ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ପୁଅ ନାରା ଲୋକେଶ ଗୃହବନ୍ଦୀ, ଜାଣନ୍ତୁ କାରଣ

ଆନ୍ଧ୍ର ପ୍ରଦେଶ ୧୧।୯: ଆନ୍ଧ୍ରପ୍ରଦେଶର ସରକାରୀ ଦଳ ୱାଇଏସ୍‌ଆର୍‌ସିପି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଓ ପୁଅ ନାରା ଲୋକେଶଙ୍କୁ ଏବେ ଗୃନ୍ଦବନ୍ଦୀ କରାଯାଇଛି।   ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦଳ ତେଲୁଗୁ ଦେଶମ୍ ପାର୍ଟୀ ମଧ୍ୟରେ ଏବେ କଡ଼ା ଟକ୍କର ଚାଲିଛି । ଏହା ଏବେ ଏକ ଭିନ୍ନ ମୋଡ଼ ନେବାକୁ ବସିଛି । ଏଥିପାଇଁ ଟିଡିପି ନେତା ଓ କର୍ମୀମାନେ ଗୁଣ୍ଟୁର ଜିଲ୍ଲାର ଆତ୍ମାକୁରୁ ଗାଁରେ ସରକାରଙ୍କ ବିରୋଧରେ ଏକ ମହା ଶୋଭାଯାତ୍ରା କରିବାକୁ ଯୋଜନା କରିଛନ୍ତି । କିନ୍ତୁ ଏହା ପୂର୍ବରୁ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଓ ତାଙ୍କ ପୁଅ ନାରା ଲୋକେଶଙ୍କୁ ଗୃହବନ୍ଦୀ କରାଯାଇଛି ।

ଡିଡ଼ିପି ଦଳ ଗୁଣ୍ଟୁର୍‌ରେ ଏକ ମହା ରାଲି କରିବାକୁ ପ୍ରଶାସନଠାରୁ ଅନୁମତି ମାଗିଥିଲେ । କିନ୍ତୁ ପ୍ରଶାସନ ଅନୁମତି ମିଳି ନ ଥିଲା । ଏହା ସହିତ ଆଜି ସକାଳ ୯ଟାରେ ଆତ୍ମକୂରୁ ଗସ୍ତରେ ବାହାରିଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହା ପରେ ଚନ୍ଦ୍ରବାବୁ ନାଇଡ଼ୁ ଅନଶନରେ ବସିବାକୁ ଘୋଷଣା କରିଛନ୍ତି ।

ଏହା ସହିତ ତାଙ୍କ ଘରକୁ ପ୍ରବେଶ କରୁଥିବା ସମସ୍ତ ଟିଡିପି କର୍ମୀଙ୍କୁ ମଧ୍ୟ ଅଟକ ରଖାଯାଉଛି । ସେହିପରି ଦଳର ପୂର୍ବତନ ବିଧାୟକ ତଙ୍ଗିରାଲା ସୌମ୍ୟ ଓ ରାଜେନ୍ଦ୍ର ପ୍ରସାଦଙ୍କୁ ନନ୍ଦିଗାମଠାରେ ଗୃହବନ୍ଦୀ କରାଯାଇଛି । ଚନ୍ଦ୍ରବାବୁଙ୍କୁ କୌଣସି ଗଣମାଧ୍ୟମ ସହିତ ସାକ୍ଷାତ କରିବାକୁ ମଧ୍ୟ ଅନୁମତି ଦିଆଯାଉ ନାହିଁ ।

ସେପଟେ ୱାଇଏସ୍‌ଆର୍‌ର କର୍ମୀ ଟିଡିପି ବିରୋଧରେ ଆନ୍ଦୋଳନ କରିବା ଆଶାଙ୍କାରେ ସେମାନଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଉଛି । ସୁଚନା ଯୋଗ୍ୟ ଯେ, ଗୁଣ୍ଟୁର ଜିଲ୍ଲାର ଆତ୍ମାକୁରୁ ଗାଁରେ ଆନ୍ଧ୍ର ସରକାରଙ୍କ ହିଂସାତ୍ମକ ରାଜନୀତି ବିରୋଧରେ ଟିଡିପି ‘ଚଲୋ ଆତ୍ମାକୁରୁ’ ରାଲିର ଆୟୋଜନ କରିଥିଲା । ଏଥିପାଇଁ ପ୍ରଶାସନ ଅୁନମତି ନ ଦେବା ସହ ନରସରାୱପେଟା, ସତ୍ତେନାପାଲେ, ପଲନାଡ଼ୁ ଏବଂ ଗୁରାଜଲାରେ ଧାରା ୧୪୪ ଜାରି କରି ଦେଇଛି ।

   ସମ୍ବନ୍ଧିତ ଖବର


ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ

ପାକିସ୍ତାନର ମୁଖା ଖୋଲିଲେ ନଓ୍ବାଜ ସରିଫ୍, କହିଲେ-କାର୍ଗିଲ ଯୁଦ୍ଧ ବେଳେ ସେନା ପାଖରେ ଖାଦ୍ୟ ଓ ଅସ୍ତ୍ରଶସ୍ତ୍ର ନଥିଲା

ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ