ ।

ତାଞ୍ଜାନାଇଟ୍ ରତ୍ନ କେବଳ ପୂର୍ବ ଆଫ୍ରିକା ରାଷ୍ଟ୍ରରେ ଉତ୍ତରରେ ଛୋଟରୁ ଛୋଟ ଅଞ୍ଚଳରେ ମିଳିଥାଏ । ଏହି ପଥର ପୃଥିବୀର ସବୁଠାରୁ ଦୁର୍ଲଭ ରତ୍ନ ମଧ୍ୟରୁ ଗୋଟିଏ । ଭୂବୈଜ୍ଞାନିକଙ୍କ ଅନୁସାରେ ଏହା ଆଗାମୀ ୨୦ ବର୍ଷରେ ଗାଏବ ହୋଇପାରେ ।