‘ଆର୍‌ଏକ୍ସ ୧୦୦’ ରିମେକ୍‌ରେ ନଜର ଆସିବେ ତାରା

ଗତ ବର୍ଷର ତେଲୁଗୁ ଫିଲ୍ମ ‘ଆର୍‌ଏକ୍ସ ୧୦୦’ର ହିନ୍ଦୀ ରିମେକ୍‌ରେ ଲିଡ୍‌ ଲେଡି ହେବେ ଫ୍ରେଶର୍‌ ତାରା ସୁତାରିଆ । ତାଙ୍କ ଅପୋଜିଟ୍‌ରେ ନାୟକ ଭୂମିକା ପ୍ଲେ କରିବେ ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ । ଏହା ତାଙ୍କର ପ୍ରଥମ ବଲିଉଡ୍‌ ପ୍ରୋଜେକ୍ଟ । ପ୍ରେମ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଉଭୟ ଲିଡ୍‌ ଆକ୍ଟରଙ୍କର ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ସିନ୍‌ ରହିଛି । ସୁଟିଂ ପୂର୍ବର ପ୍ରସ୍ତୁତିରେ ତାରା-ଆହାନଙ୍କ ବହୁତ ଭଲ କେମିଷ୍ଟ୍ରି ରହିଥିବା ନିର୍ଦ୍ଦେଶକ ମିଲନ୍‌ ଲୁଥରିଆ କହିଛନ୍ତି । ଫିଲ୍ମଟି ଏବେ ପ୍ରାକ୍‌ପ୍ରସ୍ତୁତି ପର୍ଯ୍ୟାୟରେ ଅଛି, ଜୁନ୍‌ରେ ସୁଟିଂ ଆରମ୍ଭ ହେବ । ଲିଡ୍‌ ଲେଡି ଭାବେ ତାରା ପରଫେକ୍ଟ ଚଏସ୍‌ ବୋଲି ପ୍ରଯୋଜକ ସାଜିଦ ନାଦିଆଦୱାଲା କହିଛନ୍ତି ।

ତାରା-ଆହାନଙ୍କ ରୋମାଣ୍ଟିକ୍‌ ଯୋଡ଼ି ଦର୍ଶକ ପସନ୍ଦ କରିବେ ବୋଲି ଫିଲ୍ମ ଟିମ୍‌ ଆଶାବାଦୀ । କରନ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର୍‌-୨’ ସହିତ ତାରା ବଲିଉଡ୍‌ରେ ଏଣ୍ଟ୍ରି କରିବା କଥା ଗତ ବର୍ଷ ଘୋଷଣା ହୋଇଥିଲା । ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଟାଇଗର ଶ୍ରଫ୍‌ ଓ ଅନନ୍ୟା ପାଣ୍ଡେ । ଫିଲ୍ମ ‘ମରଜାୱାଁ’ରେ ମଧ୍ୟ ତାଙ୍କୁ ଦେଖିବେ ସିନେପ୍ରେମୀ । ଇଣ୍ଡଷ୍ଟ୍ରିରେ ପାଦ ଦେଉ ଦେଉ ବଡ଼ ବ୍ୟାନର୍‌ରେ କାମ କରିବାକୁ ସୁଯୋଗ ପାଇଥିବା ତାରାଙ୍କ କ୍ୟାରିଅର୍‌ ବହୁତ ଭଲ ବୋଲି ସିନେ ସମୀକ୍ଷକମାନେ କହୁଛନ୍ତି ।

   ସମ୍ବନ୍ଧିତ ଖବର


କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍

ପୁଣି ଅଜା-ଆଈ ହେଲେ ଧର୍ମେନ୍ଦ୍ର-ହେମା, ଯାଆଁଳା ସନ୍ତାନର ମାଆ ହେଲେ ସାନ ଝିଅ ଅହାନା

ନିଶ୍ୱାସ ମାରିବାକୁ ଜ୍ୟାକିଙ୍କ ପାଖରେ ନାହିଁ ସମୟ, ଦୁଇଟି ଫିଲ୍ମର ସୁଟିଂରେ ବ୍ୟସ୍ତ ସୁନ୍ଦରୀ ନାୟିକା

ୟୁଜରଙ୍କୁ ‘ମୋଟା’ କହିଥିଲେ କପିଲ : ଟ୍ରୋଲ ହେବା ପରେ କରିବାକୁ ପଡ଼ିଲା ଏହି କାମ, କିନ୍ତୁ ସୋସିଆଲ ମିଡ଼ିଆରେ ବୁଲୁଛି ସ୍କ୍ରିନ୍‌ସଟ୍‌

ଭାଇ ଅକ୍ଷତଙ୍କ ବାହାଘରରେ ଖର୍ଚ୍ଚ ହୋଇଥିଲା ୬ କୋଟି ଟଙ୍କା, କଙ୍ଗନା ପିନ୍ଧିଥିଲେ ୧୮ ଲକ୍ଷର ଲେହେଙ୍ଗା ଏବଂ ୪୫ ଲକ୍ଷ ଟଙ୍କାର ଅଳଙ୍କାର…

ଡ୍ରଗ୍ସ ମାମଲାରେ ଜାମିନ୍‌ ମିଳିବା ପରେ ଭାରତୀ ସିଂଙ୍କ ପ୍ରଥମ ପୋଷ୍ଟ, ପୁଣି ଫ୍ୟାନ୍ସଙ୍କ ପାଇଁ ଆଣିଲେ ଖୁସି ଖବର…