ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କଥା ରଖି ଧୋନି ସନ୍ୟାସ ନେବାର ନିଷ୍ପତ୍ତି ବଦଳାଇଥିଲେ

ନୂଆଦିଲ୍ଲୀ,୨୪।୭: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହେବାପରେ ଅନ୍ତଃର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାର ଯୋଜନାରେ ଥିଲେ। ଏପରିକି ଧୋନି ମଧ୍ୟ ସନ୍ୟାସ ନେବାର ପ୍ଲାନିଂ କରିସାରିଥିଲେ। କିଛି ଖେଳାଳିଙ୍କୁ ଧୋନି ଏ ବିଷୟରେ ପୂର୍ବରୁ ମଧ୍ୟ କହିସାରିଥିଲେ, କିନ୍ତୁ ଟିମ ଇଣ୍ଡିଆର ଜଣେ ଷ୍ଟାର ଖେଳାଳିଙ୍କ କଥା ରଖି ଧୋନି ନିଜର ସନ୍ୟାସ ନେବାର ନିଷ୍ପତ୍ତିକୁ ବର୍ତ୍ତମାନ ପାଇଁ ବଦଳାଇ ଦେଇଛନ୍ତି। ଧୋନି ଓ୍ବେଷ୍ଟ ଇଣ୍ଡିଜ ଗସ୍ତରେ ଯାଇନାହାନ୍ତି,ଆଗାମୀ ୨ ମାସ ସେ ଭାରତୀୟ ସେନା ସହିତ ସମୟ ବିତାଇବେ।

ଏକ ରିପୋର୍ଟ ଅନୁସାରେ,ଟିମ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲିଙ୍କ କହିବା ପରେ ଧୋନି ସନ୍ୟାସ ନେବାର ନି​ଷ୍ପତ୍ତିକୁ ବଦଳାଇ ଦେଇଥିଲେ। କୋହଲି ଏହି ସମୟରେ ଧୋନିଙ୍କୁ ବୁଝାଇଥିଲେ ଯେ, ଆଗକୁ ଆପଣଙ୍କର ଆବଶ୍ୟକତା ରହିଛି। ଏହି କାରଣରୁ ଧୋନି ନିଜର ସନ୍ୟାସ ନେବାର ଘୋଷଣା କରିନାହାନ୍ତି।

କୋହଲିଙ୍କ ମତରେ ଧୋନି ଏବେ ବି ସମ୍ପୂର୍ଣ୍ଣ ଭାବରେ ଫିଟ୍। ସେ ଆଗାମୀ ବର୍ଷ ଅଷ୍ଟେ୍ରଲିଆରେ ହେବାକୁ ଥିବା ଟି-୨୦ ଓ୍ବାର୍ଲ୍ଡକପ୍ ପର୍ଯ୍ୟନ୍ତ ଖେଳିପାରନ୍ତି। ଟିମ ମ୍ୟାନେଜମେଣ୍ଟ ମଧ୍ୟ ଚାହାନ୍ତି ଯେ,ଧୋନି ଏବେ ଋଷଭ ପନ୍ତଙ୍କୁ ଭଲ ଖେଳାଳି ଭାବରେ କିଛି ଟିପ୍ସ ଏବଂ ଟ୍ରେନିଂ ଦିଅନ୍ତୁ। କିଛି ଦିନ ତଳେ ଟିମ ଇଣ୍ଡିଆର ଜଣେ ଅଧିକାରୀ କହିଥିଲେ, ଯଦି ପନ୍ତଙ୍କୁ ଆଘାତ ଲାଗେ ତେବେ ତାଙ୍କ ବିକଳ୍ପ ସତ କହିଲେ ଧୋନିଙ୍କ ଛଡା ଆଉ କେହି ନାହିଁ। ଏହି କଥାକୁ କେହି ମନା କରିପାରିବେନି ଯେ,ପନ୍ତ ଟିମର ଭବିଷ୍ୟତ ଓ ତାଙ୍କୁ ସମସ୍ତ ଫର୍ମାଟରେ ଖେଳାଇ ହେବ,କିନ୍ତୁ ଧୋନିଙ୍କୁ ମାର୍ଗଦର୍ଶକ ଭାବରେ ଏବେ ରହିବା ଜରୁରୀ।

   ସମ୍ବନ୍ଧିତ ଖବର


ଅଲଗା ଅଲଗା ନମ୍ବର ଥିବା ଜର୍ସି କାହିଁକି ପିନ୍ଧୁଥିଲେ ସେହଓ୍ବାଗ? ପ୍ରଥମ ଥର ଖୋଲିଲେ ରାଜ୍

IPL-2020: ଆଜି ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମଧ୍ୟରେ କଡ଼ା ମୁକାବିଲା, ଉଭୟ ଦଳ ପାଇଁ ‘କର ବା ମର’ ସ୍ଥିତି

ଆଜି ଠାରୁ ଭାରତରେ ବନ୍ଦ ହୋଇଯିବ ଏହି ମୋବାଇଲ ଆପ୍‌, ଆଉ ଚାଲିବନି ପବଜି ଗେମ୍…

କପିଳଙ୍କ ୨୯ ସେକେଣ୍ଡର ଭିଡିଓ ବାର୍ତ୍ତା: ମୁଁ ସୁସ୍ଥ ଅନୁଭବ କରୁଛି..

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର