ହୋଟେଲରେ ବିଗବସ୍-୨ ପ୍ରତିଯୋଗୀଙ୍କୁ ଅସଦାଚରଣ, ପୂର୍ବତନ ବିଧାୟକଙ୍କ ପୁଅ ବିରୋଧରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ,୧।୧୨: ତେଲେଙ୍ଗାନାର ପୂର୍ବତନ ବିଧାୟକ ଓ ବିଜେପି ନେତା ନନ୍ଦେଶ୍ବର ଗୌଡଙ୍କ ପୁଅ ଆଶିଷ ଗୌଡଙ୍କ ବିରୋଧରେ ହାଇଦ୍ରାବାଦର ମାଧାପୁରର ଏକ ହୋଟେଲରେ ଜଣେ ମହିଳା ମଡେଲ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିଛନ୍ତି। ଉଲ୍ଲେଖନୀୟ ଯେ, ବିଗ୍ ବସ୍-୨ର ପ୍ରତିଯୋଗୀ ସଞ୍ଜନା ନିଜ ସହିତ ହୋଇଥିବା ଅସଦାଚରଣ ଓ ମାରପିଟ୍ ସମ୍ପର୍କରେ ମାମଲା ରୁଜୁ କରିଥିଲେ।

ସଞ୍ଜନାଙ୍କ କହିବା ଅନୁସାରେ, ଆଶିଷ ତାଙ୍କ ସହିତ ଶନିବାର ରାତିରେ ହୋଟେଲ ଭିତରେ ଅସଦାଚରଣ କରିଥିଲେ। ତାଙ୍କର ଅଭିଯୋଗ ପରେ ସାଇବରାବାଦର ମାଧାପୁର ପୋଲିସ ତେଲେଙ୍ଗାନାର ବରିଷ୍ଠ ନେତା ଓ ପୂର୍ବତନ ବିଧାୟକଙ୍କ ପୁଅ ବିରୋଧରେ ମାମଲା ରୁଜୁ କରିଥିଲା। ଅଭିଯୋଗ ଆଧାରରେ ପୋଲିସ ହୋଟେଲର ସିସିଟିଭି ଫୁଟେଜ୍ ଜରିଆରେ ମାମଲାର ତଦନ୍ତ କରୁଛି।

ସଞ୍ଜନା ଅଭିଯୋଗ କରିଛନ୍ତି ଯେ,  ସେ ତାଙ୍କର ବାନ୍ଧବୀଙ୍କ ସହିତ ହୋଟେଲର ଏକ କୋଣରେ ଠିଆ ହୋଇ ଗୀତ ଶୁଣୁଥିଲେ। ସେତେବେଳେ ଆଶିଷ ଓ ତାଙ୍କର ଦୁଇଜଣ ସାଙ୍ଗ ଆସି ତାଙ୍କ ସହିତ  ଅସଦାଚରଣ କରିଥିଲେ। ଆଶିଷ ତାଙ୍କ ହାତ ଧରି ତାଙ୍କର ବାନ୍ଧବୀମାନଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ହୋଟେଲ ଭିତରେ ଜଣେ ବାଉନ୍ସର ଥିଲେ ମଧ୍ୟ ସେ ତାଙ୍କୁ ସାହାର୍ଯ୍ୟ କରିବା ବଦଳରେ ଆଶିଷଙ୍କୁ ସମର୍ଥନ କରି ତାଙ୍କୁ ହୋଟେଲରୁ ବାହାରିବାକୁ କହିଥିଲେ।

   ସମ୍ବନ୍ଧିତ ଖବର


ହାଇଦ୍ରାବାଦ ଦୁଷ୍କର୍ମକାରୀଙ୍କ ମୃତଦେହ ନେବାକୁ ମନାକଲେ ପରିବାର ଲୋକ, ପୋଲିସ କରିପାରେ ଅନ୍ତିମ ସଂସ୍କାର

ପିସ୍ତଲ ଛଡାଇ…ଫାୟରିଂ କଲେ… ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ଏନକାଉଣ୍ଟର ଘଟଣାକ୍ରମ ସମ୍ପର୍କରେ ସୂଚନା ଦେଲେ କମିଶନର

ଜିଓ-ଭୋଡାଫୋନ୍ ପରେ ବିଏସଏନଏଲ୍ ବନ୍ଦ କଲା ୩ ସ୍ପେଶାଲ୍ ପ୍ଲାନ୍ସ, କମିଲା ୨ଟି ପ୍ଲାନର ବୈଧତା

ଷ୍ଟେଜରେ ଅଟକିଗଲେ ଡ୍ୟାନ୍ସର, ବାଜିଲା ଗୁଳି: ଭିଡିଓ ଭାଇରାଲ