ଖୁସିଖବର:ଗନ୍ତବ୍ୟ ସ୍ଥଳରେ ଯଦି ଏହି ଟ୍ରେନ ବିଳମ୍ବରେ ପହଁଞ୍ଚେ,ତେବେ ଯାତ୍ରୀ ପାଇବେ କ୍ଷତିପୂରଣ

ନୂଆଦିଲ୍ଲୀ,୨୬।୮: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ଭଲ ଖବର। ଯଦି ଆପଣଙ୍କ ଟ୍ରେନ ଗସ୍ତବ୍ୟ ସ୍ଥଳକୁ ବିଳମ୍ବରେ ପହଁଞ୍ଚେ ତେବେ ଆପଣଙ୍କୁ ମିଳିବ କ୍ଷତିପୂରଣ। ତେବେ ଏହା କେବଳ ଦେଶର ପ୍ରଥମ ପ୍ରାଇଭେଟ୍ ଟ୍ରେନ ତେଜସ ପାଇଁ ହେବ।  ତେଜସ୍ ଏକ୍ସପ୍ରେସରେ ଯାତ୍ରା କରିବା ବେଳେ ୧ ଘଣ୍ଟାରୁ ଯଦି ଅଧିକ ବିଳମ୍ବ ହୋଇଯାଏ ତେବେ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଯାତ୍ରୀଙ୍କୁ କ୍ଷତିପୂରଣ ଦେବ। କୁହାଯାଉଛି ଯେ,ଭାରତୀୟ ରେଲଓ୍ବେ ଦିଲ୍ଲୀ-ଲକ୍ଷ୍ନୌ ଓ ମୁମ୍ବାଇ-ଅହମ୍ମଦାବାଦ ତେଜସ୍ ଏକ୍ସପ୍ରେସକୁ ଚଳାଇବାର ଦାୟିତ୍ବ ଆଇଆରସିଟିସିକୁ ଦେଇଛନ୍ତି।

ଆଇଆରସିଟିସି ସେପ୍ଟେମ୍ବର ମାସର ଶେଷରେ ତେଜସ୍ ଏକ୍ସପ୍ରେସ ଆରମ୍ଭ କରିବାକୁ ଯାଉଛି। ପ୍ରଥମ ଟ୍ରେନ ଦିଲ୍ଲୀରୁ ଲକ୍ଷ୍ନୌ ଭିତରେ ଚାଲିବ। ଆଇଆରସିଟିସିର ଦ୍ବିତୀ ତେଜସ୍ ନଭେମ୍ବରରୁ ଆରମ୍ଭ ହେବ, ଯାହାର ରୁଟ୍ ମୁମ୍ବାଇରୁ ଅହମ୍ମଦାବାଦ ହେବ। ଆଇଆରସିଟିସିର ଅଧିକାରୀଙ୍କ ସୂଚନା ଅନୁସାରେ ଆମେ ଦିଲ୍ଲୀ-ଲକ୍ଷ୍ନୌ ତେଜସ୍ ଏକ୍ସପ୍ରେସକୁ ଚଳାଇବାର ପ୍ରସ୍ତୁତି ଆରମ୍ଭ କରିଛୁ ଓ ଆମେ ଟ୍ରେନ ଲେଟ୍ ହେବାପରେ ଯାତ୍ରୀଙ୍କୁ କ୍ଷତିପୂରଣ ଦେବା ସମ୍ପର୍କରେ ଭାବୁଛୁ।

କ୍ଷତିପୂରଣ ଯାତ୍ରୀଙ୍କୁ ଇ-ଓ୍ବାଲେଟ୍ କିମ୍ବା ଆଗାମୀ ଯାତ୍ରାରେ ଛାଡ କରିବା ରୂପରେ ହୋଇପାରେ। ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଦିଲ୍ଲୀ-ଲକ୍ଷ୍ନୌ ଏକ୍ସପ୍ରେସ ଗାଜିଆବାଦ ରେଲଓ୍ବେ ଷ୍ଟେସନରେ ରହିବ। ଦିଲ୍ଲୀ-ଲକ୍ଷ୍ନୌ ତେଜସ ଏକ୍ସପ୍ରେସର ଗାଜିଆବାଦ ରେଲଓ୍ବେ ଷ୍ଟେସନରେ ୨ ମିନିଟ୍ ରଖିଦିଆଯିବ।

ଇଣ୍ଡିଆନ ରେଲଓ୍ବେ ତେଜସ୍ ଟ୍ରେନର ନୂଆ ସିଡ୍ୟୁଲ ମଧ୍ୟ ଜାରି କରିଦେଇଛି। ତେଜସ୍ ଟ୍ରେନର ପ୍ରଥମ ଟାଇମିଂରେ ମଧ୍ୟ ଏବେ ପରିବର୍ତ୍ତନ କରିଦିଆଯାଇଛି। ଏ​‌ବେ ଏହି ଟ୍ରେନ୍ ଲକ୍ଷ୍ନୌରୁ ୪୦ ମିନିଟ୍ ପୂର୍ବରୁ ସକାଳ ୬ଟା ୧୦ ମିନିଟରେ ଚାଲିବ। ୨୦୧୬ରେ ଯେତେବେଳେ ତେଜସ୍ ଟ୍ରେନର ଟାଇମ ଟେବଲ ଜାରି କରାଯାଇଥିଲା ସେତେବେଳେ ଲକ୍ଷ୍ନୌ ଜଙ୍କସନରେ ଏହାର ବାହାରିବାର ସମୟ ସକାଳ ୬ଟା ୫୦ ମିନିଟ୍ ରହିଥିଲା। ନୂଆ ସିଡ୍ୟୁଲ ଅନୁସାରେ ଏହି ଟ୍ରେନ ୪୦ ମିନିଟ୍ ପୂର୍ବରୁ ସକାଳ ୬ଟା ୧୦ଟା ସମୟରେ ଯାତ୍ରା କରିବ।

ବିମାନ ଯାତ୍ରା କଲା ବେଳେ ଯେଉଁଭଳି ସୁବିଧା ରହିଥାଏ ତେଜସ ଏକ୍ସପ୍ରେସରେ ଠିକ୍ ସେଭଳି ସମାନ ସୁବିଧା ରହିଛି। ଏକ୍ସପ୍ରେସର ପ୍ରତି ସିଟରେ ଏଲସିଡି ସ୍କ୍ରିନ ଲାଗିଛି। ପ୍ରତି ସିଟରେ ଆଟେଣ୍ଡାଣ୍ଟ ବଟନ ଲାଗିଛି, ଯାହାକୁ ଦବାଇ ଆପଣ ନିଜର ସହାୟତା ପାଇଁ ଆଟେଣ୍ଡାଣ୍ଟକୁ ଡକାଇ ପାରିବେ। ଏହି ଟ୍ରେନରେ ଏଲଇଡି ଲାଇଟ୍ ଲାଗିଛି। ସିଗାରେଟ୍ ସ୍ମୋକିଂକୁ ଡିଟେକ୍ଟ କରିବା ପାଇଁ ଅଟୋ ଡିଟେକ୍ଟର ଲଗାଯାଇଛି। ଏହି ଟ୍ରେନ ସିସିଟିଭି କ୍ୟାମେରା ଲାଗିଛି। ପ୍ରତି ସିଟରେ ଚାର୍ଜିଂ ଓ  ୟୁଏସଭ କେବଲ ଲାଗିକି ରହିଛି।

   ସମ୍ବନ୍ଧିତ ଖବର


ପାର୍କିଂ ସ୍ପେସ୍ ନାହିଁ ଯଦି ୨୦୨୧ରେ ନୂଆ କାର କିଣି ପାରିବେନି, ଜାଣନ୍ତୁ କ’ଣ ରହିଛି ନୂଆ ନିୟମ?

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା Paytm, ଆପ୍ ହଟାଇବା ପଛରେ ରହିଛି ଏହି କାରଣ

ରୁଷର ଭ୍ୟାକସିନ ନେଉଥିବା ପ୍ରତି ୭ ଜଣରୁ ଜଣେ ବ୍ୟକ୍ତି ଅସୁସ୍ଥ, ଭାରତକୁ ମଧ୍ୟ ଆସିବ ଲକ୍ଷାଧିକ ଟିକା

ଜୟା ବଚ୍ଚନଙ୍କ ‘ଥାଳି’ ମନ୍ତବ୍ୟ ନେଇ ମୁହଁ ଖୋଲିଲେ ମୁକେଶ ଖାନ୍ନା, କହିଲେ-ବଲିଉଡ ଇଣ୍ଡଷ୍ଟ୍ରୀ କାହା ବାପାର ନୁହେଁ…

ପ୍ରଥମ ଥର ସ୍ବୀକାର କଲା ଡ୍ରାଗନ୍,ଗଲଓ୍ବାନ ଘାଟି ସଂଘର୍ଷରେ ନିହତ ହୋଇଥିଲେ ଚୀନ୍ ସୈନିକ

ଜାତୀୟ ସୁରକ୍ଷା ଉପରେ ବଡ଼ ବିପଦ! ଏନଆଇସି ଉପରେ ସାଇବର ଆଟାକ୍, ସମ୍ବେଦନଶୀଳ ତଥ୍ୟ ଚୋରିକଲେ ହ୍ୟାକର