PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଦୀପକ ଚହରଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ପୁଣି ହାରିଲା ଭାରତ, ସିରିଜ୍ କବଜା କଲା ଦକ୍ଷିଣ ଆଫ୍ରିକା

pic- internet

ନୂଆଦିଲ୍ଲୀ,୨୩/୦୧: ସମ୍ମାନ ରକ୍ଷା କରିପାରିଲାନି ଟିମ୍‌ ଇଣ୍ଡିଆ। ଦୀପକ ଚହରଙ୍କ ଚମତ୍କାର ଓଲରାଉଣ୍ଡର ପ୍ରଦର୍ଶନ ସତ୍ତ୍ୱେ ଶେଷ ମୁହୁର୍ତ୍ତରେ ସଂଘର୍ଷ କରି ହାରିଲା ଟିମ୍‌ ଇଣ୍ଡିଆ। କ୍ରମାଗତ ତୃତୀୟ ଥର ଦିନିକିଆ ସିରିଜକୁ ୩-୦ରେ କବ୍ଜା କରିଛି ଦକ୍ଷିଣ ଆଫ୍ରିକା। କେପ୍ ଟାଉନ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କ୍ୱିଣ୍ଟନ୍ ଡି’କକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ୨୮୭ ରନ୍ କରି ଅଲଆଉଟ୍ ହୋଇଥିଲା।

ଗୋଟିଏ ପଟେ ଟିମ୍‌ ଇଣ୍ଡିଆ ୨୨୩ ରନ୍‌ କରି ୭ ୱିକେଟ ହରାଇ ଥିଲା ଅନ୍ୟପଟେ ଦୀପକ ଚହର ମାତ୍ର ୩୪ ବଲ୍‌ରୁ ଦମଦାର ୫୪ ରନ୍‌ କରି ଟିମ୍‌ ଇଣ୍ଡିଆକୁ ବିଜୟ ଆଡ଼କୁ ନେଇଯାଉଥିଲେ ହେଲେ ଠିକଣା ସମୟରେ ୱିକେଟ ହରାଇ ବସିଲେ ଫଳରେ ଭାରତ ୪୯.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୩ କରିବାକୁ ସକ୍ଷମ ହୋଇଥିଲା।   

ଭାରତ  ୨୮୮ ରନ୍ ପିଛା କରୁଥିବା ବେଳେ ପ୍ରଥମେ ନିରାଶ କରିଥିଲେ  କ୍ୟାପଟେନ୍ ଲୋକେଶ ରାହୁଲ୍। ସେ ମାତ୍ର ୯ ରନ୍‌ କରି ୱିକେଟ ହରାଇଥିଲେ। ଏହାପରେ ଶିଖର ଧୱନ୍ ଓ ବିରାଟ୍ କୋହଲିଙ୍କ ଯୋଡ଼ି ମ୍ୟାଚକୁ ନିୟନ୍ତ୍ରଣକୁ ଆଣିଥିଲା। ହେଲେ ଧୱାନ ୬୫ ରନ୍‌ କରି ଆଉଟ୍ ହୋଇଥିଲେ। ସେ ବିରାଟ କୋହଲିଙ୍କ ସହ ମିଶି ଦ୍ଵିତୀୟ ଓ୍ଵିକେଟ୍‌ରେ ୯୮ ରନ ଯୋଡିଥିଲେ। ଦଳୀୟ ସ୍କୋର ୧୧୬ରେ ଧାଓ୍ଵନ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଋଷଭ ପନ୍ତ ଖାତା ଖୋଲିପାରିନଥିଲେ।ପୁଣି ୧୫୬ ରନ ସ୍କୋରରେ ବିରାଟ କୋହଲି ଆଉଟ୍ ହେବା ଭାରତକୁ ଶକ୍ତ ଝଟକା ଲାଗିଥିଲା। କୋହଲି ୮୪ ବଲ୍‌ରୁ ୫ ଚୌକା ସହ ୬୫ ରନ କରି ବିଦାୟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟର ଶ୍ରେୟର୍ ଆୟର୍ ୨୬ ରନ୍‌, ସୂର୍ଯ୍ୟକୁମାର ୩୯ ରନ୍, ଜୟନ୍ତ ଯାଦବ (୨), ବୁମ୍ରା ୧୨, ଚହଲ୍ ୨ , ପ୍ରସିଦ୍ଧ କ୍ରିଷ୍ଣା ୨ ରନି କରି ଅପରାଜିତ ଅଛନ୍ତି। 

ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଣ୍ଡିଲେ ଫେଲୁକ୍ଵାୟୋ ୪୦ ରନ ଦେଇ ୩, ଲୁଙ୍ଗି ଏନଗିଡି ୫୮ ରନ ଦେଇ ୩ଟି ଏବଂ ଡ୍ଵେନ ପ୍ରିଟୋରିୟସ ୫୪ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

ଦକ୍ଷିଣ ଆଫ୍ରିକା ଗ୍ରାଉଣ୍ଡରେ ଏହି ସିରିଜ୍ ସମେତ ଭାରତ ୬ଟି ଦିନିକିଆ ସିରିଜ୍ ଖେଳିଛି । ଏଥିମଧ୍ୟରୁ ଦକ୍ଷିଣ ଆଫ୍ରିକା ଚାରିଟି ସିରିଜ୍ ଜିତିଥିବାବେଳେ ଭାରତ ମାତ୍ର ଗୋଟିଏ ସିରିଜ୍ ହାସଲ କରିଛି । ୨୦୧୮ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୫-୧ରେ ପରାସ୍ତ କରିଥିଲା।