PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ବିମାନ ଦୁର୍ଘଟଣାରେ ଆଖି ବୁଝିଲେ ‘ଟାର୍ଜନ’ ଅଭିନେତା ଜୋ ଲାରା, ପତ୍ନୀଙ୍କ ସମେତ ୫ଜଣଙ୍କ ମୃତ୍ୟୁ

ମୁମ୍ବାଇ ୩୧।୫: ହଲିଉଡ ଇଣ୍ଡଷ୍ଟ୍ରିରୁ ପୁଣି ଏକ ଦୁଃଖଦ ଖବର ଆସିଛି । ଫିଲ୍ମ ‘ଟାର୍ଜନ ଇନ୍ ମ୍ୟାନହଟନ୍’ରେ ଟାର୍ଜନ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜୋ ଲାରାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ବିମାନରେ ଅଭିନେତା ଏବଂ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ୫ ଜଣ ଥିଲେ।

ସୂଚନା ଅନୁଯାୟୀ, ଶନିବାର ଦିନ ଆମେରିକାର ଟେନେସି ହ୍ରଦରେ ଏକ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜୋ ଲାରାଙ୍କ ପତ୍ନୀ ଗ୍ୱେନ୍ ଶ୍ୟାମ୍ବଲିନଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ଜେଟରେ ଅନ୍ୟ ୫ ଜଣ ମଧ୍ୟ ଲାରାଙ୍କ ସହ ଯାତ୍ରା କରୁଥିଲେ। ଏଥିସହିତ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ କରୁଛି।

TARZAN: THE EPIC ADVENTURES, Joe Lara, 1996-2000, ©Keller Siegel Entertainment / Courtesy: Everett Collection

ଜୋଲାରା ୧୯୮୯ ରେ ଫିଲ୍ମ ‘ଟାର୍ଜନ ଇନ୍ ମ୍ୟାନହଟନ୍’ରେ ଟାର୍ଜନ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ ଟିଭି ସିରିଜ୍ ‘ଟାର୍ଜନ: ଦି ଏପିକ୍ ଆଡଭେଞ୍ଚର୍ସ’ରେ ମଧ୍ୟ କାମ କରିଥିଲେ । ଟାର୍ଜନ ଏକ ଆମେରିକୀୟ ଡ୍ରାମା ସିରିଜ୍ ଥିଲା, ଯାହାର ଏକ ସିଜନ ୧୯୯୬ରୁ ୧୯୯୭ ମଧ୍ୟରେ ପ୍ରସାରିତ ହୋଇଥିଲା । ଏହି ସିରିଜ୍ ଦକ୍ଷିଣ ଆଫ୍ରିକାର ସନ୍ ସିଟି ରିସର୍ଟରେ ସୁଟିଂ କରାଯାଇଥିଲା ।

ସମ୍ବନ୍ଧିତ ଖବର