ଫୋନରେ ଅତି ସହଜ ଟାସ୍କ ପୂରା କରି କମାଇ ପାରିବେ ପଇସା, ଗୁଗଲ ଆଣୁଛି ଏହି ଆପ୍

ନୂଆଦିଲ୍ଲୀ ୨୪/୧୧: ଗୁଗଲ ଭାରତରେ ନିଜ Tasks Mate App ର ଟେଷ୍ଟିଂ କରୁଛି । ଏହି ଆପରେ ୟୁଜର୍ସ ଫୋନରେ କିଛି ସାମାନ୍ୟ ଟାସ୍କ ପୂରଣ କରି ପଇସା କମାଇ ପାରିବେ । ଟାସ୍କ ମେଟ୍ ଆପ୍ ସାରା ବିଶ୍ୱରେ ବିଜନେସ୍ କରୁଥିବା ଲୋକଙ୍କ ଦ୍ୱାରା ପୋଷ୍ଟ କରୁଥିବା ଟାସ୍କ ଉପଲବ୍ଧ କରାଇବ । ଅର୍ଥାତ୍ ବିଶ୍ୱର କୋଣ ଅନୁକୋଣରୁ ଏଥିରେ ପଡୁଥିବା ଟାସ୍କ ଆପଣଙ୍କୁ ନଜର ଆସିବ । ଟାସ୍କରେ ରେଷ୍ଟୁରାଣ୍ଟର ଫଟୋ ନେବା, ସର୍ବେ ପ୍ରଶ୍ନର ଜବାବ ଦେବା, ଇଂଲିଶରୁ ଅନ୍ୟ କୌଣସି ଭାଷାକୁ ଟ୍ରାନ୍ସଲେଟ୍ କରିବା ଆଦି କାମ ସାମିଲ ରହିବ । ଏହି ଆପ୍ ବର୍ତ୍ତମାନ ବିଟା ଭର୍ସନରେ ଉପଲବ୍ଧ  ଏବଂ ରେଫରଲ କୋଡ୍ ଦ୍ୱାରା କିଛି ବଛାବଛା ଟେଷ୍ଟର୍ସଙ୍କ ପର୍ଯ୍ୟନ୍ତ ସୀମିତ ଅଛି ।

ଗୁଗଲ ପ୍ଲେ ଷ୍ଟୋରରେ ଆପ୍ ସମ୍ପର୍କରେ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଏହି ଆପରେ ଟାସ୍କ ପୂରା କଲେ ୟୁଜର୍ସଙ୍କୁ ତାଙ୍କ ଲୋକାଲ କରେନ୍ସିରେ ପେମେଣ୍ଟ କରାଯିବ । ଗୁଗଲ ଆପ୍ ଟାସ୍କ ମେଟର ଟାସ୍କ ବହୁତ ସହଜ ରହିବ ଯାହାକୁ ସିଟିଂ ବା ଫିଲ୍ଡ ଭଳି କାଟାଗୋରୀରେ ବାଣ୍ଟି ହେବ । ୟୁଜର୍ସ  କେବେ ବି ଏବଂ କେଉଁଠୁ ବି ନିଜ ଟାସ୍କ ପୂରା କରିପାରିବେ ।

ଟାସ୍କ ଜିତିଲେ ୟୁଜର୍ସ  ନିଜ କରେନ୍ସିରେ ପଇସା ନେଇପାରିବେ । ଏଥିପାଇଁ ୟୁଜର୍ସଙ୍କୁ ଇ-ୱାଲେଟ୍ ଓ ଆକାଉଣ୍ଟ ନମ୍ବର ପେମେଣ୍ଟ ପାର୍ଟନର ସହିତ ରେଜିଷ୍ଟର କରିବାକୁ ହେବ । ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ୟୁଜର ଜିତିଥିବା କ୍ୟାଶ ଆଉଟରେ କ୍ଲିକ୍ କରି ପଇସା ପାଇପାରିବେ ।