ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲା ଟାଟାଙ୍କ ବିମାନ

ମୁମ୍ବାଇ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା ନିଜ ଜୀବନରେ ଘଟିଥିବା ଏକ ଭୟଙ୍କର ଘଟଣା ବିଷୟରେ କହିଛନ୍ତି । ସମ୍ଭ୍ରାନ୍ତ ପରିବାରରେ ବଢ଼ିଥିବା ଟାଟାଙ୍କ ଏକ ପ୍ରମୋସନାଲ କ୍ଲିପ୍‌ ରବିବାର ନ୍ୟାସ୍‌ନାଲ ଜିଓଗ୍ରାଫିକ୍‌ରେ ପ୍ରସାରଣ ହୋଇଛି । ଏହି କ୍ଲିପ୍‌ରେ ରତନ ଟାଟା କହିଛନ୍ତି ଯେ, କିଭଳି ତାଙ୍କ ପ୍ଲେନ୍‌ ଏକଦା ଦୁର୍ଘଟଣାରୁ ବଞ୍ଚିଥିଲା ଏବଂ କିଭଳି ଉକ୍ତ ଭୟଙ୍କର ମୁହୂର୍ତ୍ତକୁ ସେ ସାମ୍ନା କରିଥିଲେ । ସେହି ରୋମଟାଙ୍କୁରା ଯାତ୍ରା ସମୟରେ ଆଉ ୩ ଜଣ ମଧ୍ୟ ତାଙ୍କ ସହ ଥିବା ସେ କହିଛନ୍ତି ।

ଟାଟା କୁହନ୍ତି, ଯେତେବେଳେ ସେ ୩ ଜଣ ବନ୍ଧୁଙ୍କୁ ସାଙ୍ଗରେ ନେଇ ବିମାନରେ ଯାତ୍ରା କରୁଥିଲେ ପ୍ଲେନ୍‌ର ଇଞ୍ଜିନ୍‌ ଏକ ସମୁଦ୍ର ଉପରେ ବନ୍ଦ ହୋଇଗଲା । ସେତେବେଳେ ଟାଟାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା । ପାଇଲଟ୍‌ ଲାଇସେନ୍ସ ପାଇଁ ୧୭ ବର୍ଷ ବାଧ୍ୟତାମୂଳକ ଥିଲା । ଟାଟା ଉକ୍ତ ଦିନକୁ ମନେ ପକାଇ କୁହନ୍ତି ଯେ, ପ୍ଲେନ ଅତି ଜୋରରେ ଦୋହଲିଲା ଏବଂ ଇଞ୍ଜିନ ବନ୍ଦ ହୋଇଗଲା । ସେ ବିନା ଇଞ୍ଜିନରେ ଥିଲେ । କିପରି ତଳକୁ ଆସିବେ ତାହା ଚିନ୍ତା କଲେ । ତାଙ୍କ ବନ୍ଧୁମାନେ ଏକ୍‌ଦମ୍‌ ଡରିଯାଇଥିଲେ । ପ୍ଲେନ୍‌ ତଳକୁ ଆସିବା ଯାଏ କାହା ପାଟିରୁ ଗୋଟିଏ ହେଲେ ଶବ୍ଦ ବାହାରି ନ ଥିଲା ।

ଟାଟା କୁହନ୍ତି, ଏକ ହାଲୁକା ପ୍ଲେନ୍‌ରେ ଇଞ୍ଜିନ ବନ୍ଦ ହୋଇଯିବା ବଡ଼ କଥା ନୁହେଁ । ଏହା ଦୁର୍ଘଟଣାରୁ ବର୍ତ୍ତିପାରିବ । ପ୍ଲେନ୍‌ଟି କେତେ ଉପରେ ଅଛି ତାହା ଗୁରୁତ୍ୱପୂର୍ଣ୍ଣ । ଟାଟା ଉକ୍ତ ପରିସ୍ଥିତିରେ ଶାନ୍ତ ରହିଲେ ଏବଂ ସାହସର ସହ ପରିସ୍ଥିତିର ସାମ୍ନା କରି ନିଜକୁ ଏବଂ ସମସ୍ତଙ୍କୁ ବଞ୍ଚାଇଲେ ।

   ସମ୍ବନ୍ଧିତ ଖବର


ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ

ଚୀନ୍‌ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଅଜିତ୍‌ ଡୋଭଲ୍‌ – ଏ ହେଉଛି ନୂଆ ଭାରତ, ଯେଉଁଠାରେ ବିପଦ ସେହିଠାରେ କରିବୁ ମୁକାବିଲା

ଚୀନ୍‌ର ଚିନ୍ତା, ଶକ୍ତିଶାଳୀ ହେଉଛି ଭାରତ- ଆମେରିକା କହିଲା ଏବେ ମିଳିମିଶି କାମ କରିବାର ସମୟ,

ଫ୍ଲିପକାର୍ଟର ‘ବିଗ୍‌ ଦିୱାଲୀ ସେଲ୍’ – ହୋଇ ଯାଆନ୍ତୁ ପ୍ରସ୍ତୁତ , ଏହି ଜିନିଷ ଉପରେ ମିଳିବ ୮୦% ଯାଏ ଡିସ୍କାଉଣ୍ଟ

ଜୋରିମାନା ଆଦାୟ ହୋଇପାରୁନି ; ୪୬କୋଟିର ଫାଇନ୍‌ରୁ GHMC ସଂଗ୍ରହ କରିଛି ୨କୋଟି

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ