ଖୁବ୍ ଶୀଘ୍ର ଦେଶର ପ୍ରମୁଖ ରେଳ ଷ୍ଟେସନ୍ ସହିତ ବସଷ୍ଟାଣ୍ଡ,ବିମାନବନ୍ଦର ଏବଂ ମଲରେ ମାଟିପାତ୍ରରେ ମିଳିବ ଚା’

ନୂଆଦିଳ୍ଳୀ,୨୬।୮:  ଖୁବ୍ ଶୀଘ୍ର  ଦେଶର ସମସ୍ତ ପ୍ରମୁଖ ରେଲଓ୍ବେ ଷ୍ଟେସନ, ବସଷ୍ଟାଣ୍ଡ, ଏୟାରପୋର୍ଟ ଓ ସପିଂ ମଲରେ ଆପଣଙ୍କ ପସନ୍ଦଯୋଗ୍ୟ ଚା’ ପରିବେଶ ଅନୁକୂଳ ମାଟିପାତ୍ରରେ  ମିଳିବ। ଏ ନେଇ କେନ୍ଦ୍ର ସଡ଼କ ପରିବହନ, କ୍ଷୁଦ୍ର ଓ ଲଘୁ ଉଦ୍ୟୋଗମନ୍ତ୍ରୀ ନୀତିନ ଗଡକରି ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ପତ୍ରଲେଖି ୧ଶହ ରେଳ ଷ୍ଟେସନରେ ଚା ପାଇଁ ମାଟି ପାତ୍ର ଅନିବାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ବାରଣାସୀ ଓ ରାୟବରେଲି ରେଳଓ୍ବେ ଷ୍ଟେସନରେ ମାଟିପାତ୍ର (କୁହ୍ଲଡ)​‌ରେ ଚା’ ଦିଆଯାଇଥାଏ। ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦନ ବୃଦ୍ଧି ଲାଗି  ମାଟିପାତ୍ର ନିର୍ମାଣ ପାଇଁ ଆବଶ୍ୟକ ସାହାର୍ଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ । ବିମାନବନ୍ଦର ଏବଂ ବସ ଡିପୋ ଏବଂ ଚା ଦୋକାନରେ ଏହାକୁ ବାଧ୍ୟତାମୂଳକ କରିବାକୁ ପରାମର୍ଶ ଦେଇଛନ୍ତି ଗଡକରୀ।

ଗଡକରୀ କହିଛନ୍ତି, ଏହାଦ୍ବାରା ସ୍ତାନୀୟ କୁମ୍ବାରଙ୍କୁ ରୋଜଗାରର ଏକ ମାଧ୍ୟମ ମିଳିବ। ଏହା ସହିତ କାଗଜ ଓ ପ୍ଲାଷ୍ଟିକରେ ତିଆରି ଗ୍ଳାସର ବ୍ୟବହାର ବନ୍ଦ ହୋଇଯିବା ସହ ପରିବେଶ ସଫା ରହିବ।

ଖଦି ଏବେ ଆୟୋଗର ଚେୟାରମ୍ୟାନ୍ ବିନୟ କୁମାର ସକସେନା କହିଛନ୍ତି, ସେ ଗତ ବର୍ଷ କୁମ୍ଭାରଙ୍କୁ ମାଟିପାତ୍ର ତିଆରି କରିବା ପାଇଁ ୧୦,୦୦୦ ଇଲେଟ୍ରିକ୍ ଚକ୍ ପ୍ରଦାନ କରିତିଲ। ଚଳିତ ବର୍ଷ ୨୫,୦୦୦ ଇଲେଟ୍ରିକ୍ ଚକ ବାଣ୍ଟିବାର ଲକ୍ଷ୍ୟ ରଖାଯାଇଛି। ସରକାର କୁମ୍ଭାରଙ୍କ ସଶକ୍ତିକରଣ ଯୋଜନା ଅନୁଯାୟୀ ଇଲେକ୍ଟ୍ରିକ୍ ଚକ ବିତରଣ କରୁଛନ୍ତି।

   ସମ୍ବନ୍ଧିତ ଖବର


ଭାରତ କିଣିବ ଲଢୁଆ ଡ୍ରୋନ୍‌- ଚୀନ୍‌କୁ ଦେବ ଜବାବ

ଭାରତରେ ୫୦% ଦକ୍ଷତା ଥିବା ଟିକାକୁ ମଧ୍ୟ ଅନୁମତି ମିଳିବ

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି

୧୦ ବର୍ଷ ପରେ ପରିବର୍ତ୍ତନ କରାଯାଉଛି Wikipediaର ଡିଜାଇନ୍‌, ଦେଖନ୍ତୁ ନୂଆ ଲେଆଉଟ୍‌

୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ନିଜର ଗାଡିରେ ଲଗାଇ ଦିଅନ୍ତୁ HSRP ଓ କଲର କୋଡ୍, ନଚେତ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା