PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ପ୍ରେମରେ ପଡି ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ ଭାଇ-ଭଉଣୀ,ଘରଲୋକ ମନା କରିବାରୁ ଦୁହେଁ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୬।୧୨: ପ୍ରେମ ଓ ଯୁଦ୍ଧରେ ଜିତିବାର ନିଶା ଯାହାକୁ ଥରେ ଧରିଛି, ସେ ସବୁ କିଛି କରିବାକୁ ପ୍ରସ୍ତୁତ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀରେ। ଦାଦା ପୁଅ ଭାଇକୁ ଜଣେ ନାବାଳିକା ଭଲ ପାଇ ବସିଥିଲେ। ଏପରିକି ଦୁହେଁ ପରସ୍ପରକୁ ବିବାହ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ରକ୍ତ ସମ୍ପର୍କର ହୋଇଥିବାରୁ ପରିବାରଲୋକ ଏହାକୁ କଡା ବିରୋଧ କରିଥିଲେ। ଘର ଲୋକଙ୍କ ବିରୋଧ ପରେ ଉପାୟହୀନ ହୋଇ ଦୁହେଁ ରଶି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି।

ପୋଲିସର ସୂଚନା ଅନୁସାରେ, ଏହି ଘଟଣାଟି ଗତ ସୋମବାର ଘଟିଛି। ଜଣେ ବ୍ୟକ୍ତି ପୋଲିସକୁ ଫୋନ କରି ଜଣାଇଥିଲେ ଯେ, ଦୁଇ ପୁଅ-ଝିଅ ରଶି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି। ଯେଉଁ ଘରେ ଉଭୟ ଆତ୍ମହତ୍ୟା କରିଛନ୍ତି ସେହି ଘରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି। ସୁଇସାଇଡ୍ ନୋଟ୍ ରେ ଲେଖାଥିଲା ଯେ, ‘ଆମେ ଚିନ୍ତାରେ ଅଛୁ କାହିଁକି ନା ଆମ ପରିବାରଲୋକ ଆମ ଦୁହିଁଙ୍କର ବିବାହ ପାଇଁ ସ୍ବିକୃତୀ ଦେଉନାହାନ୍ତି। ସେମାନେ ପରିବାରର ଚିନ୍ତା କରୁଛନ୍ତି ଏବଂ ଆମେ ଆମର ଚିନ୍ତା କରୁଛୁ। ଏଥିପାଇଁ ଏଭଳି ପଦକ୍ଷେପ ନେଉଛୁ।’ ସୁଇସାଇଡ୍ ନୋଟରେ ଉଭୟଙ୍କ ଦସ୍ତଖତ ମଧ୍ୟ ରହିଥିଲା। ଜଣଙ୍କର ମୃତଦେହ ଫ୍ୟାନରେ ଝୁଲୁଥିବା ବେଳେ ଆଉ ଜଣଙ୍କର ଘରର ଛାତରେ ରଶିରେ ଓହଳିଥିବା ଅବସ୍ଥାରେ ଥିଲା।

ଯୁବକ ଜଣଙ୍କ ରାଜସ୍ଥାନର କୋଟାରେ ରହୁଥିଲେ। ସେଠାରେ ରହି ସେ ଇଂଜିନିୟରିଂ ପଢିବା ପାଇଁ ପ୍ରସ୍ତୁତି କରୁଥିଲେ। ନାବାଳିକା ଜଣଙ୍କ ଦିଲ୍ଲୀରେ ରହୁଥିଲେ। ଯୁବକ ଜଣଙ୍କ ନାବାଳିକାଙ୍କର ସଂପର୍କୀୟ ଦାଦାଙ୍କ ପୁଅ ଭାଇ ଥିଲେ।  ପ୍ରେମ ସଂପର୍କ ଥିବାରୁ ସେମାନେ ଦୁହେଁ ଦୁହିଁକୁ ବିବାହ କରିବାକୁ ମଧ୍ୟ ଚାହୁଥିଲେ। ପ୍ରତିମାସରେ ଯୁବକ ଜଣଙ୍କ ଦିଲ୍ଲୀ ଆସୁଥିଲେ ନାବାଳିକାଙ୍କୁ ଦେଖା କରିବାକୁ। ଲଗାତାର ଭାବରେ ଦିଲ୍ଲୀ ଯାଉଥିବାରୁ ଘରଲୋକଙ୍କ ସନ୍ଦେହ ହୋଇଥିଲା ଓ ସେମାନେ ଉଭୟଙ୍କୁ ପଚରାଉଚରା କରିଥିଲେ।ଦୁହେଁ ସ୍ବୀକାର କରିଥିଲେ ଯେ, ସେମାନେ ପରସ୍ପରକୁ ଭଲ ପାଉଛନ୍ତି ଏବଂ ବିବାହ କରିବାକୁ ଚାହୁଁଛନ୍ତି। ମାତ୍ର ଘରଲୋକ ସେମାନଙ୍କ ସଂପର୍କକୁ ସ୍ବୀକାର ନକରିବାରୁ ଉଭୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।