PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

କାନ୍ଦ ଅଟକାଇଲେ ଶରୀରରେ ହୁଏ ବଡ଼ ପ୍ରତିକ୍ରିୟା, ଜାଣନ୍ତୁ କାହିଁକି…

beauty girl cry

ନୂଆଦିଲ୍ଲୀ ୨୫/୦୮: କେବଳ ଦୁଃଖରେ ଥିବାବେଳେ ଲୋକେ କାନ୍ଦନ୍ତି ତାହା ନୁହେଁ, ଉଦ୍‌ବେଗ, ଭାବୁକ କିମ୍ବା ଅସ୍ଥିର ଅନୁଭବ କଲେ ମଧ୍ୟ କାନ୍ଦିଥାନ୍ତି । ଶରୀରର ଚାପ ପ୍ରତିକ୍ରିୟାକୁ ମସ୍ତିଷ୍କ ଯେତେବେଳେ ସକ୍ରିୟ କରେ, ସେତେବେଳେ ବ୍ୟକ୍ତି କାନ୍ଦେ। କାନ୍ଦିବାର ଇଚ୍ଛାକୁ ପ୍ରତିରୋଧ କରିବାର କାର୍ଯ୍ୟକଳାପ ଉପରେ ଅଧିକ ଅଧ୍ୟୟନ ଏବେ ସୁଦ୍ଧା କରାଯାଇନାହିଁ ।

ତଥାପି ତେବେଳେ ଆମେ କାନ୍ଦ ଅଟକାଇବାକୁ ଚେଷ୍ଟା କରୁ, ସେହି ମୁହୂର୍ତ୍ତର ସମ୍ବେଦନ ସହିତ ଆମେ ବେଶ ପରିଚିତ । ଏହି ସମୟରେ ଆମ ଶରୀରର ପ୍ରତିକ୍ରିୟା କିଭଳି ହୋଇଥାଏ ସେ ବିଷୟରେ ବିଶେଷଜ୍ଞମାନେ ଏବେ ଖୁଲାସା କରିଛନ୍ତି । ହାର୍ଭାର୍ଡ ହେଲ୍‌ଥରେ ଏହି ଅଧ୍ୟୟନ ପ୍ରକାଶ ପାଇଛି । ଯେତେବେଳେ ଲୁହ ଉତ୍ପନ୍ନକାରୀ କୌଣସି ଘଟଣା ଘଟେ, ଆମ ଚାପର ପ୍ରତିକ୍ରିୟା ‘ଆମିଗ୍‌ଡାଲା’ରେ କାମ କରିବା ଆରମ୍ଭ କରେ । ‘ଆମିଗ୍‌ଡାଲା’ ମସ୍ତିଷ୍କ ଭିତରେ ଥିବା ଏକ ଧୂସର ପଦାର୍ଥ, ଯାହା ଭାବନା ପାଇଁ ଦାୟୀ । ‘ହାଇପୋଥାଲାମସ୍‌’କୁ ଆମିଗ୍‌ଡାଲା ସଙ୍କେତ ପଠାଏ, ଯାହା ସେହି ଅନୁରୂପ କାର୍ଯ୍ୟ କରିବାକୁ ଶରୀରର ଅନ୍ୟ ଅଂଶକୁ ସୂଚନା ଦିଏ । କିଛି ବିପଦ (ଚାପ) ଅଛି ବୋଲି ଏହା ଆମ ପିଟ୍ୟୁଟାରି ଗ୍ଲାଣ୍ଡକୁ ଜଣାଏ ଏବଂ ଆଡ୍ରେନୋକୋର୍ଟିକୋଟ୍ରୋପିକ୍‌ ହର୍‌ମୋନ କ୍ଷରଣ ପାଇଁ ପ୍ରେରିତ କରେ ।

ଏହା ପରେ ଡ୍ରେନୋକୋର୍ଟିକୋଟ୍ରୋପିକ୍‌ ହର୍‌ମୋନ କିଡ୍‌ନି ଉପରେ ଅବସ୍ଥିତ ଆଡ୍ରେନାଲ ଗ୍ଲାଣ୍ଡରେ ପ୍ରବେଶ କରେ ଏବଂ କୋର୍ଟିସଲ ନାମକ ଚାପ ହର୍‌ମୋନ କ୍ଷରଣର କାରଣ ହୋଇଥାଏ । ହାଇପୋଥାଲାମସ୍‌ ମଧ୍ୟ ସହାନୁଭୂତିପୂର୍ଣ୍ଣ ସ୍ନାୟବିକ ପ୍ରଣାଳୀକୁ ମଧ୍ୟ ସକ୍ରିୟ କରେ । ପ୍ରଣାଳୀର ଏହି ଅଂଶ ଶରୀର କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରେ, ଯାହା ଲଢ଼େଇ ପ୍ରତିକ୍ରିୟାରେ ସକ୍ରିୟ ହୋଇଥାଏ । କାନ୍ଦିବା ଅବସ୍ଥାର ଶୀର୍ଷରେ ଥାଇ ବ୍ୟକ୍ତି ଯେତେବେଳେ କାନ୍ଦ ଅଟକାଇବାକୁ ଚେଷ୍ଟା କରନ୍ତି, ସହାନୁଭୂତିପୂର୍ଣ୍ଣ ସ୍ନାୟବିକ ପ୍ରଣାଳୀ ଆପଣଙ୍କ ହୃତ୍‌ସ୍ପନ୍ଦନ ହାର ବେଗ ଦ୍ରୁତ କରେ ଏବଂ ହୃତ୍‌ପିଣ୍ଡ ମାଂସପେଶୀକୁ ସଙ୍କୁଚିତ କରେ ।

ବଡ଼ ରକ୍ତ ବାହିକା ଯେତେବେଳେ ପତଳା ହୋଇଯାଏ, ଶରୀରର ଏହିସବୁ ଅଂଶରେ ପ୍ରବାହ ନିମନ୍ତେ ରକ୍ତର ମାତ୍ରା ବଢ଼ାଇଦିଏ । ଆପଣ ଯେତେବେଳେ ପ୍ରବଳ ମାତ୍ରାରେ ଭାବୁକ ହୋଇଯାଆନ୍ତି ଏବଂ କାନ୍ଦ ମାଧ୍ୟମରେ ଏହାକୁ ବାହାର କରିବାକୁ ଶରୀରକୁ ଅନୁମତି ଦିଅନ୍ତି, ସେତେବେଳେ ଶ୍ୱାସକ୍ରିୟାରେ ସମସ୍ୟା ସାମ୍ନା କରିପାରନ୍ତି । ଶ୍ୱାସକ୍ରିୟା ବେଗ ମଧ୍ୟ ହଠାତ୍‌ ବଢ଼ିଯାଏ । ଆପଣ ଚାପଗ୍ରସ୍ତ ଥିବାବେଳେ ଏହିପରି ହୋଇଥାଏ । ନାକ ଓ ଫୁସ୍‌ଫୁସ ମଧ୍ୟରେ ଥିବା ବାୟୁମାର୍ଗ କଠିନ ହୋଇଯାଏ । ଦ୍ରୁତ ହର୍‌ମୋନ କ୍ଷରଣ ଦ୍ୱାରା ଶରୀରର ସମସ୍ତ ମାଂସପେଶୀକୁ ଅତିରିକ୍ତ ରକ୍ତ ଯାଏ ।