ଯୁବ ଅଭିନେତା ଚିନ୍ମୟ ମିଶ୍ର କରୋନା ପଜିଟିଭ

ଭୁବନେଶ୍ୱର,୨୫/୦୮: ଯୁବ ଅଭିନେତା ଚିନ୍ମୟ ମିଶ୍ର କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି । ଏନେଇ ସେ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।

ଚିନ୍ମୟ କହିଛନ୍ତି, ଧାରାବାହିକ ସୁଟିଂ ଲାଗି ଯାଉଥିଲି । ଗତ ୧୪ ତାରିଖରେ କିଛି ସମୟ ବର୍ଷାରେ ଭିଜିଥିଲି। ପରଦିନ ଶରୀର ପିଡ଼ା ହୋଇଥିଲା । ମୁଣ୍ଡ ବିନ୍ଧା ହେବ ସହ ଦେହରେ ଜ୍ୱର ରହିଥିଲା । ମୁଁ ଘରେ ବିଶ୍ରାମ ନେବା ସହ ସାଧାରଣ ଥଣ୍ଡା ହୋଇଥିବା ଭାବି କିଛି ଔଷଧ ଖାଇଥିଲି । ପରେ ୧୭ ଓ ୧୮ ତାରିଖରେ ଦୁଇଦିନ ସୁଟିଂକୁ ଯାଇଥିଲି। ୧୮ତାରିଖ ସନ୍ଧ୍ୟାରେ ସୁଟିଂ ସେଟ୍‌ରେ ଜଣେ ପଜିଟିଭ୍‌ ଆସିଥିଲେ ।

ଏହାପରେ ଅନ୍ୟମାନେ କରୋନା ଟେଷ୍ଟ କରିଥିଲେ। ସେମାନେ ବି ପଜିଟିଭ୍‌ ଆସିଥିଲେ । ମୁଁ ସେହିଦିନ ସୁଟିଂରୁ ଫେରି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ହେଲ୍ପଲାଇନ୍‌କୁ ଯୋଗାଯୋଗ କରିଥିଲି । ସେମାନେ ଆସି ସ୍ୱାବ୍‌ ନେବା ସହ କିଛି ମେଡିସିନ୍‌ ଦେଇଥିଲେ। ୨ ଦିନ ତଳେ ମୋର ରିପୋର୍ଟ ପଜିଟିଭ୍‌ ଆସିଛି । ବର୍ତ୍ତମାନ ହୋମ୍‌ ଆଇସୋଲେସନ୍‌ରେ ଅଛି ଏବଂ ସୁସ୍ଥ ଅଛି । ବିଏମ୍‌ସି ତରଫରୁ ନିୟମିତ ଫୋନ୍‌ କରି ସବୁ କଥା ବୁଝୁଛନ୍ତି । ଅନ୍ୟମାନଙ୍କୁ ଅନୁରୋଧ କରିବି, ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ କୋଭିଡ୍‌ ଟେଷ୍ଟ କରାଇ ନିଅନ୍ତୁ ।

   ସମ୍ବନ୍ଧିତ ଖବର


କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ

ନାଗାର୍ଜୁନ ବେଶ ଆଉ ୩ ଦିନ: ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ ସେବକ

ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ଅଭିନେତା ଆଶିଷ ରୟ, ସୋସିଆଲ ମିଡ଼ିଆ ଜରିଆରେ ମାଗିଥିଲେ ସାହାଯ୍ୟ

ଦୁଃଖ ଓ ଯନ୍ତ୍ରଣା ସହଜରେ ଯାଏ ନାହିଁ … ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଭଉଣୀଙ୍କ ଚିଠି

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି