କାଜାନ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତକୁ ୧୯ ପଦକ, ସ୍ୱର୍ଣ୍ଣ ପଦକ ଜିଣିଲେ ଓଡ଼ିଆ ପ୍ରତିଯୋଗୀ ଅଶ୍ୱଥ ନାରାୟଣ

ନୁଆଦିଲ୍ଲୀ ୨୮/୮: ରୁଷର କାଜାନଠାରେ ଅନୁଷ୍ଠିତ ବିଶ୍ୱ ଦକ୍ଷତା ଅନ୍ତର୍ଜାତୀୟ ପ୍ରତିଯୋଗିତା-୨୦୧୯ରେ ଭାରତୀୟ ଦଳ ବର୍ତମାନସଦ୍ଧୁା ସବୁଠୁ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଭାରତୀୟ ପ୍ରତିଯୋଗୀମାନେ ଉକ୍ରୃଷ୍ଟ ପ୍ରଦଶର୍ନ କରି ବିଶ୍ୱସ୍ତରରେ ଦେଶର ଗୌରବ ବୃଦ୍ଧି କରିବା ସହିତ ମୋଟ ୧୯ଟି ପଦକ ସହିତ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଏହି ପ୍ରତିଯୋଗିତାରେ ୪୮ ଜଣିଆ ଭାରତୀୟ ଦଳ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ସହିତ ଉକ୍ରର୍ଷ ପାଇଁ ୧୫ଟି ପଦକ ହାସଲ କରିଛି । ଗତକାଲି କାଜାନରେ ଏହି ପ୍ରତିଯୋଗିତାର ଉଦଯାପନୀ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଯୋଗ ଦେଇଥିଲେ ।

ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏସ. ଅଶ୍ୱଥ ନାରାୟଣ ଜଳ ପଯ୍ରୁକ୍ତି ବର୍ଗରେ ୧୧ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି । ସେ ମଧ୍ୟ ଭାରତୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ‘ଦେଶର ଶ୍ରେଷ୍ଠ’ ପ୍ରତିଯୋଗୀ ଭାବେ ବିବେଚିତ ହୋଇଛନ୍ତି । ସେହିପରି ୩୩ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ କର୍ଣ୍ଣାଟକରୁ ପ୍ରତିନିଧିତ୍ୱ କରୁଥିବା ପ୍ରଣବ ନୁତାଲାପତି ୱେବ ଟେକନୋଲୋଜିରେ ରୌପ୍ୟ ପଦକ ବିଜେତା ହୋଇଛନ୍ତି । ପଶ୍ଚିମବଙ୍ଗରୁ ପ୍ରତିନିଧିତ୍ୱ କରୁଥିବା ସଞ୍ଜୟ ପ୍ରାମାଣିକ ୧୬ଟି ଦେଶର ପ୍ରତିଯୋଗୀଙ୍କୁ ପରାସ୍ତ କରି ଗହଣା ଡିଜାଇନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅନୁରୂପ ଭାବେ ଗ୍ରାଫିକ ଡିଜାଇନ ବର୍ଗରେ ମହାରାଷ୍ଟ୍ରର ସ୍ୱେତା ରତନପୁରା କାଂସ୍ୟ ପଦକ ଜିତିଛନ୍ତି । ଦେଶର ଏକମାତ୍ର ମହିଳା ପ୍ରତିଯୋଗୀ ଭାବେ ସେ ୩୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ଅର୍ଜନ କରିଛନ୍ତି ।

 ଏହି ଐତିହାସିକ ସଫଳତା ସହିତ ଭାରତୀୟ ଦଳ ବିଶ୍ୱସ୍ତରରେ ଦକ୍ଷତାର ନୂତନ ମାନକ ପ୍ରତିଷ୍ଠା କରିଛି । ଦଳଗତ ଭାବେ ଭାରତ ଚଳିତ ଥର ତ୍ରୟୋଦଶ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛି । ୨୦୧୭ରେ ଆବୁଧାବିରେ ଅନୁଷ୍ଠିତ ଏହି ପତ୍ରିଯୋଗିତାର ବିଗତ ସଂସ୍କରଣରେ ଭାରତ ୧୧ଟି ପଦକ ଜିଣି ଉନବିଂଶତମ ସ୍ଥାନରେ ରହିଥିଲା ।

ଧନ୍ଦାମୂଳକ ଦକ୍ଷତା କ୍ଷେତ୍ରରେ ଏହି ବିଶାଳ ପ୍ରତିଯୋଗିତାରେ ସାରା ବିଶ୍ୱରୁ ଦୃଢ଼ ପ୍ରତିଦ୍ୱନ୍ଦୀମାନେ ଅଂଶଗ୍ରହଣ କରିଥିଲେ । ଏଥର ପୂର୍ବାପେକ୍ଷ ଅଧତ୍କ ପ୍ରତିଯୋଗୀ ଭାଗ ନେଇଥିଲେ । ମୋଟ ୬୩ଟି ଦେଶରୁ ୧୩୫୦ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଏମାନେ ପଦକ ଜିତିବା ପାଇଁ ୫୬ଟି ଦକ୍ଷତା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଭାରତୀୟ ଦଳ ୧୯ଟି ପଦକ ଜିଣି ଧନ୍ଦାମୂଳକ ଦକ୍ଷତା କ୍ଷେତ୍ରରେ ଇତିହାସ ରଚିଛି । ଏହା କେବଳ ସେମାନଙ୍କ ପତ୍ରିଭା ନୁହେଁ ବରଂ ସେମାନଙ୍କ ଦୃଢ଼ ସମର୍ପଣ ଓ ପ୍ରତିବଦ୍ଧତାକୁ ବ୍ୟକ୍ତ କରୁଛି ।

ଭାରତୀୟ ଦଳକୁ ସେମାନଙ୍କ ପ୍ରଦଶର୍ନ ପାଇଁ ଅଭିନନ୍ଦନ ଜଣାଇ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି ଯେ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଭାରତୀୟ ଦଳ ଐତିହାସିକ ପ୍ରଦର୍ଶନ କରିଥିବାରୁ ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି । ଏହି ବଜିୟ ଭାରତୀୟ ଯୁବପିଢ଼ିକୁ ଅନୁପ୍ରାଣିତ କରିବ, ଫଳରେ ସେମାନେ ଖୁବଶୀଘ୍ର ଦକ୍ଷତା ତାଲିମ ପରିସଂସ୍ଥାନରେ ସାମିଲ ହୋଇପାରିବେ । ଏହି ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “କୁଶଳୀ ଭାରତ” ସ୍ୱପ୍ନ ପୂରଣ ଦିଗରେ ଆଉ ଏକ ପାଦ ଆଗେଇ ନେଇଛି ବୋଲି ସେ କହିଛନ୍ତି । କେନ୍ଦମ୍ରନ୍ତ୍ରୀ ଗତ ସପ୍ତାହରେ କାଜାନ ଗସ୍ତ କରି ପ୍ରତିଯୋଗିତା ସ୍ଥଳରେ ଭାରତୀୟ ପାଭିଲିୟନୁ ଉନ୍ମୋଚନ କରିବା ସହିତ ଅନ୍ୟ ଦେଶଗୁଡ଼ିକର ପ୍ରତିନିଧି, ଶିଳ୍ପ ପ୍ରତିନିଧି ଓ ପ୍ରତିଯୋଗୀଙ୍କ ସହିତ ବାର୍ତାଳାପ କରିଥିଲେ ।

ସେହିପରି ଭାରତ ସରକାରଙ୍କ ପତ୍ରିନିଧି ଭାବେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୁଗ୍ମସଚିବ ଶ୍ରୀ ରାଜେଶ ଅଗ୍ରୱାଲ ଭାରତୀୟ ଦଳ ସହିତ କାଜାନରେ ରହିଥିଲେ । ସେ ପଦକ ଜିଣିଥିବା ଭାରତୀୟ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନେ ଦେଶ ପାଇଁ ଗୌରବ ଆଣିଥିବା କହିଛନ୍ତି ।

ଅନୁରୂପ ଭାବେ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିଜି) ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମନୀଷ କୁମାର କହିଛନ୍ତି, ପଦକ ବିଜେତାମାନଙ୍କୁ ଅଭିନନ୍ଦନ । ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅଶ୍ୱଥ ନାରାୟଣଙ୍କୁ ବିଶେଷ ଅଭିନନ୍ଦନ । ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବା ଲାଗି ପ୍ରତିଯୋଗୀମାନଙ୍କୁ ପ୍ରସ୍ତୁତ କରିବାରେ ସହାୟତା ପାଇଁ ସେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ, ରାଜ୍ୟ ସରକାର ଓ ଶିଳ୍ପ ନେତୃବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

   ସମ୍ବନ୍ଧିତ ଖବର


NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…