ତେଲେଙ୍ଗାନାରେ ଗୋଟିଏ କୂଅ ଭିତରକୁ ବାହାରିଲା ୫ ଝିଅଙ୍କ ମୃତଦେହ

ହାଇଦ୍ରାବାଦ,୯।୪: ତେଲେଙ୍ଗାନାର ଜୋଗୁଲବା ଗଡଓ୍ବାଲ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ କୂଅ ଭିତରୁ ୫ଟି ଝିଅଙ୍କର ମୃତଦେହ ମିଳିଛି। ତେବେ ଏହି କୂଅ ଭିତରକୁ ଝିଅମାନେ କିଭଳି ଗଲେ ତାହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି। ସ୍ଥାନୀୟ ଲୋକେ ଏହି ଘଟଣାକୁ ବହୁତ ବଡ ଷଡଯନ୍ତ୍ର ବୋଲି କହୁଛନ୍ତି। ଜୋଗୁଲବା ଗଡଓ୍ବାଲ ଜିଲ୍ଲାର ଏହି ଅଞ୍ଚଳର ଏହି ୫ଜଣ ଝିଅ ଏକାଠି ଘରୁ ବାହାରିଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ନିଜ ନିଜ ଘରକୁ ଫେରିନଥିଲେ। ପରିବାର ଲୋକ ଚିନ୍ତାରେ ପଡିବା ପରେ ଆଖପାଖ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଦେଇଥିଲେ। ଏହାପରେ ପରିବାର ଲୋକେ ପୋଳିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ।

ପୋଲିସ ପରିବାର ଲୋକଙ୍କ ସହିତ ଏହି ଝିଅମାନଙ୍କୁ ଖୋଜିବାରେ ଲାଗିପଡିଥିଲା। କିନ୍ତୁ ସନ୍ଧ୍ୟାରେ ଏହି ଝିଅଙ୍କର ମୃତଦେହ ଗୋଟିଏ କୂଅ ଭିତରକୁ ଉଦ୍ଧାର କରାଯାଇଛି। ଏକାସଙ୍ଗରେ ୫ଜଣଙ୍କର ମୃତଦେହ ମିଳିବା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଉତ୍ତେଜନାମୂଳକ ହୋଇପଡିଛି। ପୋଲିସ ମୃତଦେହକୁ ଉଦ୍ଧାର କରିବା ପରେ ଶବବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୋଲିସର କହିବା ଅନୁସାରେ ପ୍ରାଥମିକ ତଦନ୍ତରୁ ଯଦିଓ ଲାଗୁଛି ସମସ୍ତଙ୍କର ମୃତ୍ୟୁ କୂଅ ଭିତରେ ବୁଡିଯିବା କାରଣରୁ ହୋଇଥାଇପାରେ। କିନ୍ତୁ ଏବେ ମାମଲାର ତଦନ୍ତ ଜାରି ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ।

   ସମ୍ବନ୍ଧିତ ଖବର


ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ମାକ୍ସଓ୍ବେଲ କାହିଁକି କେଏଲ ରାହୁଲଙ୍କୁ ମାଗିଲେ କ୍ଷମା? ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ଟିମ୍‌ ଇଣ୍ଡିଆ ଖେଳାଳି ଆଇପିଏଲରେ ହିରୋ, ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିରୋ! ବିରାଟ ବାହିନୀକୁ କାହିଁକି ‘ଠୁ ଓଲ୍ଡ ସ୍କୁଲ’ କହିଲେ ମାଇକେଲ ଭନ୍

Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା