ମାତ୍ର ୫୫୫୫ ଟଙ୍କାର EMIରେ ମିଳୁଛି Tata Altroz

ନୂଆଦିଲ୍ଲୀ ୪/୮: କରୋନା କାଳରେ ଯଦି ଆପଣ ନିଜର କିମ୍ବା ପରିବାର ପାଇଁ ଏକ ନୂଆ କାର୍ କିଣିବା ପାଇଁ ଚିନ୍ତା କରୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଟାଟା ମୋଟର୍ସ ଚଳିତ ମାସରେ ନିଜ Tata Altroz ଉପରେ ଲୋ-କଷ୍ଟ ଇଏମଆଇ ଅଫର୍ ଦେଉଛି । କହିରଖୁଛୁ Altroz ଦେଶର ସବୁଠାରୁ ସୁରକ୍ଷିତ କାର ମଧ୍ୟରୁ ଗୋଟିଏ ଯାହାକୁ NCAP ତରଫରୁ ୫ ଷ୍ଟାର୍ ରେଟିଂ ଦିଆଯାଇଛି । ଅର୍ଥାତ୍ ଏହି କାର୍ ଦୁର୍ଘଟଣା ସମୟରେ ଆପଣଙ୍କ ପାଇଁ ବହୁତ ସୁରକ୍ଷିତ ପ୍ରମାଣିତ ହେବ । ଆଜି ଆମେ ଆପଣଙ୍କୁ ଏହା ଉପରେ ଦିଆଯାଉଥିବା ଅଫର୍ସ ସମ୍ପର୍କରେ ଜଣାଇବୁ । ଏହା ବ୍ୟତୀତ ଆପଣଙ୍କୁ ଏହି କାରର ସମସ୍ତ ସ୍ପେଶିଫିକେସନ୍ ଓ ଦାମ୍ ସମ୍ପର୍କରେ ମଧ୍ୟ ଜଣାଇବୁ ।

ଦାମ୍
ଭାରତୀୟ ବଜାରରେ Tata Altrozର  ପ୍ରାରମ୍ଭିକ ଏକ୍ସ ଶୋରୁମ୍ ଦାମ୍ ୫.୨୯ ଲକ୍ଷ ଟଙ୍କା ।

କଣ ଅଫର୍ ?
ଚଳିତ ମାସରେ ଟାଟା ମୋଟର୍ସ ତରଫରୁ Altrozରେ ଇଏମଆଇ ଅଫର୍ ଦିଆଯାଉଛି । ଆପଣ Tata Altroz କୁ ୫୫୫୫ ଟଙ୍କାର ଶସ୍ତା ଇଏମଆଇରେ ଘରକୁ ନେଇପାରିବେ । ଗତ ମାସରୁ ଅର୍ଥାତ୍ ଜୁଲାଇରୁ ଏହା ଆରମ୍ଭ ହୋଇଛି ।

ଏଥିରେ ୩୭ ଲିଟର ଫ୍ୟୁଲ୍ ଟ୍ୟାଙ୍କ ମିଳିବ । ଏଥିରେ ୫ ଜଣ ଆରାମରେ ବସିପାରିବେ  । Tata Altroz ଭାରତୀୟ ବଜାରେ ୨ ଇଞ୍ଜିନ୍ ସହିତ ଆସିବ । ଏଥିରେ ପେଟ୍ରୋଲ ଓ ଡିଜେଲ୍ ସାମିଲ ।

image courtesy:https://www.amarujala.com/

ପେଟ୍ରୋଲ- ଏହାର ପେଟ୍ରୋଲ ଟ୍ରିମରେ ପାୱର ପାଇଁ ୧.୨ ଲିଟରର ରେଭୋଟ୍ରନ୍ ଇଞ୍ଜିନ୍ ଦିଆଯାଇଛି । ଏହାର ୧୧୯୯ ସିସିର ୩ ସିଲିଣ୍ଡର ଇଞ୍ଜିନ୍ ୬୦୦୦ ଆରପିଏମରେ ୮୬ ପିଏସର ମ୍ୟାକ୍ସିମମ୍ ପାୱର ଓ ୩୩୦୦ ଆରପିଏମରେ ୧୧୩ ଏନଏମର ପିକ୍ ଟର୍କ ଜେନେରେଟ୍ କରିଥାଏ । ଏହାର ଇଞ୍ଜିନ୍ ୫ ସ୍ପିଡ୍ ମ୍ୟାନୁଆଲ୍ ଟ୍ରାନ୍ସମିସନ୍ ଉପଲବ୍ଧ । 

ଡିଜେଲ- ଏହାର ଡିଜେଲ୍ ଟ୍ରିମରେ ପାୱର ପାଇଁ ୧.୫ ଲିଟରର ଟର୍ବୋଚାର୍ଜ୍ଡ ରେଭୋଟ୍ରନ୍ ଇଞ୍ଜିନ୍ ଦିଆଯାଇଛି । ଏହାର ୧୪୯୭ ସିସିର ୪ ସିଲିଣ୍ଡର ଇଞ୍ଜିନ୍ ୪୦୦୦ ଆରପିଏମରେ ୯୦ ପିଏସର ମ୍ୟାକ୍ସିମମ୍ ପାୱର ଓ ୧୨୫୦-୩୦୦୦ ଆରପିଏମରେ ୨୦୦ ଏନଏମର ପିକ୍ ଟର୍କ ଜେନେରେଟ୍ କରିଥାଏ । ଏହାର ଇଞ୍ଜିନ୍ ୫ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ରହିଛି । ଏହି ଗାଡିର ଫ୍ରଣ୍ଟରେ ଡିସ୍କ ବ୍ରେକ୍ ଦିଆଯାଇଛି । ରିୟରରେ ଡ୍ରମ୍ ବ୍ରେକ୍ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ବଜାରରେ ଟୟୋଟାର ନୂଆ ଇନୋଭା କ୍ରାଏଷ୍ଟା

ଆର୍ଥିକ ସଂକଟର ସାମ୍ନା କରୁଥିବା ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଜମାକାରୀଙ୍କ ପାଇଁ ଖୁସି ଖବର

ବ୍ୟାଙ୍କ ଆକାଉଣ୍ଟ ଓ ପାନ୍‌କୁ ଆଧାର ସହିତ ଲିଙ୍କ କଲେ ୟୁଜର୍ସଙ୍କୁ ସତରେ କ’ଣ ବିପଦ ? ଜାଣନ୍ତୁ…

ଭାରତରେ ନୋକିଆ ୨.୪ ଉନ୍ମୋଚିତ – ଅନ୍ଧାରରେ ବି ଉଠାଇ ହେବ ଉନ୍ନତ ଧରଣର ଫଟୋ: ଏଥିରେ ରହିଛି ଏହି ବିଶେଷତ୍ୱ, ଦାମ ମାତ୍ର ୧୦,୩୯୯

ସୁନା କିଣିବାର ସୁବର୍ଣ୍ଣ ସୁଯୋଗ ! ୮ ହଜାର ଟଙ୍କା ଶସ୍ତା

ଅଟଳ ପେନ୍‌ସନ ଯୋଜନାରେ ୪୦ ଲକ୍ଷରୁ ଅଧିକ ନୂଆ ଉପଭୋକ୍ତା ସାମିଲ, ମିଳିବ ସର୍ବନିମ୍ନ ନିଶ୍ଚିତ ପେନ୍‌ସନ