କାହିଁକି ଆଜିଙ୍କ୍ୟ ରାହାଣେ ୪ ନମ୍ବରରେ ଖେଳିବାକୁ ପସନ୍ଦ କରନ୍ତି ? କହିଲେ ଏମିତି…

କୋଲକାତା ୪/୮: ଭାରତ ଟେଷ୍ଟ ଟିମର ଭାଇସ୍ କ୍ୟାପ୍ଟେନ୍ ଆଜିଙ୍କ୍ୟ ରାହେଣେ ଶନିବାର କହିଛନ୍ତି ଯେ ତାଙ୍କୁ ନମ୍ବର-୪ରେ ବ୍ୟାଟିଂ କରିବାକୁ ପସନ୍ଦ ଲାଗେ । ନମ୍ବର ୪ ସେହି ସ୍ଥାନ, ଯାହା ପାଇଁ ସିମୀତ ଓଭରରେ ଭାରତୀୟ କ୍ରିକେଟରେ ଅନେକ ସମୟ ଧରି ଭଲ ବ୍ୟାଟ୍ସମ୍ୟାନଙ୍କ ସନ୍ଧାନ ଜାରି ରହିଛି । ବିଶ୍ୱ କପରେ ଭାରତ ସେମିଫାଇନାଲରେ ପରାସ୍ତ ହୋଇ ବାହାରି ଯିବାପରେ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ନମ୍ବର-୪କୁ ନେଇ ଚର୍ଚ୍ଚା ଚାଲିଛି । ବିଜୟ ଶଙ୍କର କିମ୍ବା ଋଷଭ ପନ୍ତ, କେହି  ମଧ୍ୟ ଏହି ନମ୍ବରରେ ନିଜ ଛାପ ଛାଡିପାରିଲେନି ।

ବଙ୍ଗାଲ୍ କ୍ରିକେଟ୍ ସଙ୍ଘ(ସିଏବି) ର ବାର୍ଷିକ ଆୱାର୍ଡ ସମାରୋହରେ ରାହାଣେ କହିଛନ୍ତି ଯେ ‘ରୋଚକ କଥା ଏହା ଯେ ପୁରସ୍କାର ବିତରଣରେ ମୋ ନମ୍ବର ୪ । ମୁଁ ନମ୍ବର-୪ରେ ବ୍ୟାଟିଂ କରିବାକୁ ପସନ୍ଦ କରେ । ଏହା ମୋର ଫେବରାଇଟ୍ ସ୍ଥାନ ।‘

୨ ଟେଷ୍ଟ ମ୍ୟାଚ୍ ସିରିଜ
ରାହାଣେ ସିଏବିର କାର୍ଯକ୍ରମରେ ମୁଖ୍ୟ ଅତିଥି ରୂପେ ଭାଗ ନେଇଥିଲେ । ଭାରତକୁ ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ୨ ଟେଷ୍ଟ ମ୍ୟାଚ୍ ସିରିଜ ଖେଳିବାର ଅଛି । ଏହି ସିରଜରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶା କରିଛନ୍ତି । କିନ୍ତୁ ରାହାଣେ କହିଛନ୍ତି ଯେ ଏହି ସିରିଜ ଏତେ ସହଜ ହେବନି । ଏହା ସହ ସେ କହିଛନ୍ତି ଯେ ‘ଆମେ ସମସ୍ତେ ଜାଣିଛୁ ଯେ ତାହା ଏକ ଭଲ ଟିମ୍ । ତେବେ ମୁଁ ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ଖେଳିବାକୁ ପ୍ରସ୍ତୁତ ଅଛି ।‘

   ସମ୍ବନ୍ଧିତ ଖବର


IPL ମ୍ୟାଚ୍‌ ପାଇଁ ପାଗଳ ହେଉଥିଲେ ଏହି ବୋଲର , ଟିମ୍‌ ଇଣ୍ଡିଆରେ ଚୟନ ପରେ ପରିବାରରେ ଖୁସିର ଜୁଆର

୨୦୨୧ ସିଜନରେ ବି ଧୋନି ଅଧିନାୟକ ରହିବେ: ସିଏସ୍‌କେ

ପୁରୁଷ ଫୁଟବଲ୍‌ ଦଳର କୋଚ୍‌ ହେବାରେ ଫୈଜା ପ୍ରଥମ ମହିଳା

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା: ରୋହିତ ଶର୍ମା ବାଦ୍, ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ‌