ନୂଆ ବର୍ଷରେ ଲଞ୍ଚ ହେବ TATAର ଇଲେକ୍ଟ୍ରିକ୍ କାର୍

ନୁଆଦିଲ୍ଲୀ ୧୯/୯: ଅଟୋ ସେକ୍ଟରରେ ଚାଲୁଥିବା ଅନିଶ୍ଚିତତା ମଧ୍ୟରେ ଟାଟା ମୋଟର୍ସର ଏମଡି କହିଛନ୍ତି ଯେ ଇଣ୍ଡଷ୍ଟ୍ରିରେ କୌଣସି କନଫ୍ୟୁଜନ୍ ନାହିଁ । ସେ କହିଛନ୍ତି ଯେ ଆଗାମୀ ସମୟରେ ଫ୍ୟୁଲ୍ ଭେଇକିଲ୍(Fuel Vehical) ଓ ଇଲେକ୍ଟ୍ରିକାଲ୍ ଭେଇକିଲ୍(Electric Vehical) ଏକାଠି ଆଗକୁ ବଢିବ । ଆପଣଙ୍କୁ କହିରଖୁଛୁ ସରକାର ବଢୁଥିବା ପ୍ରଦୁଷଣକୁ ରୋକିବା ପାଇଁ ଇଲେକ୍ଟ୍ରିକାଲ୍ ଭେଇକିଲ୍ ଉପରେ ଜୋର୍ ଦେଉଛନ୍ତି । ଏଭଳି ପରିସ୍ଥିତିରେ କିଛି କମ୍ପାନୀ ତରଫରୁ କୁହାଯାଇଛି ଯେ ଇଲେକ୍ଟ୍ରିକାଲ୍ ଭେଇକିଲ୍ ପାଇଁ ଇଣ୍ଡଷ୍ଟ୍ରି ଏବେ ପ୍ରସ୍ତୁତ ହୋଇନି  ।

ଅଟୋ ବିକ୍ରି ୧୦ ବର୍ଷ ପୂର୍ବ ପରିସ୍ଥିତିରେ ପହଞ୍ଚିଛି
ଟାଟା ମୋଟର୍ସ ଏମଡି କହିଛନ୍ତି ଯେ ଇଲେକ୍ଟ୍ରିକ୍ ଯାନ ପାଇଁ ଇଲେକ୍ଟ୍ରିଫିକେଶନର ରାସ୍ତା ବହୁତ ଲମ୍ବା । ଚାର୍ଜିଂ ଷ୍ଟେସନ୍ ପାଇଁ ଇନଫ୍ରାଷ୍ଟ୍ରକ୍ଚର ପ୍ରସ୍ତୁତ କରିବା ବହୁତ ଚାଲେଞ୍ଜ ପୂର୍ଣ୍ଣ କାର୍ଯ୍ଯ । ଗତ ମାସରେ ସମୁଦାୟ ଅଟୋ ବିକ୍ରି ୧୦ ବର୍ଷ ନିମ୍ନ ସ୍ତରରେ ରହିଛି । ଫେମ୍ ୨ ନିୟମ ଓ ଇଲେକ୍ଟ୍ରି ଭେଇକିଲରେ ଜିଏସଟି କଟ୍ ହେବା ଫଳରେ ଇଣ୍ଡଷ୍ଟ୍ରିକୁ ଫାଇଦା ହେବ । ସେ କହିଛନ୍ତି ଯେ ଇଲେକ୍ଟ୍ରିକ୍ ଭେଇକିଲ ପାଇଁ ଟାଟା ଗ୍ରୁପ୍ ସହିତ ପୁରା ଇକୋ ସିଷ୍ଟମ ପ୍ରସ୍ତୁତ କରିବେ ।

ଇଲେକ୍ଟ୍ରିକାଲ୍ ଭେଇକିଲରେ ସୁଧାର ପାଇଁ କମ୍ପାନୀ ଜିପଟ୍ରୋନ୍(ZIPTRON) ଟେକ୍ନୋଲୋଜି ଲଞ୍ଚ କରିଛି । ଏଥିରେ ମୋଟ ଓ ବ୍ୟାଟେରୀର ୮ ବର୍ଷର ୱାରେଣ୍ଟି ରହିବ । ସେ କହିଛନ୍ତି ଯେ ଆଗାମୀ ବର୍ଷର ଆରମ୍ଭରେ ଜିପଟ୍ରୋନ୍ ଟେକ୍ନୋଲୋଜି ଉପଲବ୍ଧ ପ୍ରଥମ ଇଲେକ୍ଟ୍ରିକ୍ କାର୍ ଲଞ୍ଚ କରାଯିବ ।

   ସମ୍ବନ୍ଧିତ ଖବର


ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ

ଦୀପାବଳୀ ପରେ କମିବ ପିଆଜ ଦର

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…

ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?

ପାକିସ୍ତାନରେ କାଶ୍ମୀର ବିଷୟରେ ଲାଇଭ୍‌ ବେଳେ ଇଣ୍ଡିଆନ୍‌ ହାକର୍‌ ବଜାଇଲେ ଜୟ ଶ୍ରୀରାମ ଏବଂ ହନୁମାନଙ୍କ ଭଜନ