ମଦ ଚାଲାଣ କରି ଶିକ୍ଷକ ଗିରଫ, ସ୍କୁଟି ଜବତ

ଗୁଣପୁର,୨୬/୪: ଦେଶୀ ମଦ କାରବାର କରି ଏଠାରେ ଶନିବାର ଜଣେ ଶିକ୍ଷକ ଧରା ପଡିଛନ୍ତି । ଅବକାରୀ ବିଭାଗ ତାଙ୍କୁ ଗିରଫ କରିଛି । ଶିକ୍ଷକଙ୍କ ନିକଟରୁ ଏକ ସ୍କୁଟି ସହ ୩୦ ଲିଟର ମହୁଲି ମଦ ଜବତ କରାଯାଇଛି । ଶିକ୍ଷକ ହେଲେ ଚନ୍ଦ୍ରପୁର ବ୍ଲକ ସାରିକିମା ପଞ୍ଚାୟତ ରେପ୍ତାବାଲି ପ୍ରାଥମିକ ବିଦ୍ୟାଳୟର କାରୀ ଶ୍ରୀରାମ ।

ସୂଚନା ଅନୁସରେ, ଆଜି ସକାଳେ ଶିକ୍ଷକ କାରୀ ଶ୍ରୀରାମ ଏକ ସ୍କୁଟିରେ ପୁରୁଣା ଗୁଣପୁରରୁ ଗାନ୍ଧିନଗରକୁ ମହୁଲ ମଦ ଚୋରା ଚାଲାଣ କରୁଥିଲେ । କୌଣସି ସୂତ୍ରରୁ ଅବକାରୀ ବିଭାଗ ଖବର ପାଇ ଅଚାନକ ଚଢଉ କରିଥିଲା । ଯାଞ୍ଚ ବେଳେ ଶିକ୍ଷକଙ୍କ ନିକଟରୁ ୩୦ ଲିଟର ମଦ ମିଳିଥିଲା । ପୁଲିସ ଉଭୟ ମଦ ଓ ସ୍କୁଟିକୁ ଜବତ କରିଥିଲା । ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅବକାରୀ ବିଭାଗ ସବଇନ୍ସପେକ୍ଟର ଉତ୍ତମ କୁମାର ବେହେରାଙ୍କ ନେତୃତ୍ୱରେ ଏଏସଆଇ ଦିବାକର ମହାପାତ୍ର, ସିପାହୀ ସଂଗ୍ରାମ ପ୍ରଧାନ, କରୁଣାକର ପାତ୍ର, ଯଶୋବନ୍ତ ଶବର, ଭରତ ପାଣିଗ୍ରାହୀ, ପାଲକା ଆପେୟା ପ୍ରମୁଖ ଚଢଉରେ ସାମିଲ ହୋଇଥିଲେ ।

   ସମ୍ବନ୍ଧିତ ଖବର


ଆଇପିଏଲ ବେଟିଂ ଚାଲିଥିବାବେଳେ ପୋଲିସର ଚଢାଉ

ହତ୍ୟା କରି ଫେରାର ହୋଇଥିବା ଶେଷଦେବ ଗିରଫ

ଲାଇନ୍‌ଚ୍ୟୁତ ହେଲା ରେଳ ଇଞ୍ଜିନ-୪୦ ମିଟର୍‌ ଘୁଷୁଡ଼ିଲା, ୪ ଘଣ୍ଟା ନୟାନ୍ତ ବର୍ତ୍ତିଗଲେ ୨ ଡ୍ରାଇଭର୍‌ ଓ ଜଣେ ଗାର୍ଡ

ପୁଲିସ କବ୍‌ଜାରେ ଗିଲ୍‌ଟି କାଳୁ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା – ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଜଗି ବସିଛନ୍ତି, କିନ୍ତୁ ଉଲ୍ଲଙ୍ଘନକାରୀ ସରକାରୀ କଟକଣାକୁ ବେଖାତିର କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି

ବେଆଇନ ଗଛ କାଟୁଥିବାବେଳେ ୩ ଜଣଙ୍କୁ ଗିରଫ କଲା ବନ ବିଭାଗ