ନୂଆ ଟେଷ୍ଟ ଜର୍ସିରେ ନଜର ଆସିଲେ ବିରାଟଙ୍କ ସମେତ ଟିମ୍ ଇଣ୍ଡିଆ, ଇଂଷ୍ଟାଗ୍ରାମରେ ଚାଲିଛି ଫଟୋ ସେସନ୍

କାନାଡା ୨୧।୮: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିରୋଧରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ଏହାପରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତର ଅଭିଯାନ ମଧ୍ୟ ଆରମ୍ଭ ହେବ ।

ଏହି ଅଭିଯାନ ପୂର୍ବରୁ ଟେଷ୍ଟ କ୍ରିକେଟରେ ନୂଆ ଜର୍ସି ସହ ବିରାଟ, ଆଜିଙ୍କ୍ୟ ରହାଣେ, ଋଷଭ ପନ୍ଥ ଏବଂ ଟିମର ଅନ୍ୟ ସଦସ୍ୟଙ୍କର ଫଟୋ ସେସନ ହୋଇଛି । ଟେଷ୍ଟ କ୍ରିକେଟର ଜର୍ସିରେ ଖେଳାଳିଙ୍କ ନାମ ଓ ନମ୍ବର ମଧ୍ୟ ରହିଛି ।

ଖେଳ ଆରମ୍ଭ ହେବା ପୂର୍ବରୁ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଟିମ୍ ଇଣ୍ଡିଆର ଖେଳାଳୀ ବିରାଟ କୋହଲିଙ୍କ ସମେତ ଟିମର ଅନ୍ୟ ସଦସ୍ୟ ନୂଆ ଟେଷ୍ଟ ଜର୍ସିରେ ନଜର ଆସିଛନ୍ତି।

ଟେଷ୍ଟ ଜର୍ସିରେ ବିରାଟଙ୍କ ନମ୍ବର ୧୮ ରହିଥିବାବେଳେ ଆଜିଙ୍କ୍ୟଙ୍କର ୩, ରୋହିତ ଶର୍ମାଙ୍କର ୪୫, ଋଷଭ ପନ୍ଥଙ୍କର ୧୭, ରବିନ୍ଦ୍ର ଜଡ଼େଜାଙ୍କର ୮, ମୋହମ୍ମଦ ଶାମୀଙ୍କର ୧୧,

ଚେତେଶ୍ବର ପୂଜାରାଙ୍କ ୨୫, ଈଶାନ୍ତ ଶର୍ମାଙ୍କର ୯୭, ଅଶ୍ବିନଙ୍କର ୯୯ ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କର ୧୪, କୂଳଦୀପ ଯାଦବଙ୍କର ୨୩, ହନୁମା ବିହାରୀଙ୍କର ୪୪ ନମ୍ବର ରହିଛି।

   ସମ୍ବନ୍ଧିତ ଖବର


ସାମସନ୍‌, ସ୍ମିଥ୍‌ଙ୍କ ଛକା ବର୍ଷା

ଉଦ୍‌ଘାଟନୀ ମ୍ୟାଚ୍‌ ଦେଖିଲେ ୨୦ କୋଟି

ଆଇପିଏଲ୍‌-ସିଏସ୍‌କେ ଜିତିଲା ଉଦ୍‌ଘାଟନୀ ମ୍ୟାଚ୍‌

ଅଷ୍ଟ୍ରେଲିଆ ୨-୧ରେ ଦିନିକିଆ ସିରିଜ୍‌ ବିଜୟୀ

ଜାଡେଜାଙ୍କୁ ସୁନାର ବ୍ୟାଟ୍ ଉପହାର ଦେଲା ସିଏସକେ, ଫ୍ୟାନଙ୍କ ପାଇଁ ସେୟାର କଲେ ଫଟୋ

IPL- 2020: ବେଟିଂ ଉପରେ ନଜର ରଖିବ ସ୍ପୋର୍ଟରାଡାର