ବାୟୁସେନାରେ ସାମିଲ ହେବ ୮୩ ତେଜସ୍, କେନ୍ଦ୍ର କ୍ୟାବିନେଟରେ ୪୮ ହଜାର କୋଟି ମଞ୍ଜୁର…

ନୂଆଦିଲ୍ଲୀ: ସୁରକ୍ଷା ବ୍ୟାପାରରେ କ୍ୟାବିନେଟ କମିଟି (CCS) ବୁଧବାର ବାୟୁସେନାରେ ୮୩ଟି ତେଜସ ହାଲକା ଲଢୁଆ ବିମାନ ପ୍ରବେଶ ପାଇଁ ରାସ୍ତା ସଫା କରିଛି । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (HAL) ଦ୍ୱାରା ନିର୍ମିତ ଏହି ବିମାନଗୁଡ଼ିକ ପାଇଁ ୪୮ ହଜାର କୋଟି ଚୁକ୍ତି ହୋଇଛି । ତେବେ ଆଜି ପର୍ଯ୍ୟନ୍ତ ଏହା ହେଉଛି ଭାରତର ସର୍ବବୃହତ ସ୍ୱଦେଶୀ ପ୍ରତିରକ୍ଷା କ୍ରୟ । ମାର୍ଚ୍ଚ ୨୦୨୦ ରେ, ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୮୩ ଆଡଭାନ୍ସଡ ମାର୍କ 1-A ସଂସ୍କରଣ ତେଜସ ବିମାନ କ୍ରୟକୁ ଅନୁମୋଦନ କରିଥିଲା ​​। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସିସିଏସ୍ ଏହି ଚୁକ୍ତି ଶେଷ କରିଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ନିଜେ ଟ୍ୱିଟ୍ କରିଛନ୍ତି,  ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଥିବା ସିସିଏ ଆଜି ଐତିହାସିକ ଭାବେ ସର୍ବ ବୃହତ ସ୍ୱଦେଶୀ ପ୍ରତିରକ୍ଷା ଚୁକ୍ତିକୁ ଅନୁମୋଦନ କରିଛି । ଏହି ଡିଲର ମୂଲ୍ୟ ୪୮ ହଜାର କୋଟି ଅଟେ । ଏହା ଆମର ବାୟୁସେନା ବିମାନର ଶକ୍ତିକୁ ସ୍ୱଦେଶୀ ‘LCA ତେଜସ’ ମାଧ୍ୟମରେ ଦୃଢ କରିବ । ଏହି ଡିଲ୍ ଭାରତର ପ୍ରତିରକ୍ଷା ଉତ୍ପାଦନ ପାଇଁ ଏକ ଗେମ ଚେଞ୍ଜର ଭାବେ ପ୍ରମାଣିତ ହେବ ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ତେଜସ୍ ବିମାନ ଆଗାମୀ ବର୍ଷରେ ଭାରତୀୟ ବାୟୁସେନା ପାଇଁ ‘ମେରୁଦଣ୍ଡ’ ବୋଲି ପ୍ରମାଣ କରିବାକୁ ଯାଉଛି । ନାଶିକ୍ ଏବଂ ବେଙ୍ଗାଲୁରୁ ବିଭାଗରେ ହାଲ୍ ଏହାର ଦ୍ୱିତୀୟ ଲାଇନ୍ ଉତ୍ପାଦନ ଆରମ୍ଭ କରିଛି ।  ଉଲ୍ଲେଖନୀୟ କଥା ହେଉଛି, ଏହି ଚୁକ୍ତି ପୂର୍ବରୁ ତିଆରି ହୋଇଥିବା ୪୦ ଯୁଦ୍ଧ ବିମାନର ଚୁକ୍ତିଠାରୁ ଭିନ୍ନ ଅଟେ । ଏହି ବିମାନଗୁଡିକ ଆସନ୍ତା ଛଅ-ସାତ ବର୍ଷ ମଧ୍ୟରେ ଦେଶର ବାୟୁସେନାରେ ଅନ୍ତର୍ଭୁକ୍ତ ହେବ ।