ୟୁରୋପର ଏହି ଟେକ୍ କମ୍ପାନୀକୁ କିଣିଲା ମହିନ୍ଦ୍ରା, ୨୬୦୦ କୋଟି ଟଙ୍କାରେ ହେଲା ଡିଲ୍

ନୂଆଦିଲ୍ଲୀ ୧୮/୧: ମହିନ୍ଦ୍ରା ଗ୍ରୁପର ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା ୟୁରୋପୀୟ କମ୍ପାନୀ Com tec Co IT (CTC) ର ୧୦୦ ପ୍ରତିଶତ ସେୟାର କିଣିନେଇଛି । ଏହା ବ୍ୟତୀତ ଟେକ୍ ମହିନ୍ଦ୍ରା ୨ ଅନ୍ୟ ଆଇଟି କମ୍ପାନୀରେ ମଧ୍ୟ ୨୫ ପ୍ରତିଶତ ଭାଗିଦାରୀ କିଣିଛି । ଏହି ସମ୍ପୂର୍ଣ୍ଣ ଡିଲ୍ ୩୩୦ ମିଲିୟନ୍ ୟୁରୋ(ପ୍ରାୟ ୨୮୦୦ କୋଟି ଟଙ୍କା)ରେ ସମ୍ପୂର୍ଣ୍ଣ ହୋଇଛି ।
ଏହି ୨ କମ୍ପାନୀ ମଧ୍ୟ କିଣିଛନ୍ତି ସେୟାର
ଟେକ୍ ମହିନ୍ଦ୍ରା ସୋମବାର ଏହି ଡିଲର ସୂଚନା ଦେଇଛି । କମ୍ପାନୀ କହିଛି ଯେ ସିଟିସିର ୧୦୦ ପ୍ରତିଶତ ସେୟାର ସେୟାର କ୍ରୟ କରିବାର ଡିଲ୍ ୩୧୦ ମିଲିୟନ୍ ୟୁରୋ(ପ୍ରାୟ ୨୬୦୦ କୋଟି ଟଙ୍କା)ରେ ହୋଇଛି । ଏହା ବ୍ୟତୀତ SWFT ଓ Surance Platform ରେ ୨୫ ପ୍ରତିଶତ ଭାଗିଦାରୀ କିଣିବା ପାଇଁ ଟେକ୍ ମହିନ୍ଦ୍ରା ୨୦ ମିଲିୟନ୍ ୟୁରୋର ଖର୍ଚ୍ଚ କରିଛି । SWFT ଓ Surance Platform ମଧ୍ୟ ସିଟିସିର ଫାଉଣ୍ଡିଂ ଗ୍ରୁପର ଅଂଶ ।
ସିଟିସି ଏବେ Latvia ଓ Belarus ରେ ଡେଭଲପମେଣ୍ଟ ସେଣ୍ଟର ସହିତ ୟୁରୋପରେ କାମ କରୁଛି । କମ୍ପାନୀ ଇନସ୍ୟୁରାନ୍ସ ଓ ଫାଇନାନ୍ସିଆଲ୍ ସର୍ଭିସେଜ୍ ସେକ୍ଟରକୁ ଆଇଟି ସଲ୍ୟୁସନ୍ସ ଦେଇଥାଏ । ଟେକ୍ ମହିନ୍ଦ୍ରା କହିଛି କି ଏହି ଡିଲ୍ ଫଳରେ ତାକୁ ସାରା ବିଶ୍ୱରେ ଇନସ୍ୟୁରାନ୍ସ ସେକ୍ଟରରେ ଆଗକୁ ବଢିବାରେ ସାହାଯ୍ୟ ମିଳିବ ।
ଏହା ଟେକ୍ ମହିନ୍ଦ୍ରାର ବର୍ତ୍ତମାନ ସୁଦ୍ଧାର ଦ୍ୱିତୀୟ ସବୁଠାରୁ ବଡ ଡିଲ୍ । ଏହା ପୂର୍ବରୁ କମ୍ପାନୀ ଏପ୍ରିଲ ୨୦୧୦ରେ ସତ୍ୟମର ଅଧିଗ୍ରହଣ କରିଥିଲା ଯାହା ଟେକ୍ ମହିନ୍ଦ୍ରାର ଏପର୍ଯ୍ୟନ୍ତର ସବୁଠାରୁ ବଡ ଡିଲ୍ । ଘୋଟାଲା ପରେ ବିବାଦରେ ଆସିଥିବା ସତ୍ୟମ କମ୍ପାନୀକୁ କିଣିବା ପରେ ଆଇଟି ସେକ୍ଟରରେ ମହିନ୍ଦ୍ରାର ଉପସ୍ଥିତି ଲଗାତର ମଜଭୁତ ହୋଇଛି ।