ସୁବର୍ଣ୍ଣ ସୁଯୋଗ ! ୭୯୯ଟଙ୍କାର କିସ୍ତିରେ ଘରକୁ ନେଇ ଯା’ନ୍ତୁ କାର , ପୂଜା ସିଜିନ୍‌ରେ ଦମଦାର ଅଫର

ନୂଆଦିଲ୍ଲୀ – ନିଜ ଘରକୁ ଏକ କାର୍‌ ନେବାକୁ ଆଶା ରଖିଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପୂଜା ସିଜିନ୍‌ରେ ଟାଟା ମୋଟର୍ସ ଦେଉଛି ଦମଦାର ଅଫର । ପୂଜା ସମୟରେ ଅଟୋ କମ୍ପାନୀମାନେ ଏବେ ଅଲଗା ଅଲଗା ପ୍ରକାରର ଅନେକ ଅଫର ଦେବାକୁ ଘୋଷଣା କରିଛନ୍ତି ।  ଏହି ଦୌଡ଼ରେ  ଟାଟା ମୋଟର୍ସ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟ ସାମିଲ ହୋଇଛନ୍ତି।

ଟାଟା ମୋଟର୍ସ ୭୯୯ଟଙ୍କାର ସର୍ବନିମ୍ନ କିସ୍ତିରେ କାର କିଣିବାକୁ ଅଫର ଦେଇଛି । ଏଥିପାଇଁ  ଟାଟାମୋଟର୍ସ  ଏଟ୍‌ଡିଏଫ୍‌ସି ବ୍ୟାଙ୍କ ସହ ହାତ ମିଳାଇଛି । ଏହି ଅଫର ଅନୁସାରେ କମ୍ପାନୀ ୨ଟି ଯୋଜନା ଦେଇଛି ।

दो योजनाएं पेश कर रही कंपनी 

ଟାଟା ମୋଟର୍ସ ଏକ  ବୟାନରେ କହିଛି ,  ୨ଟି ନୂଆ ଯୋଜନା ‘ଗ୍ରାଜୁଏଲ ଷ୍ଟେପ୍‌ ଅପ୍‌ସ୍କିମ୍‌’ ଓ ଟିଏମ୍‌ଏଲ୍‌ ଫ୍ଲେକ୍ସି ଡ୍ରାଇଭ୍‌ ସ୍କିମ୍‌’ ପ୍ରଦାନ କରାଯାଇଛି । କମ୍ପାନୀ କହିଛି କି ଏହି ୨ଟି ଯୋଜନା ନଭେମ୍ୱର ୨୦୨୦ର ଶେଷ ପର୍ଯ୍ୟନ୍ତ ଉପଲବ୍ଧ ହେବ ।

‘ଗ୍ରାଜୁଏଲ ଷ୍ଟେପ୍‌ ଅପ୍‌ସ୍କିମ୍‌’ ଅନୁସାରେ ଉପଭୋକ୍ତା ପ୍ରତି ଲକ୍ଷ ଟଙ୍କାରେ ମାସିକ ୭୯୯ ଟଙ୍କାର ନ୍ୟୁନତମ କିସ୍ତିର ଲାଭ ନେଇପାରିବେ । ମାସିକ କିସ୍ତି ଗାଡ଼ିର ମଡେଲ ଓ ଏଡିସନ ଉପରେ ନିର୍ଭର କରିବ । କାର ଉପଭୋକ୍ତାଙ୍କର ସୁବିଧା ହିସାବରେ ମାସିକ କିସ୍ତି ୨ ବର୍ଷ ଯାଏ ଧିରେ ଧିରେ ବଢ଼ି ଚାଲିବ ।  

100 प्रतिशत का लोन

ସେହିପରି , ଟିଏମ୍‌ଏଲ ଫ୍ଲେକ୍ସି ଡ୍ରାଇଭ୍ ସ୍କିମ୍‌ ଅନ୍ତର୍ଗତ ଉପଭୋକ୍ତା ପ୍ରତ୍ୟେକ ବର୍ଷର ଯେକୌଣସି ତିନୋଟି ମାସକୁ ବାଛିବେ , ଯେଉଁ ମାସରେ ସେ ନ୍ୟୁନତମ କିସ୍ତି ଦେଇପାରିବେ ।  କମ୍ପାନୀ କହିଛି , ଏହି ଯୋଜନା ସବୁ ଉପଭୋକ୍ତାଙ୍କୁ ଗାଡ଼ିର କିସ୍ତି ଭରିବାରେ ସହଜ ହେବା ନେଇ ଦିଆଯାଇଛି ।

बीओबी और महिंद्रा में करार

ଏହି ଭିତରେ , ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) କହିଛି କି , ଟ୍ରାକ୍ଟର ଲୋନ୍‌ ଦେବା ପାଇଁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ସହ ଚୁକ୍ତି କରାଯାଇଛି । ବିଓବି ନିଜର ୫୦୦୦ରୁ ଅଧିକ ଗ୍ରାମୀଣ ଓ ଅର୍ଦ୍ଧ-ସହରୀ ଶାଖା ନେଟୱର୍କ ମାଧ୍ୟମରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଗ୍ରାହକଙ୍କୁ ଟ୍ରାକ୍ଟର ଲୋନ୍‌ ଦେବାର ସୁବିଧା  ପ୍ରଦାନ କରିବ ।

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ପରମ୍ପରା ଅନେକ ପୂଜା ଏକ

ମା’ ଦୁର୍ଗାଙ୍କ ପ୍ରିୟ ଫୁଲ – ଏହି ଫୁଲ ପ୍ରଦାନ କଲେ ହୋଇଥାଏ ମନୋସ୍କାମନା ପୂରଣ