PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ: ୨୪ଘଣ୍ଟାରେ ୩୬୬୪ଜଣ ପଜିଟିଭ ଚିହ୍ନଟ, ଆଖିବୁଜିଲେ ଆଉ ୨ ଆକ୍ରାନ୍ତ
  • ||
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ହତ୍ୟା ମାମଲାରେ ଥାନାରେ କୁକୁଡା ଅଟକ, ଖୁବ୍ ଶୀଘ୍ର କୋର୍ଟରେ ହେବ ହାଜର!

https://www.aajtak.in/

ହାଇଦ୍ରାବାଦ,୨୭।୨: ତେଲେଙ୍ଗାନାରେ ଏକ ବିଚିତ୍ର ଘଟଣା ଘଟିଛି। ତାହା ହେଲା ଏକ ହତ୍ୟା ମାମଲାରେ ଏକ କୁକୁଡାକୁ ଗିରଫ କରିଛି ପୋଲିସ। ମାମଲା ତେଲେଙ୍ଗାନାର ଜଗାଜିୟା ଜିଲ୍ଶର। ସୋମବାର ୟେଲ୍ଲେମା ମନ୍ଦିରରେ କୁକୁଡା ଲଢେଇ ଖେଳ ଚାଲିଥିଲା, ଏହି ସମୟରେ ଗୋଟିଏ କୁକୁଡା ୪୫ ବର୍ଷୀୟ ଟି.ସତୀଶଙ୍କ ଉପରେ ଆକ୍ରମଣ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

କୁକୁଡାର ଗୋଡରେ ଏକ ଛୁରୀ ବନ୍ଧା ହୋଇଥିଲା, ଯିଏକି ଅକସ୍ମାତ ଥାନୁଗୁଲା ସତୀଶଙ୍କ ଉପରକୁ ଆକ୍ରମଣ କରିଥିଲା। ସତୀଶଙ୍କ ପେଟରେ କୁକୁଡାଟି ଛୁରୀ ଭୂସି ଦେଇଥିଲା। ଏହି ଘଟଣା ୨୨ ଫେବୃଆରୀ ଲୋଥୁନୁର ଗାଁରେ ଘଟିଛି, ଯେତେବେଳେ ବେଆଇନ କୁକୁଡା କୁକୁଡା ଲଢେଇ ପାଇଁ ଅଣାଯାଇଥିଲା। ଗୋଡରେ ଛୁରୀ ବନ୍ଧା ହୋଇଥିବା କାରଣରୁ କୁକୁଡା ଛଟପଟ ହୋଇଥିଲା। ଏହି ସମୟରେ କୁକୁଡାଟି ନିଜ ପାଦରେ ବନ୍ଧା ଥିବା କୋଡି କାଠି (ଛୁରୀ) ରେ ସତୀଶଙ୍କ ଉପରକୁ ଆକ୍ରମଣ କରିଥିଲା। ଏହାପରେ ସତୀଶଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୁକୁଡା ଲଢେଇ ତେଲେଙ୍ଗାନାରେ ନିଷିଧ ହୋଇସାରିଛି। କିନ୍ତୁ ୟେଲ୍ଲମା ମନ୍ଦିରରେ ଏହାକୁ ଅବୈଧ ଭାବରେ ଆୟୋଜିତ କରାଯାଉଛି। ମାମଲାର ତଦନ୍ତ ପରେ ପୋଲିସ କୁକୁଡାକୁ ଗୋଲ୍ଲାପଲ୍ଲୀ ପୋଲିସ ଥାନା ଅଣାଯାଇଥିଲା। ସେଠାରେ କୁକୁଡାଟି ପୋଲିସ କର୍ମଚାରୀଙ୍କ ନଜରରେ ରହିଛି। ପୋଲିସ ମଧ୍ୟ କୁକୁଡାକୁ ଜେଲ ଭିତରେ ଖାଇବା-ପିଇବାର ବନ୍ଦୋବସ୍ତ କରିଛି। ଥାନାର ଏସଏଚଓଙ୍କ କହିବା ଅନୁସାରେ, କୁକୁଡାକୁ ଗିରଫ କରାଯାଇନି। ତେବେ ପୋଲିସ କୁକୁଡାକୁ କୋର୍ଟରେ ହାଜନ କରିବେ ବିଚାରପତିଙ୍କ ନିର୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।