୪୩ ଟପିଲା, ଆଜି ଆହୁରି ତାତିବ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଡହଡହ ଖରା । ଆକାଶରୁ ଯେମିତି ନିଆଁ ଖସୁଛି । ପଣା ସଂକ୍ରାନ୍ତି ପୂର୍ବରୁ ଅସମ୍ଭାଳ ହେଲାଣି ତାତି । ପାରଦ ଡିଆଁ ମାରି ୪୩ ଡିଗ୍ରୀ ସେଲସିୟସ୍‌ ଟପିଛି । ଏପଟେ ପାଣିପାଗ ପୂର୍ବାନୁମାନ କହୁଛି, ତାତି ଆହୁରି ବଢ଼ିବ । ଆସନ୍ତା ୨-୩ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଆଉ ୧ରୁ ୨ ଡିଗ୍ରୀ ବଢ଼ିପାରେ । ଅର୍ଥାତ୍‌ ପାରଦ ୪୪ରୁ ୪୫ ଡିଗ୍ରୀ ପାଖାପାଖି ପହଞ୍ଚିପାରେ ।

ଭୀଷଣ ଗରମର ସିଧା ପ୍ରଭାବ ପଡ଼ିଛି ନିର୍ବାଚନୀ ପାଣିପାଗ ଉପରେ । ପ୍ରଚାରରେ ମାତିଥିବା ନେତା, କର୍ମୀଙ୍କ ଅବସ୍ଥା ବେହାଲ୍‌ ହୋଇଛି । ଦୁଇଦିନ ହେଲାଣି ସକାଳୁ ସକାଳୁ ପ୍ରଚାର ଆରମ୍ଭ କରି ଦେଉଛନ୍ତି ପ୍ରାର୍ଥୀ । ଦିନ ୧ଟା ପରେ ପ୍ରାୟ ସବୁଠି ପ୍ରଚାର ବନ୍ଦ କରିବାକୁ ପଡ଼ିଛି । ଅପରାହ୍ନ ୪ଟାରୁ ପୁଣି ଜମୁଛି ପ୍ରଚାର । ହେଲେ ଭୀଷଣ ଗରମ ସତ୍ତେ୍ୱ ଏଯାଏଁ ସ୍କୁଲ ଜାରି ରହିଛି । ଶନିବାର ତାଳଚେରରେ ନିଆଁ ବର୍ଷିଥିଲା । ୪୩.୧ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ଟକଟକ ହୋଇ ଫୁଟିଥିଲା ତାଳଚେର ସହର । ଟିଟିଲାଗଡ଼ ବି ୪୩ ଡିଗ୍ରୀରେ ସିଝିଥିଲା । ଅନୁଗୁଳ ୪୨.୭, ଭବାନୀପାଟଣା ୪୨.୫, ବଲାଙ୍ଗିର ୪୨, ଝାରସୁଗୁଡ଼ା ୪୦.୯, ସୋନପୁର ୪୦.୮, ସମ୍ବଲପୁର ୪୦.୧, ସୁନ୍ଦରଗଡ଼ ବି ୪୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ଛଟପଟ ହୋଇଥିଲା । ହୀରାକୁଦ ତାପମାତ୍ରା ୩୯.୯ ଡିଗ୍ରୀ ଥିଲା ।

ଉପକୂଳ ଓଡ଼ିଶା ବି ଜଳୁଛି ତାତି ପ୍ରକୋପରେ । ଭୁବନେଶ୍ୱର ତାପମାତ୍ରା ଆଜି ୩୯.୫ ଡିଗ୍ରୀ ସେଲସିୟସ୍‌ ଥିବାବେଳେ କଟକ ୩୯.୬ ଡିଗ୍ରୀ ଥିଲା । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ବର୍ତ୍ତମାନ ଉପକୂଳ ତୁଳନାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ଆସନ୍ତାକାଲି ସର୍ବାଧିକ ୪୪ ଡିଗ୍ରୀ ପାଖାପାଖି ଛୁଇଁପାରେ । ସୋମବାରଠାରୁ ପାରଦ ସାମାନ୍ୟ ଖସିପାରେ । ପ୍ରତିଦିନ କାଳବୈଶାଖୀ ହେବ । ହେଲେ ୭ରୁ କାଳବୈଶାଖୀ ସମ୍ଭାବନା ଅଧିକ ।

ଆସନ୍ତାକାଲି (ରବିବାର) ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼ରେ ଘଡ଼ଘଡ଼ି ସହ ହାଲ୍‌କା ବର୍ଷା ହୋଇପାରେ । କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ପବନ ଆଶଙ୍କା ବି ରହିଛି । ସୋମବାର ବି ସେଭଳି ପାଗ ରହିବ । ୧୭ ତାରିଖବେଳକୁ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି । ଏହା ପ୍ରଭାବରେ ବର୍ଷା ବଢ଼ିବ । ୧୮ ତାରିଖବେଳକୁ ଟ୍ରଫଲାଇନ୍‌ ସମ୍ଭାବନା ଥିବାରୁ ପାଗ ମେଘୁଆ ରହିବା ସହ କାଳବୈଶାଖୀ ବଢ଼ିପାରେ । ଫଳରେ ତାପମାତ୍ରା କମିବ ।

   ସମ୍ବନ୍ଧିତ ଖବର


କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ଜିତ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି