ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଶିକ୍ଷକଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ଆଣିଲେ ଶିକ୍ଷୟିତ୍ରୀ, ମିଳିଥିଲା ହତ୍ୟା ଧମକ

କନ୍ଧମାଳ ୨୬।୮: ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଶିକ୍ଷକଙ୍କ ବିରୁଦ୍ଧରେ ଅସଦାଚରଣ ଏବଂ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଶିକ୍ଷୟିତ୍ରୀ। ଏଭଳି ଘଟଣା ଘଟିଛି ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ଉଚ୍ଚବିଦ୍ୟାଳୟରେ।

କାର୍ଯ୍ୟରତ ଜୈନିକ ଶିକ୍ଷୟତ୍ରୀଙ୍କୁ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାରଣାଙ୍କ ସମେତ ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ପିଇଟି ଶିକ୍ଷକ ସୁଶାନ୍ତ ବଳିଆରସିଂ ଅସଭ୍ୟ ଆଚରଣ ସହ ଠେଲାପେଲା କରିଛନ୍ତି । ଏକଥା ସ୍ବାମୀ ଆଗରେ କିମ୍ବା କାହା ଆଗରେ ପ୍ରଘଟ କଲେ ରାୟଗଡା ଟିକିରି ଇତିଶ୍ରୀ ଘଟଣାର ପୁନରାବୃତ୍ତି ତଥା ହତ୍ୟା କରାଯିବ ବୋଲି ଧମକ ଦେବା ନେଇ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

{"id":38667,"width":700,"height":385}

ଘଟଣା ଅନୁସାରେ ପୂର୍ବରୁ ସେହି ସ୍କୁଲର ଜଣେ ଜୈନିକ ଶିକ୍ଷୟତ୍ରୀଙ୍କୁ ଏହି ତିନି ଶିକ୍ଷକ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ ଏକଥା ପ୍ରଘଟ ଭୟରେ ଶିକ୍ଷୟତ୍ରୀମାନଙ୍କୁ ପରସ୍ପର ମଧ୍ୟରେ ମିଳାମିଶା କରିବା ପାଇଁ ତାଗିଦ କରୁଥିଲେ । ଶିକ୍ଷୟତ୍ରୀ ମାନଙ୍କୁ ଅଫିସ ରୁମକୁ ଡାକି ଅନେକ ସମୟରେ ଅସଭ୍ୟ ଆଚରଣ ଓ ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିବା କହିଛନ୍ତି। ତାଛଡା କମ୍ପ୍ରମାଇଜ କରିବା ପାଇଁ ବାଧ୍ୟ କରୁଥିଲେ ଏବଂ କ୍ଲାସରେ ମିଥ୍ୟା ଆଟେନାନ୍ସ ପକାଇବା ପାଇଁ ବାଧ୍ୟକରୁଥିବା କହିଛନ୍ତି ସଂପୃକ୍ତ ଶିକ୍ଷୟତ୍ରୀ।

ଏକ ପ୍ରକାର ରେଗିଂ ଚାଲିଛି ଏହି ସ୍କୁଲରେ । ଦୀର୍ଘ ଏକ ମାସଧରି ଏହି ଆଦିବାସୀ ଶିକ୍ଷୟତ୍ରୀଙ୍କୁ ଜାତିଆଣ ଆକ୍ଷେପ କରୁଥିବା ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଏନେଇ ଜୈନିକ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶ ପ୍ରଧାନଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୂନ ହେବାପରେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି।

{"id":38668,"width":684,"height":376}

ଜୈନିକ ଶିକ୍ଷୟତ୍ରୀ ଶାରିରୀକଏବଂ ମାନସିକ ନିର୍ଯ୍ୟାତନା ପରେ ଭୟରେ ଅଛନ୍ତି।ରବିବାର ଦିନ ଶିକ୍ଷୟିତ୍ରୀଙ୍କ ଘରକୁ ଯାଇ ପ୍ରଧାନ ଶିକ୍ଷକ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ କନ୍ଧମାଳର କୁଇ ସମନ୍ବୟ ସମିତର ସମ୍ପାଦକ ଲମ୍ବୋଦର କହଁର ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୂଷ୍ଠାନ ଦାବୀ କରିଛନ୍ତି ନଚେତ୍ ଆଦିବାସୀ ସଂଘ ରାଜ ରାସ୍ତାକୁ ଉଲ୍ଲେଇବାକୁ କଡା ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.