କରୋନାରେ ଆଖିବୁଜିଲେ ଆଦିବାସୀ ଶିକ୍ଷକ

ପାତ୍ରପୁର, ୨୩/୦୮: ପାତ୍ରପୁର ବ୍ଲକ୍‌ରେ କରୋନାରେ ସଂକ୍ରମିତ ହୋଇ ଜଣେ ଆଦିବାସୀ ଶିକ୍ଷକଙ୍କ ମୃତ୍ୟୁ ଘଟିଛି ।ଫଳରେ ବ୍ଲକ୍‌ରେ ମୋଟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ମୃତ ଶିକ୍ଷକଙ୍କ ଘର ତୁମ୍ବା ପଞ୍ଚାୟତ ଫଟକାସିଙ୍ଗି ଗ୍ରାମ ବୋଲି ସୂଚନା ଦେଇଛନ୍ତି।

ପାତ୍ରପୁର ବ୍ଲକ୍‌ ଶିକ୍ଷାଧିକାରୀ କୋରେଶ ସେଠୀ । ସେ ଖାରିଆଗୁଡା ପଞ୍ଚାୟତ ବେଲପଡା ଗ୍ରାମରେ ଶିକ୍ଷକତା କରୁଥିଲେ। ପାଞ୍ଚ ଦିନ ପୂର୍ବେ ଝାଡା ହେବାରୁ ପରିବାର ଲୋକ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ତାଙ୍କ କରୋନା ସ୍ୱାବ୍‌ ସଂଗ୍ରହ କରାଯାଇଥିଲା । ଟେଷ୍ଟ ପରେ କରୋନା ସଂକ୍ରମିତ ଥିବା ଜଣାପଡିବା ପରେ ତାଙ୍କୁ କୋଭିଡ୍‌ ହସ୍‌ପିଟାଲ୍‌ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ବାପାଙ୍କୁ ଖବର ଦିଆଯିବା ପରେ ସେ ଡାକ୍ତରଖାନାକୁ ଯାଇଛନ୍ତି । ଶିକ୍ଷକଙ୍କ ମୃତ୍ୟୁ ଖବର ଶୁଣିବା ପରେ ପାତ୍ରପୁର ବିଇଓ କୋରେଶ ସେଠୀ, ରାଜ୍ୟ ଶିକ୍ଷକ ସଂଘ ସଭାପତି ରାଜେଶ କୁମାର ମହାନ୍ତି ପ୍ରମୁଖ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।

   ସମ୍ବନ୍ଧିତ ଖବର


ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ଆଜି ବଡ଼ଓଷା: ଧବଳେଶ୍ୱର ପୀଠରେ ଲାଗି ହେବ ଧଳା ଗଜ ମଣ୍ଡା, ଅଟକାଳି ଭୋଗ

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା

ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡାନିୟମ ଲାଗୁ…