ବିବାହ ବନ୍ଧନରେ ବାନ୍ଧିହେବେ ତାରା ଏବଂ ଆଦର

ବି-ଟାଉନ୍‌ର ଅନ୍ୟତମ ଲଭ୍‌ ବାର୍ଡସ ତାରା ସୁତାରିୟା ଏବଂ ଆଦର ଜୈନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ରିପୋର୍ଟ ମୁତାବକ ତାରା ଏବଂ ଆଦର ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ । ପୂର୍ବରୁ ଉଭୟ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ରିଲେସନ୍‌ସିପ୍‌କୁ ଅଫିସିଆଲ କରିସାରିଛନ୍ତି ।

ଏବେ ସେମାନଙ୍କ ବିବାହ ଦିନକୁ ଫ୍ୟାନ୍‌ମାନଙ୍କ ଅପେକ୍ଷା । ସ୍ପଟ୍‌ବୟ ସୂତ୍ର ମୁତାବକ ଗର୍ଲଫ୍ରେଣ୍ଡ ତାରାଙ୍କ ସହ ଆଦର ଶୀଘ୍ର ‘ସାତ୍‌ ଫେରେ’ (ବିବାହ) ନେବାକୁ ଯାଉଛନ୍ତି । ପରସ୍ପରକୁ କରିଥିବା କମିଟ୍‌ମେଣ୍ଟକୁ ପୂରା କରିବା ପାଇଁ ଉଭୟ ବେଶ୍‌ ତତ୍ପର । ତେବେ ଏହି ଖବରକୁ ନେଇ କାହା ତରଫରୁ କୌଣସି ଅଫିସିଆଲ କନ୍‌ଫର୍ମେସନ୍‌ ଆସିନାହିଁ । କପୁର ପରିବାରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେପଟେ ରଣବୀରଙ୍କ କଜିନ ଆଦର ପ୍ରଥମେ ଖୁସି ଖବର ଦେବେ ବୋଲି ଆଶା କରାଯାଉଛି । ଆଦରଙ୍କ ବଡ଼ଭାଇ ଅର୍‌ମାନ୍‌ ଗତବର୍ଷ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିଥିଲେ । ତେଣୁ ଆଦରଙ୍କ ପାଇଁ ରାସ୍ତା ଏବେ ପୂରା ସାଫ୍‌ ।

ଆଦରଙ୍କ କ୍ୟାରିୟର ଆରମ୍ଭ ହୋଇ ନ ଥିବା ବେଳେ ତାରାଙ୍କର ଆରମ୍ଭ ହୋଇଯାଇଛି । କିନ୍ତୁ ଏହା ସେମାନଙ୍କ ବିବାହକୁ ରୋକିବାରେ ବାଧକ ସାଜିବ ନାହିଁ ବୋଲି ସେମାନଙ୍କ ନିବିଡ଼ ସମ୍ପର୍କରୁ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।

   ସମ୍ବନ୍ଧିତ ଖବର


ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ

ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

‘ତୋ ପାଇଁ କିଛି ବି’ ପାଇଁ ଭାଓଲିନ୍‌ ଟ୍ରେନିଂ ନେଉଛନ୍ତି ଓଲିଉଡର ଡନ୍

‘ଛଲାଙ୍ଗ’ ପାଇଁ ରାଜକୁମାରଙ୍କଠୁ ହରିଆଣ୍‌ଭି ଶିଖିଥିଲେ ନୁସ୍ରତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌