ବିଜୟ ଉପହାର ପରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲା ଟିମ୍ ଇଣ୍ଡିଆ, ଦେଖନ୍ତୁ ଭିଡିଓ

ନୁଆଦିଲ୍ଲୀ ୧୫/୮: ଭାରତୀୟ କ୍ରିକେଟ୍ ଟିମ ବୁଧବାର ୭୩ ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ପୂର୍ବରୁ ବୁଧବାର ରାତିରେ ଟିମ୍ ଇଣ୍ଡିଆ, ଭାରତ ଓ ୱେଷ୍ଟଇଣ୍ଡିଜ୍  ମଧ୍ଯରେ ୱନଡେ ସିରିଜର ଶେଷ ମ୍ୟାଚ୍ ଜିତି ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଉପହାର ଦେଇଛି  । ୱନଡେ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ୩ ଟି୨୦ ମ୍ୟାଚର ସିରିଜରେ ବିଶ୍ୱ ଟି୨୦ ବିଜେତାଙ୍କୁ କ୍ଲିନ୍ ସ୍ୱିପ୍ କରିଥିଲା ।

ବିସିସିଆଇ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛି । ଏଥିରେ ବିରାଟ କୋହଲି, ରୋହିତ ଶର୍ମା, ରବିନ୍ଦ୍ର ଜଡେଜା, କେଦାର ଯାଦବ ଓ କୋଚ୍ ରବି ଶାସ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛନ୍ତି । କୋହଲି ସ୍ୱାଧୀନତା ଦିବସକୁ ‘ଆମ ଦେଶର ଇତିହାସର ସବୁଠାରୁ ମହତ୍ୱପୂର୍ଣ୍ଣ ଦିନ ମଧ୍ୟରୁ ଗୋଟିଏ’ ବୋଲି କହିଲେ ଏବଂ ଜାଦବ ଭାରତୀୟ ପ୍ରଶଂସକଙ୍କୁ ମରାଠୀରେ ଶୁଭେଚ୍ଛା ଜଣାଇଲେ । ଭିଡିଓ ଶେଷରେ ସମସ୍ତେ ଜୟ ହିନ୍ଦ୍ କହି ବିଦାୟ ନେଲେ । କହିରଖୁଛୁ ବୁଧବାର ଶେଷ ୱନଡେରେ ବୁଧବାର ଭାରତ ୬ ୱିକେଟରେ ବିଜୟ ହାସଲ କରିଥିଲା ।

   ସମ୍ବନ୍ଧିତ ଖବର


କରାଟେରେ ସ୍ୱର୍ଣ୍ଣ ପଦକ ଜିତିଥିବା ବିମଳା ପରିବାର ପୋଷିବା ପାଇଁ କରୁଛନ୍ତି ଦେଶୀ ମଦ ବିକ୍ରି

ଆଇପିଏଲ୍: ୧୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ହେଲା ଏମିତି, ଗୋଟିଏ ଦିନରେ ଖେଳାଗଲା ୩ ସୁପରଓଭର

ସମୁଦ୍ରରେ ବିରାଟ କୋହଲି- ଅନୁଷ୍କାଙ୍କ ରୋମାଣ୍ଟିକ୍ ଫଟୋ ଭାଇରାଲ, ଜାଣନ୍ତୁ କିଏ ଉଠାଇଲେ ଏଭଳି ସୁନ୍ଦର ଫଟୋ?

IPL-2020: ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍‌ସ, ପ୍ଲେ-ଅଫ୍ ଯୋଗ୍ୟତା ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ

IPL-2020: ୫ହଜାର ଆଇପିଏଲ୍‌ ରନ୍‌ କ୍ଲବରେ ୱାର୍ଣ୍ଣର, ପ୍ରଥମ ବିଦେଶୀ ଖେଳାଳି ଭାବେ କଲେ ରେକର୍ଡ

IPL ୨୦୨୦: ଇତିହାସ ରଚିଲେ ରବାଡା, ନିଜ ନାମରେ କଲେ ଏହି ରେକର୍ଡ