PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସେପ୍ଟେମ୍ବରରେ ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍ ଗ୍ରାହକଙ୍କୁ ମିଳିପାରେ ଝଟକା, ପୁଣି ମହଙ୍ଗା ହେବ ପ୍ଲାନ୍

https://news.psu.edu/

ନୂଆଦିଲ୍ଲୀ ୧୬/୮: ଡିସେମ୍ବର ୨୦୧୯ରେ ସମସ୍ତ ଟେଲିକମ୍ କମ୍ପାନୀମାନେ ନିଜ ଗ୍ରାହକଙ୍କୁ ଝଟକା ଦେଇ ଟାରିଫ୍ ପ୍ଲାନ୍ ମହଙ୍ଗା କରିଦେଇଥିଲେ କିନ୍ତୁ ଏବେ ଲାଗୁଛି ଗ୍ରାହକଙ୍କୁ ପୁଣି ଥରେ ଝଟକା ଲାଗି । କରୋନା ସଂକ୍ରମଣ ଓ ଲକଡାଉନ ମାଡ ଭୋଡାଫୋନ୍  ଆଇଡିଆ ଓ ଏୟାରଟେଲ୍ ଉପରେ ମଧ୍ୟ ପଡିଛି । ଏହାର ଭରଣା ପାଇଁ ଏହି କମ୍ପାନୀମାନେ ନିଜ ପ୍ଲାନ୍ ମହଙ୍ଗା କରିପାରନ୍ତି । ଆସନ୍ତୁ ଜାଣିବା…

ଗତ ବର୍ଷ ଟାରିଫ୍ ପ୍ଲାନ୍ ୧୦-୪୦ ପ୍ରତିଶତ ମହଙ୍ଗା ହୋଇଥିଲା ଏବଂ ଏବେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ପୁଣି ଟାରିଫ୍ ପ୍ଲାନ୍ ମହଙ୍ଗା କରିବା ପାଇଁ ପ୍ରସ୍ତୁତ ହେଉଛି । ଏନେଇ ସିଏନବିସିର ଏକ ରିପୋର୍ଟରେ କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି କି ସେପ୍ଟେମ୍ବର- ଅକ୍ଟୋବରରେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆଟ ଟାରିଫ୍ ପ୍ଲାନରେ ୨-୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ଯଦିଓ ପ୍ରତ୍ୟେକ ୬ ମାସରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ତେବେ ଟେଲିକମ୍ କମ୍ପାନୀମାନେ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବୟାନ ଦେଇନାହାଁନ୍ତି ।

ତେବେ ଏସବିଆଇ କ୍ୟାପ୍ସର ବିଶ୍ଲେଷକ ରାଜୀବ ଶର୍ମା ନିଜର ଏକ ରିପୋର୍ଟରେ କହିଛନ୍ତି କି ଟାରିଫ୍ ବୃଦ୍ଧିର ଆଉ ଏକ ସମୟ ଖୁବ ଶୀଘ୍ର ଆସିବା ସମ୍ଭବନା ରହିଛି । ସେ କହିଛନ୍ତି କି ଆଗାମୀ କିଛି ମାସରେ ମୋବାଇଲ୍ ଟାରିଫରେ ବୃଦ୍ଧିର ସମ୍ଭାବନା ରହିଛି ।