PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ପତ୍ନୀ ଐଶ୍ବର୍ଯ୍ୟାଙ୍କ ସହ ଛାଡପତ୍ର ଓ ପାରିବାରିକ ଅଶାନ୍ତିରୁ ଦୂରେଇ ବ୍ରଜରେ ବଂଶୀ ବଜାଉଛନ୍ତି ତେଜପ୍ରତାପ, ପହଁଞ୍ଚିଲେ ପ୍ରେମ ସରୋବର

ନୂଆଦିଳ୍ଳୀ, ୨୯।୧୨; ଆରଜେଡି ନେତା  ଲାଲୁ ପ୍ରସାଦ ଯାଦବଙ୍କ ଘରେ ଜାରି ରହିଛି ହାଇଭୋଲଟେଜ୍ ଡ୍ରାମା। ବଡ ପୁଅ ତଥା ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜପ୍ରତାପ ଯାଦବ ଓ ତାଙ୍କ ପତ୍ନୀ ଐଶ୍ବର୍ଯ୍ୟାଙ୍କ ଛାଡପତ୍ର ଆବେଦନକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।  ଗତ ୨୪ ଡିସେମ୍ବରରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା।  ଐଶ୍ବର୍ଯ୍ୟାଙ୍କୁ ଲାଲୁଙ୍କ ପରିବାର ଅନ୍ତରୀଣ  ଭତ୍ତା ବାବଦରେ ୨୪ ହଜାର ଟଙ୍କା ଏବଂ ପ୍ରତିମାସ ୨ ଲକ୍ଷ ଟଙ୍କା ସହିତ ଐଶ୍ବର୍ଯ୍ୟାଙ୍କୁ କେସ୍ ଲଢିବାକୁ  ଖର୍ଚ୍ଚ ଦେବାକୁ  ପାଟନାର ଫ୍ୟାମିଲି କୋର୍ଟ ନିଦେର୍ଶ ଦେଇଛନ୍ତି।

ଏହାପରେ ଐଶ୍ବର୍ଯ୍ୟାଙ୍କୁ ଯୌତୁକରେ ଦିଆଯାଇଥିବା ସବୁ ଜିନିଷକୁ ଶାଶୁ ରାବିଡି ଦେବୀ ତାଙ୍କ ଘରୁ କାଢି ସମୁଦିଙ୍କ ଘରକୁ ଗାଡି ପଠାଇ ରଖି ଦେଇଥିଲେ। କିନ୍ତୁ ଐଶ୍ବର୍ଯ୍ୟାଙ୍କ ବାପା ଚନ୍ଦ୍ରିକା ରାୟ ଏହାକୁ ନେବାକୁ ମନା କରିଦେଇଥିଲେ। ଯାହାକୁ ନେଇ ଦୁଇ ପରିବାର ଭିତରେ ଜାରି ରହିଛି ବିବାଦ। କିନ୍ତୁ ଏହି ସବୁ ବିବାଦଠାରୁ ଦୂରରେ ରହି ତେଜପ୍ରତାପଙ୍କୁବଂଶୀ ବଜାଉଥିବାର ଦେଖିବାକୁ ମିଳିଛି।

ଶୁକ୍ରବାର ସନ୍ଧ୍ୟାରେ ତେଜପ୍ରତାପ ବରସାନାରେ ପହଁଞ୍ଚିଥିଲେ। ଶନିବାର ସକାଳେ ଖରା ବାହାରିବା ପରେ ନିଜର ବନ୍ଧୁ ଲକ୍ଷ୍ମଣ ଶର୍ମାଙ୍କୁ ସାଙ୍ଗରେ ନେଇ ସବୁଠାରୁ ପ୍ରଥମେ ନନ୍ଦଗ୍ରାମ-ବରସାନାର ମଧ୍ୟ ଗାଜିପୁର ସ୍ଥିତ ପ୍ରେମ ସରୋବର ପହଁଞ୍ଚିଥିଲେ। ସେଠାରେ ଥିବା ପୋଖରୀ କୂଳରେ ଏକ ମଣ୍ଡପରେ ବସି ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ   ବଂଶୀ ବଜାଇଥିଲେ।

କୋର୍ଟଙ୍କ ରାୟ ପରେ  ତେଜପ୍ରତାପଙ୍କ ବ୍ରଜ ଚାଲିଯାଇଥିଲେ। ସେଠାରେ ଆଶ୍ବସ୍ଥିର ନିଶ୍ବାସ ନେଇ ବଂଶୀ ବଜାଇଥିଲେ। ତେଜପ୍ରତାପଙ୍କ ସାଙ୍ଗ ଲକ୍ଷ୍ମଣ କହିଛନ୍ତି, କେବଳ ସେ ନୁହେଁ ତାଙ୍କର ପୂର୍ବଜମାନେ ମଧ୍ୟ ବ୍ରଜ ଆସୁଥିଲେ। ପରିବାରରେ ଯଦି କୌଣସି ବିପଦ ଥାଏ ତେବେ ଏଠାକୁ ଆସିଲେ ତାହା ଦୂର ହୋଇଯାଇଥାଏ। ଏହି ସମୟରେ ତେଜପ୍ରତାପ ନନ୍ଦଗ୍ରାମର ପାବନ କୁଣ୍ଡ, ଯଶୋଦା କୁଣ୍ଡ, ମୋତି କୁଣ୍ଡ, ଅଶେଶ୍ବର କୁଣ୍ଡ ଏବଂ ବୃନ୍ଧାବନ କୁଣ୍ଡକୁ ମଧ୍ୟ ଯାଇଥିଲେ।