ଜିନ୍ସ ପିନ୍ଧିବାରୁ ଶିକ୍ଷକଙ୍କ ଦରମା ବନ୍ଦ

ଖଲିକୋଟ ୨୦/୮: ୟୁନିଫର୍ମ ପୋଷାକ ବଦଳରେ ଜିନ୍‌ ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ସ୍କୁଲ ଆସିବା ଅଭିଯୋଗରେ ଗୋଟିଏ ଦିନର ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବିଇଓ । ଖଲିକୋଟ ବ୍ଲକ୍‌ ଅନ୍ତର୍ଗତ ଚିକିଲି ନୋଡାଲ୍‌ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଜାନି ୟୁନିଫର୍ମ ପୋଷାକ ବଦଳରେ ନୀଳ ଜିନ୍‌ ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧି ବିଦ୍ୟାଳୟକୁ ଆସିଥିବା ଅଭିଯୋଗ ହୋଇଥିଲା । ବିଦ୍ୟାଳୟ ପରିଦର୍ଶନରେ ବିଇଓ ଅମ୍ରିତା ପ୍ରୀତି ନନ୍ଦା ଆସିବା ସମୟରେ ସେ ଏହା ଦେଖିଥିଲେ ।

ସେ ଏପରି ପୋଷାକରେ ବିଦ୍ୟାଳୟକୁ ଆସୁଥିବାର ଅନୁଧ୍ୟାନରୁ ଜଣାପଡ଼ିଥିଲା । ବିଇଓ ନନ୍ଦା କହିଛନ୍ତି ଯେ ସମ୍ପୃକ୍ତ ଶିକ୍ଷକ ୨୦୦୫ରେ ଚାକିରିରେ ଯୋଗ ଦେବାଠାରୁ କେବେ ବି ୟୁନିଫର୍ମ ପିନ୍ଧୁ ନଥିବା ଜଣାପଡ଼ିଛି । ତେଣୁ ଗୋଟିଏ ଦିନର ଦରମା ବନ୍ଦ କରିବା ସହ ତିନି ଦିନ ଭିତରେ କାରଣଦର୍ଶାଅ ନୋଟିସର ଉତ୍ତର ଦେବାକୁ କୁହାଯାଇଛି । ଶିକ୍ଷକ ଜାନି କେବେ ବି ୟୁନିଫର୍ମ ନପିନ୍ଧିବା ଅଭିଯୋଗକୁ ଅସ୍ୱୀକାର କରି ସେହିଦିନ ବ୍ୟକ୍ତିଗତ ଅସୁବିଧା ଯୋଗୁଁ ୟୁନିଫର୍ମ ପିନ୍ଧି ନଥିବା କହିଛନ୍ତି ।

   ସମ୍ବନ୍ଧିତ ଖବର


ଗଞ୍ଜାମରୁ ନୂଆ ପ୍ରଜାତିର ଝିଟିପିଟି ଚିହ୍ନଟ

ଗୁଟ୍‌ଖା ଭାବି ଉକୁଣିମରା ଔଷଧ ଖାଇ ବୃଦ୍ଧ ମୃତ

ଗୁଟ୍‌ଖା ଗାଡ଼ି ପାର୍‌ କରିବାକୁ ଲାଞ୍ଚ ମାଗିବା ଘଟଣା: ୪ କନେଷ୍ଟବଳଙ୍କୁ ନିଲମ୍ବିତ କଲେ ବ୍ରହ୍ମପୁର ଏସ୍‌.ପି

ତାସ୍‌ ଖେଳରୁ ଝଗଡ଼ା, ଦୁଇ ପରିବାରର ୮ ଆହତ

ଘରେ ପଶି ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ର ଛାନ୍‌ଭିନ୍‌ ଜାରି

ଧାନବିଲରୁ ଉଦ୍ଧାର ହେଲା ୫ ଫୁଟ ଲମ୍ବର କୁମ୍ଭୀର