ଡିସେମ୍ବରରୁ ଆରମ୍ଭ ହେବ ‘ତେଜସ୍‌’ର ସୁଟିଂ: ପାଇଲଟ ଲୁକ୍‌ରେ ନଜର ଆସିବେ ବଲିଉଡ୍ କୁଇନ୍ କଙ୍ଗନା

ମୁମ୍ବାଇ୨୯/୦୮: ଚଳିତବର୍ଷ ଫେବ୍ରୃଆରୀ ମାସରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ତେଜସ୍‌’ର ଫାଷ୍ଟ ଲୁକ୍‌ ଜାରି ହୋଇଥିଲା । ଫିଲ୍ମରେ ତାଙ୍କୁ ଜଣେ ବାୟୁସେନା ପାଇଲଟଙ୍କ ଚରିତ୍ରରେ ଦେଖିବାକୁ ମିଳିବ। ଜୁଲାଇରୁ ତାର ସୁଟିଂ ଆରମ୍ଭ ହେବାର ଥିଲାବେଳେ କରୋନା ମହାମାରୀ କାରଣରୁ ସେଥିରେ ବିଳମ୍ବ ହୋଇଥିଲା । ସଦ୍ୟତମ ଖବର ଅନୁସାରେ ଡିସେମ୍ବର ମାସରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ।

ନିଜେ କଙ୍ଗନା ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଏହି ସୂଚନା ଦେଇଛନ୍ତି । ଏଥିସହ ଫିଲ୍ମର ଏକ ନୂଆ ପୋଷ୍ଟର ବି ସେ ସେୟାର କରିଛନ୍ତି । ସେଥିରେ ତାଙ୍କୁ ବାୟୁସେନାର ୟୁନିଫର୍ମ ପିନ୍ଧି ଲଢ଼ୁଆ ବିମାନ ତେଜସ୍‌ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । ନବାଗତ ନିର୍ଦ୍ଦେଶକ ସର୍ବେଶ ମେୱାରା ଏହାର ନିର୍ଦ୍ଦେଶନା ଦେବେ । ପ୍ରଯୋଜନା ଦାୟିତ୍ୱରେ ରୋନି ସ୍କ୍ରିୱାଲା ଅଛନ୍ତି । ଏ ସଂପର୍କରେ କଙ୍ଗନା କହିଛନ୍ତି, ‘ତେଜସ୍‌’ରେ ବାୟୁସେନାର ଜଣେ ପାଇଲଟଙ୍କ ଭୂମିକା ନିର୍ବାହ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ।’ ଆସନ୍ତାବର୍ଷ ଫିଲ୍ମଟି ମୁକ୍ତିଲାଭ କରିପାରେ ।

   ସମ୍ବନ୍ଧିତ ଖବର


ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?

କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍

ପୁଣି ଅଜା-ଆଈ ହେଲେ ଧର୍ମେନ୍ଦ୍ର-ହେମା, ଯାଆଁଳା ସନ୍ତାନର ମାଆ ହେଲେ ସାନ ଝିଅ ଅହାନା

ନିଶ୍ୱାସ ମାରିବାକୁ ଜ୍ୟାକିଙ୍କ ପାଖରେ ନାହିଁ ସମୟ, ଦୁଇଟି ଫିଲ୍ମର ସୁଟିଂରେ ବ୍ୟସ୍ତ ସୁନ୍ଦରୀ ନାୟିକା

ୟୁଜରଙ୍କୁ ‘ମୋଟା’ କହିଥିଲେ କପିଲ : ଟ୍ରୋଲ ହେବା ପରେ କରିବାକୁ ପଡ଼ିଲା ଏହି କାମ, କିନ୍ତୁ ସୋସିଆଲ ମିଡ଼ିଆରେ ବୁଲୁଛି ସ୍କ୍ରିନ୍‌ସଟ୍‌

ଭାଇ ଅକ୍ଷତଙ୍କ ବାହାଘରରେ ଖର୍ଚ୍ଚ ହୋଇଥିଲା ୬ କୋଟି ଟଙ୍କା, କଙ୍ଗନା ପିନ୍ଧିଥିଲେ ୧୮ ଲକ୍ଷର ଲେହେଙ୍ଗା ଏବଂ ୪୫ ଲକ୍ଷ ଟଙ୍କାର ଅଳଙ୍କାର…