PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଆନ୍ଧ୍ର, ତେଲଙ୍ଗାନାର ୭.୮ କୋଟି ଆଧାର ତଥ୍ୟ ଚୋରି

ହାଇଦ୍ରାବାଦ୍‌,୧୪ା୪(ଏଜେନ୍ସି): ପୁଣି ଆଶଙ୍କାରେ ଆଧାର ତଥ୍ୟ । ସୂଚନା ପ୍ରଯୁକ୍ତି (ଆଇଟି) ସଂସ୍ଥା ‘ଆଇଟି ଗ୍ରୀଡ୍‌ସ ଇଣ୍ଡିଆ’ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ବାସ କରୁଥିବା ୭.୮ କୋଟିରୁ ଅଧିକ ଲୋକଙ୍କ ଆଧାର ତଥ୍ୟ ଚୋରି କରିଛି । ଭାରତୀୟ ଏକକ ପରିଚୟପତ୍ର ପ୍ରାଧିକାରଣ (ୟୁଆଇଡିଏଆଇ) ଏଭଳି ଅଭିଯୋଗ କରିଛି । ଅଭିଯୋଗ ଆଧାରରେ ସାଇବରାବାଦ୍‌ ପୁଲିସ୍‌ ଆଇଟି ଗ୍ରୀଡ୍‌ସ ବିରୋଧରେ ମାମଲା ରୁଜୁ କରିଛି । ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ଜନସଂଖ୍ୟା ପ୍ରାୟ ୮.୪ କୋଟି । କମ୍ପାନି ଏହି ଆଧାର ତଥ୍ୟକୁ ବ୍ୟବହାର କରି ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ପାଇଁ ସେବା ମିତ୍ର ଆପ୍‌ ବିକାଶ କରୁଥିଲା ।
ମାମଲା ମୁତାବକ, ଆଧାର ଆଇନର ଉଲ୍ଲଂଘନ କରି ଏହି ତଥ୍ୟକୁ ବାହ୍ୟ ଷ୍ଟୋରେଜ୍‌ ଡିଭାଇସ୍‌ରେ ରଖାଯାଇଥିଲା । ଫରେନ୍ସିକ୍‌ ବିଶେଷଜ୍ଞଙ୍କ ଅନୁସାରେ ଅଭିଯୁକ୍ତ ଆଇଟି ସଂସ୍ଥା ବେଆଇନ ଭାବେ କୌଣସି କେନ୍ଦ୍ରୀୟ ଡାଟା ରିପୋଜିଟୋରି ବା ରାଜ୍ୟ ତଥ୍ୟ ହବ୍‌ରୁ ଏସବୁ ତଥ୍ୟକୁ ପାଇଛି । ସୂତ୍ର ମୁତାବକ, ତଥ୍ୟ ଚୋରି ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟିକୁ ମଧ୍ୟ ଏହି ମାମଲା ହସ୍ତାନ୍ତର କରାଯାଇପାରେ ।
ଆଇଟି ଗ୍ରୀଡ୍‌ସର ଅଫିସ ପରିସର ରେଡ୍‌ ବେଳେ ୭ଟି ହାର୍ଡ ଡିସ୍କ ଓ ଅନ୍ୟ ଡିଜିଟାଲ ପ୍ରମାଣ ଜବତ ହୋଇଛି ବୋଲି ୟୁଆଇଡିଏଆଇ ଉପ ନିର୍ଦ୍ଦେଶକ ଟି ଭବାନୀ ପ୍ରସାଦ ନିଜ ଅଭିଯୋଗରେ କହିଛନ୍ତି । ହାର୍ଡ ଡିସ୍କକୁ ବିଶ୍ଳେଷଣ କରିବା ପରେ ତେଲଙ୍ଗାନା ରାଜ୍ୟ ଫରେନ୍ସିକ୍‌ ବିଜ୍ଞାନ ଲାବୋରେଟୋରି (ଟିଏସ୍‌ଏଫ୍‌ଏସ୍‌ଏଲ୍‌) ବିଶେଷଜ୍ଞ କହିଛନ୍ତି, ଏହି ସଂସ୍ଥା ଉଭୟ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ୭,୮୨,୨୧,୩୯୭ ଜଣଙ୍କର ଆଧାର ତଥ୍ୟ ରଖିଛି । ଏପରିକି ଆଇଟି ଗ୍ରୀଡ୍‌ର ଡାଟାବେସ୍‌ର ଢାଞ୍ଚା ଓ ଆକାର ୟୁଆଇଡିଏଆଇ ନିକଟରେ ଥିବା ଡାଟାବେସ୍‌ ସହ ପ୍ରାୟ ସମାନ ।
ଅପରପକ୍ଷରେ ଟିଡିପି କହିଛି, ସେମାନେ ମୂଳ ଆଧାର ତଥ୍ୟକୁ ଆକ୍ସେସ୍‌ କରିନାହାନ୍ତି । ଏହି ତଥ୍ୟକୁ କେବଳ ଜନମଙ୍ଗଳ ସ୍କିମ୍‌ ହିତାଧିକାରୀଙ୍କ ଯାଞ୍ଚ ପାଇଁ ବ୍ୟବହାର କରାଯାଇଥିଲା ।

ସମ୍ବନ୍ଧିତ ଖବର