PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ପୁଣି ସାମନାକୁ ଆସିଲା ଭାରତର ସେହି ‘ପୁରୁଣା ସମସ୍ୟା’ !

ନୂଆଦିଲ୍ଲୀ – ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ୱାର୍ଲ୍ଡକପ୍‌ ୨୦୧୯ ଖେଳି ଥିଲା । ସେଠାରେ ସେମିଫାଇନାଲରେ ଭାରତ ପରାଜିତ ହୋଇଥିଲା । ଏହି ଏକମାତ୍ର ମ୍ୟାଚ୍‌ରେ ଭାରତକୁ ମିଡିଲ ଅର୍ଡରର ମ୍ୟାଚ୍‌ ୱିନରର ଅଭାବ ପରିଲିଖିତ ହୋଇଥିଲା ଏବଂ ଭାରତ ଏହି ମ୍ୟାଚ୍‌ ହାରି ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇ ଯାଇଥିଲା । ଏମିତି ପୁଣି ଆଉଥରେ ଟିମ୍‌ ଇଣ୍ଡିଆ ସହ ହୋଇଛି । ଭାରତୀୟ ଟିମ୍‌ ଯେଉଁ ସମସ୍ୟା ବିଶ୍ୱକପ୍‌ ୨୦୧୯ର ପୂର୍ବରୁ ସମ୍ମୁଖୀନ ହୋଇଥିଲା , ସେହି ସମସ୍ୟା ଏବେ ଭାରତୀୟ ଟିମ୍‌କୁ ସାମନା କରିବାକୁ ପଡ଼ୁଛି ।

ବିଶ୍ୱକପ୍‌ ୨୦୧୯ର ପୂର୍ବରୁ ଭାରତ ୪ର୍ଥ ନମ୍ୱରରେ ଅନେକ ବ୍ୟାଟ୍‌ସମ୍ୟାନଙ୍କୁ ଆପଣାଇ ଥିଲା । ହେଲେ ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ୍‌ ସୁଦ୍ଧା ଟିମ୍‌କୁ କୌଣସି ଭଲ ବିକଳ୍ପ ଏହି ନମ୍ୱରରେ ଖେଳିବାକୁ ମିଳିନଥିଲା। ହେଲେ ବିଶ୍ୱକପ୍‌ର ଠିକ୍‌ ପରେ ୪ ନମ୍ୱରରେ ଶ୍ରେୟସ ଆୟରଙ୍କୁ ସିମିତ ଓଭରର କ୍ରିକେଟରେ ଅନେକ ସୁଯୋଗ ମିଳିଛି ଏବଂ ସେ ଏହି ସୁଯୋଗକୁ ଠିକ୍‌ରେ ତୁଲାଇବା ସହ ଏହି ୪ର୍ଥ ସମସ୍ୟାକୁ ପାଖାପାଖି ସୁଧାରି ଦେଇଛନ୍ତି । କିନ୍ତୁ ସାଉଥ୍‌ ଆଫ୍ରିକା  ବେଳେ ପୁଣି ସେହି ମିଡିଲ ଅର୍ଡର ସମସ୍ୟା ଦେଖାଦେଇଛି।

୪ନମ୍ୱରରେ ରିଷଭ ପନ୍ତଙ୍କୁ ଅଣାଗଲା ଏବଂ ସେ ପ୍ରଥମ ମ୍ୟାଚ୍‌ରେ ୧୬ , ୨ୟରେ ୮୫ ଓ ୩ୟରେ ଖାତା ଖୋଲି ପାରିନଥିଲେ। ନମ୍ୱର ୫ରେ ଶ୍ରେୟସ ଆୟରଙ୍କୁ ଅଣାଗଲା , ଯିଏ ପ୍ରଥମ  ମ୍ୟାଚ୍‌ରେ ୧୭ , ୨ୟରେ ୧୧ ଓ ୩ୟରେ ୨୬ରନ୍‌ କରିପାରିଥିଲେ । ୬ନମ୍ୱରରେ ପ୍ରଥମ ୨ଟି ମ୍ୟାଚ୍‌ରେ ଭେଙ୍କଟେସ ଆୟରଙ୍କୁ ସୁଯୋଗ ଦିଆ ଗଲା , ଯିଏ ପ୍ରଥମ ମ୍ୟାଚ୍‌ରେ ୨, ୨ୟ ମ୍ୟାଚରେ ୨୨ରନ୍‌ କରିପାରିଥିଲେ । ୩ୟ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଥିଲା , ଯିଏ ୩୯ରନ୍‌ କରିବାରେ ସଫଳ ହୋଇଥିଲେ ।

ପ୍ରଶ୍ନ ଏହା କି ଯେବେ ଭେଙ୍କଟେଶ ଆୟରଙ୍କୁ ଟପ୍‌ ଅର୍ଡରରେ ବ୍ୟାଟିଂ କରିବା ଦେଖି ଟିମ୍‌ରେ ଚୟନ କରାଗଲା ତ ତାଙ୍କୁ ତଳକୁ କାହିଁକି ନିଆଗଲା । ଏହା ବ୍ୟତୀତ ଆଉ ଏକ ପ୍ରଶ୍ନ ଏହା କି ଶ୍ରେୟସ ଆୟର ଯେବେ ୪ନମ୍ୱରରେ ଭଲ ରନ୍‌ କରି ସାରିଛନ୍ତି ତ ଏହି ସିରିଜରେ ରିଷଭ ପନ୍ତଙ୍କୁ କାହିଁକି ୪ନମ୍ୱରରେ ରଖାଗଲା । ଭାରତ ସହ ଅନେକ ସମୟରେ ଏମିତି ହୋଇଆସିଛି କି ଟିମ୍‌ର ଟପ୍‌ରେ ଥିବା ୩ଜଣ ବ୍ୟାଟ୍ସମ୍ୟାନ୍‌ ରନ୍‌ କରି ନପାରିଲେ ଟିମ୍‌ ଅଧା ମ୍ୟାଚ୍‌ ହାରି ଯାଇଥାଏ  ।