ପଛରେ ପଡିଗଲେ ଅମ୍ବାନୀ,ଏବେ ଏହି ଗ୍ରୁପ୍ ଦେଶର ସବୁଠାରୁ ଧନୀ ବ୍ୟବସାୟୀ ପରିବାର

ନୂଆଦିଲ୍ଲୀ,୧୪।୧: ଦେଶର ଦୁଇ ବିଶିଷ୍ଟ ବ୍ୟବସାୟୀ ପରିବାର ଟାଟାଗ୍ରୁପ୍ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଭିତରେ ସବୁବେଳେ ପ୍ରତିଯୋଗିତା ଲାଗି ରହିଥାଏ। କେତେବେଳେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ଆରଆଇଏଲ୍ର ମାର୍କେଟ କ୍ୟାପ୍ (Market Cap) ଟାଟା ଗ୍ରୁପ୍‌ଠାରୁ ଅଧିକ ହୋଇଥାଏ ତ ଆଉ କେବେ ଟାଟା ଗ୍ରୁପ୍ ଆଗକୁ ଚାଲିଯାଇଥାଏ। ଗତ ବର୍ଷ ଜୁଲାଇରେ ଟାଟା ଗ୍ରୁପକୁ ପଛରେ ପକାଇ ରିଲାୟନ୍ସ ଦେଶର ଟପ୍ ଉଦ୍ୟୋଗପତି ପରିବାର ହୋଇପାରିଥିଲା। କିନ୍ତୁ କେବଳ ୬ ମାସ ଭିତରେ ହିଁ ଟାଟାଗ୍ରୁପ ନିଜକୁ ପ୍ରମଥ ସ୍ଥାନରେ ଆଣିପାରିଥିଲା।

ଲୁଣଠାରୁ ନେଇ ସଫ୍ଟଓ୍ବେୟାର ପର୍ଯ୍ୟନ୍ତ ତିଆରି କରୁଥିବା ଟାଟା ଗ୍ରୁପ୍ ନିଜର ଫ୍ଲାଗସିପ୍ କମ୍ପାନୀ ଟିସିଏସ୍‌ର ସୁନ୍ଦର ପ୍ରଦର୍ଶନ ଦମ୍‌ରେ ମାର୍କେଟ କ୍ୟାପ୍ ଦୃଷ୍ଟିରୁ ପୁଣିଥର ଦେଶର ସବୁଠାରୁ ବଡ ସମୁହ ତିଆରି କରିଛନ୍ତି। ସେଭଳି ମୁକେଶ ଅମ୍ବାନୀଙ୍କ ନେତୃତ୍ବାଧୀନ ରିଲାୟନ୍ସ ଗ୍ରୁପ୍ ବଜାର ମାର୍କେଟ ଭ୍ୟାଲୁ ମାମଲାରେ ଏବେ ତୃତୀୟ ସ୍ଥାନରେ ରହିଛି। ଦ୍ବିତୀୟ ସ୍ଥାନରେ ଏଚଡିଏଫ୍ ସି ଗ୍ରୁପ୍ ରହିଛି। ଟାଟା ଗ୍ରୁପ୍ କମ୍ପାନୀର ମୋଟ ମାର୍କେଟ କ୍ୟାପ୍  ଆଜି ୧୭ ଲକ୍ଷ କୋଟି ଟଙ୍କାରେ ପହଁଞ୍ଚି ଯାଇଛି। ଯାହାକି ଏଚଡିଏଫସି ଗ୍ରୁପର ପ୍ରାୟ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଏବେ ଏଚଡିଏଫସି ଗ୍ରୁପ୍ ମାର୍କେଟ କ୍ୟାପ୍ ୧୫.୨୫ ଲକ୍ଷ କୋଟି ଟଙ୍କା ରହିଛି।

ଟାଟା ଗ୍ରୁପର ପ୍ରଦଶର୍ନ ଗତ ବର୍ଷ ଖୁବ୍ ଭଳ ରହିଥିଲା। ଏକ ବର୍ଷରେ ଗ୍ରୁପର ମାର୍କେଟ କ୍ୟାପ୍ ୪୨ ପ୍ରତିଶତ ଅଧିକ ବଢିଯାଇଛି। ଜୁଲାଇ ୨୦୨୦ରେ ରିଲାୟନ୍ସ ଗ୍ରୁପ୍ ଏକ ନମ୍ବର ସ୍ଥାନରେ ଥିଲା। ଟାଟା ଗ୍ରୁପର ୧୭ ସୂଚୀବଦ୍ଧ କମ୍ପାନୀର ମୋଟ ମାର୍କେଟ୍ କଞାପ୍ ୧୧.୩୨ ଲକ୍ଷ କୋଟି ଟଙ୍କା ଥିଲା। ସେଭଳି ରିଲାୟନ୍ସର ମାର୍କେଟ କ୍ୟାପ୍ ୧୩ ଲକ୍ଷ କୋଟି ଟଙ୍କାରୁ ଅଧିକ ପାର କରିଯାଇଥିଲା।