ତାସଖେଳରୁ ମନ୍ଦିରରେ ପଡିଲା ରକ୍ତ ଛିଟା: ଜଣେ ଗୁରୁତର, ଆତ୍ମସମର୍ପଣ କଲା ଅଭିଯୁକ୍ତ

ପୁରୁଷୋତ୍ତମପୁର ୨୬/୧୦: ତାସଖେଳରୁ ମନ୍ଦିରରେ ପଡିଲା ରକ୍ତ ଛିଟା ଖେଳରେ ହାର ଜିତକୁ ନେଇ ପାଟିତୁଣ୍ଡ ଘଟିଥିଲା ପରେ ରାଗରେ ଉକ୍ଷିପ୍ତ ହୋଇ ଏକ ପରିବାକଟା ପନିକି ଆକ୍ରମଣରେ କରି ଯୁବକ ଜଣ ଗୁରୁତର ହୋଇଥିଲେ। ଏହି ଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୋଲସରା ସହର ସ୍ଥିତ ଅଇରାଣୀ ପୋଖୀ ତ୍ରିନାଥ ମନ୍ଦିର ପରିସରରେ ଘଟିଛି ଘଟଣା । ଗୁରୁତର ଯୁବକଙ୍କୁ ଉଦ୍ଧାରି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ଖବର ପାଇଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନା ମୁତାବିକ, ଗଞ୍ଜାମ ଜିଲ୍ଲା ପୋଲସରା ସହର ସ୍ଥିତ ଅଇରାଣୀ ପୋଖରୀ ତ୍ରିନାଥ ମନ୍ଦିର ପରିସରରେ କୌଣସି କାରଣକୁ ନେଇ କାଳୀ ମନ୍ଦିର ସାହିର ସୁଶାନ୍ତ ସାହୁକୁ ଭୀମ ସାହୁ ଏକ ପନିକିିରେ ଆକ୍ରମଣ କରିଥିଲେ। ଏହି ଆକ୍ରାମଣରେ ସୁଶାନ୍ତଙ୍କୁ ଗଭୀର ଆଘାତ ଲାଗିଥିଲା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ଦିର ପ୍ରାଙ୍ଗଣରେ ପଡିଥିଲେ। ପୋଲସରା ପୋଲିସ ଖବର ପାଇ ଗୁରୁତର ଅବସ୍ଥାରେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସୁଶାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଭୀମ ପ୍ରଧାନ ଥାନାରେ ଆତ୍ମସମର୍ପଣ କରିଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ଅଧିକ ତଦନ୍ତ ଜାରି ରଖିଛି । ଘଟଣା ସ୍ଥଳରୁ ପନିକି ଜବତ କରିଛି।

   ସମ୍ବନ୍ଧିତ ଖବର


ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ

ରାଜନୀତିରେ ପୁଣି ପାଦ ରଖିବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ଆସନ୍ତାକାଲି ଶିବସେନାରେ ହେବେ ସାମିଲ୍‌…