ବାଘ କେତେବେଳେ ଆସି ଆକ୍ରମଣ କଲା ଜାଣିପାରିଲେନି ! ହେଡ୍‌ଫୋନ୍‌ ଲଗାଇ ଗୀତ ଶୁଣୁଥିଲେ ୮ଶ୍ରେଣୀର ଛାତ୍ରୀ , ଆଉ ତାପରେ…

ଡେରାଡୁନ୍‌ ୦୮ -୬ :  ପର୍ବତାଞ୍ଚଳ ରାଜ୍ୟ ଉତ୍ତରାଖଣ୍ଡର ନୈନିତାଲରୁ ଏକ ହୃଦୟ ଥରାଇ ଦେଲାଭଳି ଖବର ସାମନାକୁ ଆସିଛି । ଏହି ଜିଲ୍ଲାର ରାମନଗର ଅଞ୍ଚଳରେ ଘଟିଛି ଏହି ଘଟଣାଟି । ଘର ବାହାରେ ବସି  ହେଡ୍‌ଫୋନ୍‌ରେ ଗୀତ ଶୁଣୁଥିଲେ  ୮ମଶ୍ରେଣୀର ଜଣେ ବାଳିକା । ସେତିକିବେଳେ ଏକ ଚିତାବାଘ ତାଙ୍କୁ ଆକ୍ରମଣ କରି ମାରି ଦେଇଥିଲା।

ଘଟଣାଟି ଯେତେବେଳେ ଘଟିଥିଲା ବାଳିକା ଜଣଙ୍କ ତାଙ୍କ ଚାଳ ଛପର ଘର ପାଖ ଦେଇ ଯାଇଥିବା ଏକ ନାଳ ପାଖରେ ବସିଥିଲେ । ଚିତାବାଘଟି ପାଖ ଜଙ୍ଗଲରୁ ଆସି ନାବାଳିକାଙ୍କୁ ଆକ୍ରମଣ କରିଥିଲା । ସେହି ପାଖରେ ଥିବା କିଛି ମହିଳା ନାଳରେ କପଡ଼ା ଧୋଉଥିଲେ , ସେମାନେ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇଥିଲେ ।

କୁହାଯାଉଛି କି ଚିତା ବାଘଟି ବାଳିକାଙ୍କର ମୁଣ୍ଡରୁ ମୁହଁରେ କାମୁଡ଼ି ଜଙ୍ଗଲକୁ ଘୋଷାଡ଼ି ଘୋଷାଡ଼ି ନେଇ ପଳାଇଥିଲା ।

ଏହାପରେ ବାଳିକାଙ୍କର  ସାଙ୍ଗସାଥି ହୋହଲ୍ଲା କରିବା ପରେ  ଗାଁ ଲୋକ ତାକୁ ବଞ୍ଚାଇବା ପାଇଁ ଦୌଡ଼ିଥିଲେ ।  ଖବର ପାଇଁ ପୁଲିସ୍‌ ଓ ବନ ବିଭାଗର ଟିମ୍‌  ମଧ୍ୟ ପହଞ୍ଚିଥିଲେ । ୪ ଘଣ୍ଟାର ଖୋଜାଖୋଜି ପରେ ଏକ ବୁଦା ମୂଳରୁ ବାଳିକାଙ୍କର ଶବ ଉଦ୍ଧାର ହୋଇଥିଲା ।

। ଏହି ସମୟରେ ଚିତାଟି ପୁଣି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ବନ କର୍ମଚାରୀ ମାନେ ଫାୟାରିଂ କରି  ତାକୁ ତଡ଼ିଦେଇଥିଲେ ।

 ଡିଏଫ୍‌ଓ  ହିମାଂଶୁ  ବାଗରୀ  କହିଛନ୍ତି , ଲୋକଙ୍କୁ ଜଙ୍ଗଲ ଆଡ଼କୁ ନଯିବାକୁ କୁହାଯାଇଛି । ପୋଷ୍ଟମର୍ଟମ ପରେ  ପରିବାର ଲୋକଙ୍କୁ ଦିଆଯାଇଛି ।

ବନ ଅଧିକାରୀ କହିଛନ୍ତି , ହେଡ୍‌ଫୋନ୍‌  ଓ ଏକ ପାନିଆ  ଘଟଣାସ୍ଥଳରୁ ମିଳିଛି ।  ମୃତ ବାଳିକା ଜଣଙ୍କ  ହେଡ୍‌ଫୋନ୍‌  ଲଗାଇ ରଖିଥିଲେ , ଏଥିପାଇଁ ସେ ବାଘର ସ୍ୱର ଶୁଣି ପାରିନଥିଲେ । ମୃତକ ବାଳିକାଙ୍କର ନାଁ ମମତା  ବୋଲି କୁହାଯାଉଛି । ମମତାଙ୍କର  ଦୁଇ ଭାଇ  ଯୋଗେଶ ଓ  ଦୀପକଙ୍କର ସେ ଗୋଟିଏ ବୋଲି ଭଉଣୀ ଥିଲେ । 

ବନ ଅଧିକାରୀ  ୯୦ ହଜାର ଟଙ୍କାର ଚେକ୍‌ ମୃତ ବାଳିକାଙ୍କ ପରିବାରକୁ ଦେଇଛନ୍ତି । ରାଜ୍ୟ ଜଙ୍ଗଲ ବିଭାଗ ପୀଡ଼ିତା ପରିବାରକୁ  ୩ ଲକ୍ଷ ଟଙ୍କାର ଅନୁଗ୍ରହ ଦାନ ଦେବାକୁ ସ୍ୱୀକୃତି ଦେଇଛି ।

ଏହାସହ ମଧ୍ୟ ପଢ଼ି ପାରିବେ – ଏହି ମନ୍ଦିରକୁ ଗଲେ କରୋନା ହେବ ନାହିଁ ବୋଲି ଦାବି ! ଭକ୍ତଙ୍କୁ ମିଳୁଛି ‘କରୋନା ନାଶକ ତେଲ’

   ସମ୍ବନ୍ଧିତ ଖବର


ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

କ୍ରିସ୍‌ ଗେଲଙ୍କ ଛକା ରେକର୍ଡ, ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୦୦୦ ଛକା ମାରିଲେ ବସ୍

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ଶେଷ ବଲରେ ଛକା, ଆଇପିଏଲ ଇତିହାସର ସେହି ୫ ଭାରତୀୟ ବ୍ୟାଟସ୍‌ମ୍ୟାନ୍

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି