ଅଷ୍ଟ‌୍ରେଲିଆରେ କୋହଲିଙ୍କ ପାଇଁ ବଡ଼ ସୁଯୋଗ, ରେକର୍ଡ ବ୍ରେକର ଏବଂ ରେକର୍ଡ ମେକର ହୋଇପାରନ୍ତି ଭାରତୀୟ ଅଧିନାୟକ

ନୂଆଦିଲ୍ଲୀ, ୨୧/ ୧୧: ନଭେମ୍ବର ୨୭ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ବିପାକ୍ଷିକ ସିରିଜ। ଏହି ସିରିଜ ଟିମ୍‌ ଇଣ୍ଡିଆ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ। ଅପରପକ୍ଷେ କ୍ୟାପଟେନ୍‌ କୋହଲିଙ୍କ ପାଇଁ ମଧ୍ୟ ଏହି ସିିରିଜ ବହୁତ ଖାସ୍‌ ଓ ଗୁରୁତ୍ବପୂର୍ଣ୍ଣ ମଧ୍ୟ। ଅଷ୍ଟ୍ରେଲିଆ ମାଟିରେ ଟିମ୍‌ ଇଣ୍ଡିଆର ଏହି ଷ୍ଟାର ଖେଳାଳି ଅନେକ ରେକର୍ଡ ଓ ଐତିହାସିକ ସଫଳତା ହାସଲ କରିବାର ସୁଯୋଗ ପାଇବେ।

ବିରାଟ ଅଷ୍ଟ୍ରେଲିଆ ମାଟିରେ ଏପର୍ଯ୍ୟନ୍ତ ମୋଟ ୯ଟି ଶତକ ମାରିଛନ୍ତି। ସେମଧ୍ୟରୁ ଟେଷ୍ଟ କ୍ରିକେଟରେ ୬ଟି ମାରିଥିବା ବେଳେ ୩ଟି ଦିନିକିଆରେ ଶତକ ମାରିଛନ୍ତି ବିରାଟ। ହେଲେ ଚଳିତଥର ବିରାଟ ୩ଟି ଟି-୨୦, ୩ଟି ଦିନିକିଆ ଓ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିବେ। ଯଦି ବିରାଟ ଦିନିକିଆ କିମ୍ବା ଟି-୨୦ରେ ଶତକ ମାରନ୍ତି ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ତିନିଟି ଫର୍ମାଟରେ ସର୍ବାଧିକ ଶତକ ମାରିଥିବା ଖେଳାଳି ହୋଇଯିବେ।

ସୂଚନାଥାଉକି, ବିରାଟ ଏବେ ଇଂଲଣ୍ଡର ପୂର୍ବତନ କ୍ରିକେଟର ଜେକ ହାସଙ୍କ ସମକକ୍ଷ ହୋଇଛନ୍ତି। ଜେକ ହାସ ସମସ୍ତ ଶତକ ଟେଷ୍ଟ କ୍ରିକେଟରେ ହିଁ ମାରିଛନ୍ତି। ଯଦି ବିରାଟ କୋହଲି ଦିବାରାତ୍ରୀ ଟେଷ୍ଟ ମ୍ୟାଚରେ ଶତକ ଅର୍ଜନ କରନ୍ତି ତେବେ ଅଷ୍ଟ୍ରେଲିଆରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଖେଳାଳି ହେବେ। କୋହଲି ବର୍ତ୍ତମାନ ସଚିନଙ୍କ ସମକକ୍ଷ ହୋଇଛନ୍ତି। ଉଭୟେ ଅଷ୍ଟ୍ରେଲିଆ ମାଟିରେ ୬ଟି ଲେଖାଏଁ ଶତକ ଅର୍ଜନ କରିଛନ୍ତି।

ଦେଖିବାକୁ ଗଲେ ବିରାଟ ଅଷ୍ଟ୍ରେଲିଆ ମାଟିରେ ୧୧ଟି ଶତକ ମାରିଛନ୍ତି। ହେଲେ ସେ ମଧ୍ୟରୁ ଦୁଇଟି ଶତକ ୨୦୧୫ ବିଶ୍ବକପ୍‌ରେ ମାରିଛନ୍ତି ବିରାଟ। ସେ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦୁଇଟି ଶତକ ମାରିଛନ୍ତି।

ଅନ୍ୟପଟେ ସଚିନଙ୍କ ରେକର୍ଡକୁ ଅତିକ୍ରମ କରିବାର ସୁଯୋଗ ବିରାଟଙ୍କ ପାଖରେ ରହିଛି। ୩୨ ବର୍ଷିୟ ବିରାଟ ଦିନିକିଆ କ୍ରିକେଟରେ ୧୨ ହଜାର ରନ୍‌ ପୂରଣ କରିବାରେ ସଚିନଙ୍କୁ ପଛରେ ପକାଇ ପାରନ୍ତି। ବିରାଟ ୨୩୯ଟି ଇନିଂସ୍‌ ଖେଳି ୧୧୮୬୭ ରନ୍‌ ସଂଗ୍ରହ କରିଛନ୍ତି। ୧୨ ହଜାର ରନ୍‌ କରିବାକୁ ହେଲେ ତିନିଟି ଦିନିକିଆରେ ବିରାଟଙ୍କୁ ୧୩୩ ରନ୍‌ କରିବାକୁ ପଡ଼ିବ। ୧୨ ହଜାର ରନ୍‌ ପୂରଣ କରିବା ପାଇଁ ସଚିନ୍‌ ୩ଶହରୁ ଉର୍ଦ୍ଧ୍ବ ଇନିଂସ ଖେଳିଥିଲେ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ