PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଶେଷ ଦିନିକିଆରେ ଟିମ୍‌ ଇଣ୍ଡିଆ ଅଲ୍‌ଆଉଟ୍, ଶ୍ରୀଲଙ୍କା ଆଗରେ ୨୨୬ ରନର ଟାର୍ଗେଟ

କଲମ୍ବୋ: ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ଅନ୍ତିମ ମ୍ୟାଚ। ଟିମ୍‌ ଇଣ୍ଡିଆ ଅଧିନାୟକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ଓଭର ପୂର୍ବରୁ ସମସ୍ତ ଓ୍ବିକେଟ ହରାଇ ମୋଟ ୨୨୫ ରନ୍‌ କରିଛି। ଯାହାଫଲରେ ଶ୍ରୀଲଙ୍କା ଦଳ ଆଗରେ ୨୨୬ ରନର ଟାର୍ଗେଟ ରଖିଛି ଭାରତୀୟ ଦଳ।

ପ୍ରଥମ ଥର ପାଇଁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଟସ୍‌ ଜିତିଥିବା ଶିଖର ଧାଓ୍ବନ ଶେଷ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା। ଶିଖର ଧାଓ୍ବନ ଓ ପୃଥ୍ବୀ ଶ’ ଯୋଡ଼ି ଓପନିଂ କରିଥିଲେ। ହେଲେ ଦଳୀୟ ସ୍କୋର ୨୮ ହୋଇଥିବା ବେଳେ ଟିମ୍‌ ଇଣ୍ଡିଆକୁ ଲାଗିଥିଲା ପ୍ରଥମ ଝଟକା। ଦଳର ଅଧିନାୟକ ଶିଖର ଧାଓ୍ବନ ମାତ୍ର ୧୩ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଦିନିକିଆ ଡେବ୍ୟୁ କରିଥିବା ସଞ୍ଜୁ ସାମସନ୍‌ ପୃଥ୍ବୀ ଶ’ଙ୍କ ସାଥ ଦେଇଥିଲେ। ଦୁଇ ଯୁବ ଖେଳାଳି ଦଳୀୟ ସ୍କୋର ଆଗକୁ ବଢ଼ାଇଥିଲେ। ଦଳୀୟ ସ୍କୋର ୧୦୨ ହୋଇଥିବା ବେଳେ ଦଳକୁ ଲାଗିଥିଲା ଦ୍ବିତୀୟ ଝଟକା। ଇନଫର୍ମ ବ୍ୟାଟସମ୍ୟାନ୍‌ ପୃଥ୍ବୀ ଶ’ ୪୯ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଏହାପରେ ସଞ୍ଜୁ ସାମସନ୍‌ ୪୬, ମନୀଷ ପାଣ୍ଡେ ୧୧ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ।

ଅନ୍ୟପଟେ ଭଲ ବ୍ୟାଟିଂ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟସମ୍ୟାନ୍‌ ସୂର୍ଯ୍ୟ କୁମାର ଯାଦବଙ୍କ ସାଥ ଆଉ କୌଣସି ଖେଳାଳି ଦେଇନଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୯ ରନ୍‌ କରି ପ୍ୟାଭିଲିନ୍‌ ଫେରିଥିଲେ। ତାପରେ ସୂର୍ଯ୍ୟ କୁମାର ଯାଦବ ୪୦, ନୀତିଶ ରାଣା ୭, କେ ଗୌତମ ୨, ରାହୁଲ ଚହର ୧୩, ନବଦୀପ ସାଇନି ୧୫ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଟିମ୍‌ ଇଣ୍ଡିଆ ୪୩ ଓଭର ଗୋଟିଏ ବଲରେ ଅଲଆଉଟ୍‌ ହୋଇଯାଇଥିଲା। ନିର୍ଦ୍ଧାରିତ ଓଭର ପୂର୍ବରୁ ଟିମ୍‌ ଇଣ୍ଡିଆ ୨୨୫ ରନ୍‌ କରି ସମସ୍ତ ଓ୍ବିକେଟ ହରାଥିଲା। ଯାହାଫଲରେ ଶିଖର ବାହିନୀ ଶ୍ରୀଲଙ୍କା ଆଗରେ ୨୨୬ ରନର ଟାର୍ଗେଟ ରଖିଛି।

ଶ୍ରୀଳଙ୍କା ବୋଲର ମାନେ ଦମଦାର ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆକୁ ରୋକିବାରେ ସଫଳ ହୋଇଥିଲେ। ଅକିଲା ଧନଞ୍ଜୟ ଓ ପ୍ରବିନ ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଦିଷ୍ମନ୍ତ ଚାମିରା ୨ଟି ଓ୍ବିକେଟ ନେଇଛନ୍ତି। କରୁଣାରତ୍ନେ ଓ ଦାଶୁଣା ଶାଣକାଙ୍କ ମଧ୍ୟ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା।