PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ତପସ୍ବିନୀଙ୍କ ଧାରଣାରେ ପଡ଼ିବ ପୂର୍ଣ୍ଣଚ୍ଛେଦ ! ଏସ୍‌ଡିଜେଏମ୍ କୋର୍ଟରେ ପହଞ୍ଚିଲେ ପୁଅ-ବୋହୂ, ଶ୍ବଶୁର

ବ୍ରହ୍ମପୁର ୩୦।୧୧:  ଯୁବତୀ ଶ୍ବଶୁର ଘର ସମ୍ମୁଖରେ ଧାରଣା ବସିବା ଘଟଣାର ହେବ ଶୁଣାଣି । ଆଜି ପୁଣି ଥରେ କୋର୍ଟରେ ପହଞ୍ଚିଛନ୍ତି ବୋହୂ ତପସ୍ବିନୀ, ସ୍ବାମୀ ସୁମିତ୍ ଓ ଶ୍ବଶୁର ପ୍ରମୋଦ ସାହୁ । ହକ୍ ପାଇଁ ସ୍ବାମୀ ଘର ଆଗରେ ଧାରଣାରେ ବସିଥିବା ତପସ୍ବିନୀ ଦାସ ଆଜି କୋର୍ଟରେ ହାଜର ହୋଇଛନ୍ତି । ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ତପସ୍ବିନୀ ହାଜର ହୋଇଛନ୍ତି । ଶ୍ବଶୁର ଘରକୁ ପ୍ରବେଶ ନେଇ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ। ହକ୍ ପାଇଁ ୯ ଦିନ ହେବ ସ୍ବାମୀ ଘର ବାହାରେ ଧାରଣାରେ ବସିଛନ୍ତି ତପସ୍ବିନୀ । ସ୍ବାମୀ ତାଙ୍କୁ ଗ୍ରହଣ କରିବେ କି ନାହିଁ କୌଣସି ଫୈସଲା ଏଯାଏ ହୋଇନି । ତେବେ ଧାରଣାରେ ବସିଥିବା ଯୁବତୀଙ୍କ ମାମଲା ଆଜି ସମାଧାନ ହେବ ବୋଲି ଆଶା କରାଯାଉଛି।

ବେଦୀକୁ ବର ନ ଆସିବା ଏବଂ କୋର୍ଟ ମ୍ୟାରେଜ ପରେ ବୋହୂକୁ ଘରକୁ ନ ନେବା ଅଭିଯୋଗରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ତପସ୍ବିନୀ । ଆଜି ତାଙ୍କ ଅଭିଯୋଗର ଶୁଣାଣି କରିବେ ଏସଡିଜେଏମ କୋର୍ଟ । ତେବେ ମାମଲାର ଶୁଣାଣି ପରେ ତପସ୍ବିନୀଙ୍କ ଧାରଣାର ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଆଶା କରାଯାଉଛି । ତପସ୍ବିନୀଙ୍କୁ ସୁରକ୍ଷା ଓ ନ୍ୟାୟ ଦାବିରେ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲା ମହିଳା ସୁରକ୍ଷା କମିଟି ।

ଗତକିଛି ଦିନ ତଳେ ସ୍ବାମୀ ସୁମିତ ଓ ଶ୍ବଶୁର ପ୍ରମୋଦଙ୍କ ଅଡିଓ ବାର୍ତ୍ତାଳାପ ଭାଇରାଲ ହୋଇଥିଲା । ଅଡିଓ ବାର୍ତ୍ତାଳାପ ଉପରେ ସୁମିତଙ୍କ ବାପା ପ୍ରମୋଦ ସାହୁ କହିଥିଲେ, ପୁଅକୁ ଠିକ୍ ରାସ୍ତାକୁ ଆଣିବାକୁ ପରାମର୍ଶ ଦେଇଥିଲି । ଡାକ୍ତର ସୁମିତ ମଧ୍ୟ ବାପାଙ୍କ ସହ କଥାବାର୍ତ୍ତାକୁ ସ୍ବୀକାର କରିଛନ୍ତି । ସ୍ତ୍ରୀର ଅଧିକାର ପାଇବାକୁ ତପସ୍ବିନୀ କହିଥିଲେ, ଆହୁରି ଏମିତି ଅନେକ ପ୍ରମାଣ କୋର୍ଟରେ ଦାଖଲ କରିବି । ହକ୍ ହାସଲ ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ ସେ କହିଥିଲେ ।