
ନୂଆଦିଲ୍ଲୀ – ଦେଶର ସବୁ ରେଲୱେ ଷ୍ଟେସନରେ ଏବେ ବଦଳିବ ଚା ପିଇବାର ତରିକା । କେବଳ କୁଲହଡ଼ରେ ଚା ପିଇ ପାରିବେ ଯାତ୍ରୀ । ପ୍ଲାଷ୍ଟିକ୍ କପ୍କୁ ଏବେ କରିବାକୁ ହେବ ବାଏ ବାଏ । ଦେଶର ସବୁ ରେଲୱେ ଷ୍ଟେସନରେ ଖୁବ୍ ଶୀଘ୍ର ପ୍ଲାଷ୍ଟିକ୍ କପ୍କୁ ବ୍ୟାନ୍ କରାଯିବ। ଏହା ସ୍ଥାନରେ ଏବେ କୁଲ୍ହଡରେ ହିଁ ଚା ମିଳିବାର ନଜର ଆସିବ । ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ରବିବାର ଏହି ଘୋଷଣା କରିଛନ୍ତି ।
ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି , ଏବେ ଦେଶର ସବୁ ରେଳ ଷ୍ଟେସନରେ ଚା ପ୍ଲାଷ୍ଟିକ୍ କପ୍ ବଦଳରେ ଇକୋ ଫ୍ରେଣ୍ଡଲୀ କୁଲହଡରେ ବିକ୍ରି କରାଯିବ । ଗୋୟଲ ରାଜସ୍ଥାନର ଅଲୱର ଜିଲ୍ଲାରେ ଢିଗୱାଡ଼ା ରେଳ ଷ୍ଟେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରୁଥିଲେ । ଏହି କାର୍ଯ୍ୟକ୍ରମ ନର୍ଥ ୱେଷ୍ଟର୍ଣ୍ଣ ରେଲୱେ ଅନୁସାରେ ନୂଆ ଇଲେକ୍ଟ୍ରିଫାଇଡ୍ ଢ଼ିଗୱାଡା-ବାନ୍ଦିକୁଇ ସେକ୍ସନର ଉଦ୍ଘାଟନ ଅବସରରେ ଆୟୋଜିତ କରାଯାଇଥିଲା ।
Tea will be sold in environment-friendly 'kulhads' in place of plastic cups at all railway stations in the country: Railway Minister Piyush Goyal
— Press Trust of India (@PTI_News) November 29, 2020
ରେଲମନ୍ତ୍ରୀ କହିଥିଲେ କି ଏବେ ଦେଶରେ ପାଖାପାଖି ୪୦୦ ରେଲୱେ ଷ୍ଟେସନରେ କୁଲହଡ ରେ ଚା ଦିଆଯାଉଛି । ଭବିଷ୍ୟତରେ ଆମର ଯୋଜନା ଅଛି କି ଦେଶର ସବୁ ରେଳ ଷ୍ଟେସନରେ କେବଳ କୁଲହଡ଼ରେ ହିଁ ଚା ବିକ୍ରି କରାଯିବ। ଏହା ପ୍ଲାଷ୍ଟିକ୍ ମୁକ୍ତ ଭାରତର ଦେଶରେ ରେଲୱେର ପ୍ରଥମ ଯୋଗଦାନ ହେବ ।
There're nearly 400 railway stations serving tea in Kulhad (earthen cups). We're making efforts to implement the same across the country as Railways' contribution in making India plastic-free. It'll also generate employment: Union Railways Minister Piyush Goyal in Alwar,Rajasthan pic.twitter.com/9iDhOsa5JW
— ANI (@ANI) November 29, 2020
କହିରଖୁଛୁ କି , ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ୧୫ ବର୍ଷ ପୂର୍ବେ ରେଲୱେ ଷ୍ଟେସନରେ କୁଲହଡ଼ ର ଆରମ୍ଭ କରିଥିଲେ । ହେଲେ ପ୍ଲାଷ୍ଟିକ୍ ଓ ପେପର କପ୍ ଧିରେ ଧିରେ କୁଲହଡର ସ୍ଥାନ ଅକ୍ତିୟାର କରିନେଇଥିଲା । ବର୍ତ୍ତମାନ ଅଧିକାଂଶ ରେଲୱେ ଷ୍ଟେସନରେ ପେପର କପ୍ରେ ଚା ବିକ୍ରି କରାଯାଉଛି । ଯାହା ଗୋଟେ ପଟେ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଆଉ ଅନ୍ୟପଟେ ପ୍ଲାଷ୍ଟିକ୍ ଓ ପେପର କପ୍ ପରିବେଶକୁ କ୍ଷତି ପହଁଞ୍ଚାଉଛି।