ଜିଓ ଗିଗାଫାଇଭରର ପ୍ରଭାବ: ଏୟାରଟେଲ୍ ଓ ଟାଟା ସ୍କାଏ ଘୋଷଣା କଲେ ଅଫର, ମିଳୁଛି ୧୦୦୦ ଜିବି ଫ୍ରି ଡାଟା

ନୁଆଦିଲ୍ଲୀ ୨୨/୮: ଜିଓ ଗିଗାଫାଇଭରର ଲଞ୍ଚିଂକୁ ନେଇ ଘୋଷଣା ହେବା ପରେ ଅନ୍ଯ ସବୁ ବ୍ରଡବ୍ୟାଣ୍ଡ କମ୍ପାନୀ ଚିନ୍ତାରେ ପଡିଯାଇଛନ୍ତି । ଏବେ ଗ୍ରାହକଙ୍କୁ ଖୁସି କରିବା ପାଇଁ ଅନ୍ଯ କମ୍ପାନୀମାନେ ଯଥା ହାଥୱେ, ଏୟାରଟେଲ୍ ଓ ଟାଟାସ୍କାଏ ଭଳି କମ୍ପାନୀମାନେ ଲୋଭନୀୟ ଅଫର ଦେବାରେ ଲାଗିପଡିଛନ୍ତି । ଏଥିରେ ଟାଟାସ୍କାଏ ବ୍ରଡବ୍ୟାଣ୍ଡ ଓ ଏୟାରଟେଲ୍  ନିଜ ଗ୍ରାହକଙ୍କ ପାଇଁ ବଡ ବଡ ଘୋଷଣା କରିଛନ୍ତି । ଆସନ୍ତୁ ଜାଣିବା…

ଟାଟାସ୍କାଏ ବ୍ରଡବ୍ୟାଣ୍ଡ ଉପରେ ୬ ମାସ ଏକ୍ସଟ୍ରା ଡାଟା
ଟାଟାସ୍କାଏ ବ୍ରଡବ୍ୟାଣ୍ଡ ନିଜ ଗ୍ରାହକଙ୍କ ପାଇଁ ୬ ମାସ ପର୍ଯ୍ୟନ୍ତ ଫ୍ରିରେ ଅତିରିକ୍ତ ଡାଟା ଦେବା ପାଇଁ ଘୋଷଣା କରିଛି । ଟାଟା ସ୍କାଏର ଏହି ଅଫର ବ୍ରଡବ୍ୟାଣ୍ଡର ବାର୍ଷିକ ପ୍ଲାନ୍ ସହିତ ମିଳିବ । ଟାଟା ସ୍କାଏ ବ୍ରଡବ୍ୟାଣ୍ଡ ସହିତ  ଜୋଧପୁରରେ ଫ୍ରିରେ ୧୨ ମାସର ପ୍ଲାନ୍ ସହିତ ୬ ମାସ ପର୍ଯ୍ଯନ୍ତ ଡାଟା ଏକ୍ସଟ୍ରା ମିଳୁଛି ।

ଚେନ୍ନାଇ-ପୁଣେରେ ୩ ମାସ ଅତିରିକ୍ତ ସୁବିଧା
ଟାଟା ସ୍କାଏ ବ୍ରଡବ୍ୟାଣ୍ଡର ସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ବେଙ୍ଗାଲୁରୁ, ଚେନ୍ନାଇ, ପୁମ୍ପରୀ ଚିଞ୍ଚୱାଡ ଓ ପୁଣେରେ ଗ୍ରାହକଙ୍କୁ ୩ ମାସରେ ଫ୍ରି ଏକ୍ସଟ୍ରା ଡାଟା ମିଳୁଛି । ୩ ମାସର ଫ୍ରି ଡାଟା ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ୧୨ ମାସର ପ୍ଲାନ୍ ନେବାକୁ ପଡିବ । ଅନ୍ୟପଟେ ହାଇଦ୍ରାବାଦରେ ଗ୍ରାହକଙ୍କୁ ଏହି ସୁବିଧା ୬ ମାସ ପାଇଁ ଏବଂ ଲକ୍ଷ୍ନୌରେ ୫ ମାସ ପାଇଁ ମିଳୁଛି ।

ଏୟାରଟେଲ୍ ଭି-ଫାଇଭରରେ ମିଳୁଛି ଅଫର
ଟାଟାସ୍କାଏ ଭଳି ଏୟାରଟେଲ୍ ବ୍ରଡବ୍ୟାଣ୍ଡରେ ନିଜ ଗ୍ରାହକଙ୍କୁ ଫ୍ରିରେ ୧୦୦୦ ଜିବି ଡାଟା ଦେବାପାଇଁ ଘୋଷଣା କରିଛି । ଏୟାରଟେଲର ଘୋଷଣା ଅନୁସାରେ ବେସିକ୍ ପ୍ଲାନ୍ ୭୯୯ ଟଙ୍କା, ଏୟାରଟେଲ୍ ଇଣ୍ଟରଟେଣ୍ଟମେଣ୍ଟ ପ୍ଲାନ୍ର ମୂଲ୍ୟ ୧୦୯୯ଟଙ୍କା, ଏୟାରଟେଲ୍ ପ୍ରିମିୟମ୍ ପ୍ଲାନର ମୂଲ୍ୟ ୧୫୯୯ ଟଙ୍କା ଏବଂ ଏୟାରଟେଲ୍ ଭିଆଇପି ପ୍ଲାନର ମୂଲ୍ୟ ୧୯୯୯ ଟଙ୍କା । ଏହା ମାସିକ ପ୍ଲାନ । ଭିଆଇପି ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ୍ ଡାଟା ମିଳିବ ।

Airtel ପ୍ରିମିୟମ ପ୍ଲାନରେ ମିଳୁଛି ୧୦୦୦ ଜିବି ଏକ୍ସଟ୍ରା ଡାଟା
ଏୟାରଟେଲ୍ ଭି-ଫାଇଭରରେ ୭୯୯ ଟଙ୍କାରେ ପ୍ଲାନରେ ସମୁଦାୟ ୨୦୦ ଜିବି ଡାଟା ଓ ୧୦୦ ଜିବି ଅତିରିକ୍ତ ଡାଟା ମିଳୁଛି । ୧୦୯୯ ଟଙ୍କିଆ ପ୍ଲାନରେ ସମୁଦାୟ ୫୦୦ ଜିବି ଡାଟା ଓ ୧୫୯୯ ଟଙ୍କିଆ ପ୍ଲାନରେ ୧୦୦୦ ଜିବି ଏକ୍ସଟ୍ରା ଡାଟା ମିଳୁଛି । ଅତିରିକ୍ତ ଡାଟାର ବୈଧତା ୬ ମାସ । ଏୟାରଟେଲ୍ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କୁ ମଧ୍ଯ Airtel Thanks  ପ୍ରୋଗ୍ରାମର ସୁବିଧା ମିଳିବ ଯେଉଁଥିରେ ଫ୍ରି ଆମାଜନ ପ୍ରାଇମ୍, ଜୀ ୫ ଓ ଅନ୍ଯ ଆପ୍ସର ସବସ୍କ୍ରିପସନ୍ ସାମିଲ ।

   ସମ୍ବନ୍ଧିତ ଖବର


ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର